ସୌର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୬ ତାରିଖ ସୋମବାର। ଚନ୍ଦ୍ର- ମୀନ ସନ୍ଧ୍ୟା ୦୫.୪୩ ଗତେ ମେଷ। ତିଥି- ତ୍ରୟୋଦଶୀ ଦିବା ୦୨.୪୦ ଗତେ ଚତୁର୍ଦ୍ଦଶୀ।। ଘାତଚନ୍ଦ୍ର- ଧନୁ ରାଶିର , ସନ୍ଧ୍ୟା ୦୫.୪୩ ଗତେ ମେଷ ରାଶିର। ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ- ନାସ୍ତି ।
ମୃଗଶିରା- ଯୋଗାଯୋଗ ଅଭାବ ହେତୁ ସମ୍ପର୍କ ମଧ୍ୟରେ ଦୂରତା ରହିପାରେ । ବାହାରେ ଖାଦ୍ୟ ଖାଇବାଠାରୁ ଦୂରରେ ରୁହନ୍ତୁ । ଜୀବନ ସାଥିଙ୍କୁ ପ୍ରତ୍ୟେକ ଅସୁବିଧାରୁ ରକ୍ଷା କରିବାକୁ ଚେଷ୍ଟା କରିବେ ।
ଆଦ୍ରା- କର୍ମ କ୍ଷେତ୍ରରେ ପରିଶ୍ରମ ଓ ମେହନତର ପରିମାଣ ମିଳିବ । ଭାଗ୍ୟର ପରିବର୍ତ୍ତନ ହେଲାଭଳି ଉନ୍ନତି ପଥରେ ଅଗ୍ରସର ହେବେ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସଫଳ ହେବେ।
ପୁନର୍ବସୁ- ଧନ ସମ୍ପତ୍ତି ବୃଦ୍ଧି ହୋଇପାରେ । ମହିଳାମାନେ ଆତ୍ମସମ୍ମାନ ବଜାୟ ରଖିବେ । ନୂଆ ଲୋକଙ୍କ ସହିତ ହାତେ ମାପି ଚାଖଣ୍ଡେ ଚାଲନ୍ତୁ । ବିଚାର ବିଭାଗ ରାୟ ସପକ୍ଷରେ ଯିବ।
ପ୍ରତିକାର – ଦତ୍ତାତ୍ରେୟଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫