ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୯ ତାରିଖ ଗୁରୁବାର । ଚନ୍ଦ୍ର- ମେଷ ରାତ୍ରି ୦୮.୪୬ ଗତେ ବୃଷ,ତିଥି- ୧୦ ମୀ ଦିବା ୧୨.୨୨ ଗତେ ୧୧ଶୀ, ଘାତଚନ୍ଦ୍ର- ମେଷ ରାଶିର, ରାତ୍ରି ୦୮.୪୬ ଗତେ ବିଛା ରାଶିର,ପୁଷ୍କର ଦୋଷ- ଦିବା ୦୩.୦୭ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
କୃତିକା-ସ୍ୱାସ୍ଥ୍ୟ ସମସ୍ୟା ହ୍ରାସ ପାଇବ । ପାରିବାରିକ ସମସ୍ୟାର ଅନ୍ତ ଘଟିବ । ବିବାହରେ ଚାପ କମାଇବା ପାଇଁ ଆପଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ ଏବଂ ଆତ୍ମ ନିୟନ୍ତ୍ରଣ ବଜାୟ ରଖିବା ପାଇଁ କାର୍ୟ୍ୟ କରିବେ ।
ରୋହିଣୀ- ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଲାଭପ୍ରଦ ରହିବ । ରାଜନୀତିରେ ବରିଷ୍ଠ ବ୍ୟକ୍ତି ଙ୍କ ସହିତ ସୁ ସମ୍ପର୍କ ସ୍ଥାପନ ହେବ । ଧର୍ମ କାର୍ଯ୍ୟ ରେ ଯୋଗ ଦେଇ ଦେବ ଦର୍ଶଣ କରିବେ ।
ମୃଗଶିରା- ବାଧାନିଘ୍ନକୁ ଅତିକ୍ରମ କରି ଆଗକୁ ବଢିବାର ଯୋଜନା ସଫଳ ହେବ । କୋଟ୍ କଚେରୀ ମାମଲାର ଫଇସଲା ଆପଣଙ୍କ ପକ୍ଷରେ ରହିବ । ଯେଉଁ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବୁଥିବେ ତାହା ଶୀଘ୍ର ଆରମ୍ଭ କରନ୍ତୁ । କୈାଣସି କାରଣରୁ ମନ ଭଲ ରହିବ ନାହିଁ ।
ପ୍ରତିକାର – ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬