ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ ବୁଧବାର । ଚନ୍ଦ୍ର- ମେଷ ରାତ୍ରି ୦୨.୧୬ ଗତେ ବୃଷ । ତିଥି- ୮ମୀ ରାତ୍ରି ୧୨.୩୫ ଗତେ ୯ମୀ । ଘାତଚନ୍ଦ୍ର- ମେଷ ରାଶିର, ରାତ୍ରି ୦୨.୧୬ ଗତେ ବିଛା ରାଶିର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ରାତ୍ରି ୦୮.୩୩ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
ପୁନର୍ବସୁ- ପିଲାମାନଙ୍କ ବିଶୃଙ୍ଖଳିତ ଆଚରଣ ଓ ଘର ଲୋକଙ୍କ ଦାୟିତ୍ୱହୀନତାରୁ ଚିନ୍ତିତ ରହିବେ। ବନ୍ଧୁବାନ୍ଧବରେ ସମସ୍ୟା ସମାଧାନର ରାସ୍ତା ଖୋଜି ପାଇବେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ।
ପୁଷ୍ୟା- ଗରିବ ଲୋକଙ୍କୁ ଖୁସି ମନରେ ଦାନ ଧର୍ମ କଲେ ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ । ଆପଣଙ୍କ ବ୍ୟବସାୟକୁ ଅଗ୍ରଗତି କରାଇବେ ଏବଂ ଏକ ନୂତନ ଦିଗକୁ ନେଇଯିବେ । ଅତ୍ୟଧିକ ପରିଶ୍ରମ କରି କର୍ମକ୍ଷେତ୍ରକୁ ସାମାନ୍ୟ କରିବେ ।
ଅଶ୍ଲେଷା- ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରି କାମକୁ ଚଳାଇ ନେବେ। କୌଣସି ଅତ୍ୟାବଶ୍ୟକୀୟ କାଗଜପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି । ଆଲୋଚନା ପରିସରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ ।
ପ୍ରତିକାର – ମା’ ଭୂବନେଶୂରୀଙ୍କ ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ ।
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫