ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୬ ତାରିଖ ସୋମବାର । ଚନ୍ଦ୍ର- ମୀନ ଅହୋରାତ୍ର,ତିଥି- ୭ମୀ ସନ୍ଧ୍ୟା ୦୬.୨୩ ଗତେ ୮ ମୀ,ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର,ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ସନ୍ଧ୍ୟା ୦୬.୨୩ ପର୍ଯ୍ୟନ୍ତ
ମୃଗଶିରା- ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି । ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ମନ ଭଲ ରହି ନ ପାରେ। ନିଜ ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ
ଆଦ୍ରା- ଅର୍ଥ ସମ୍ପର୍କ ଓ ଜମିବାଡ଼ିକୁ ନେଇ ଭ୍ରାତୃ ବିବାଦ ଦେଖାଦେଇପାରେ । ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ପ୍ରତିଯୋଗିତା, ବ୍ୟବସାୟ ବାଣିଜ୍ୟ, ମକଦ୍ଦମା ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢିବ
ପୁନର୍ବସୁ- ରାଜନୀତି କ୍ଷେତ୍ରରେ ମତାନ୍ତରର ସମ୍ଭାବନା ରହିଛି । ବିଦ୍ୟାର୍ଥୀ ମାନେ ଲେଖାପଢାରେ ମନଯୋଗ ଦେଇ ଅଧିକ ପରିଶ୍ରମ କରିବେ । ମହିଳା ମାନଙ୍କର ଧାର୍ମିକ ଭାବନା ଉଦେୟ ହେବ ।
ପ୍ରତିକାର – ତ୍ରିପୁରା ସୁନ୍ଦରିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫