ସୌର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୬ ତାରିଖ ସୋମବାର। ଚନ୍ଦ୍ର- ମୀନ ସନ୍ଧ୍ୟା ୦୫.୪୩ ଗତେ ମେଷ। ତିଥି- ତ୍ରୟୋଦଶୀ ଦିବା ୦୨.୪୦ ଗତେ ଚତୁର୍ଦ୍ଦଶୀ।। ଘାତଚନ୍ଦ୍ର- ଧନୁ ରାଶିର , ସନ୍ଧ୍ୟା ୦୫.୪୩ ଗତେ ମେଷ ରାଶିର। ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ- ନାସ୍ତି ।
ବିଶାଖା- ଅଧିକ ଚିନ୍ତା କରିଲେ ମାନସିକ ଶାନ୍ତି ଭଙ୍ଗ ହେବ । ପ୍ରେମ ଜୀବନ ଭଲ ରହିବ । ଦୀର୍ଘଦିନ ଧରି ପ୍ରୟାସ କରି ଆସୁଥିବା କାମରେ ସଫଳ ହେବେ। ଚାକିରିରେ କ୍ରୋଧର ବଶବର୍ତ୍ତୀ ହୁଅନ୍ତୁ ନାହିଁ ।
ଅନୁରାଧା- ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ । ଶିକ୍ଷାର୍ଥୀ ଏକାନ୍ତରେ ପାଠ ପଢିବା ପାଇଁ ଚେଷ୍ଟା କରନ୍ତୁ । ରାଜନୀତିରେ କିଛି ସମସ୍ୟା ଆପଣ ବିଚଳିତ କରିପାରେ।
ଜ୍ୟୋଷ୍ଠା- ପୈତୃକ ସମ୍ପତ୍ତିକୁ ନେଇ ନିଜ ଲୋକ କ୍ଷତି କରିବା ପାଇଁ ଚେଷ୍ଟା କରିବେ । ମହିଳାମାନେ ଉଚ୍ଚମନା ରହିବେ । ମନୋରଞନ କାର୍ୟ୍ୟରେ ବା କଳାସଙ୍ଗୀତ ଓ ନୃତ୍ୟ ଗୀତରେ ମଜ୍ଜି ରହିବେ ।
ପ୍ରତିକାର – ମା ମଙ୍ଗଳା ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯