ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୩ ତାରିଖ ମଙ୍ଗଳବାର । ଚନ୍ଦ୍ର- ଧନୁ ଅହୋରାତ୍ର, ତିଥି- ୨ୟା ଦିବା ୦୧.୦୯ ଗତେ ୩ୟା,ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର,ଘାତବାର- ମକର ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୧.୦୯ ଗତେ ୧ ପାଦ-କୃଷିହାନି-ଭୂମିଦାନ
କୃତିକା- ବ୍ୟବସାୟରେ ବଡ ଧରଣର ଆର୍ଥିକ ଲାଭ ହୋଇପାରେ । ସମସ୍ତ କାର୍ଯ୍ୟ କ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ । ପରିବାରରେ ଓ କୁଟୁମ୍ବରେ ମାଙ୍ଗଳିକ କାର୍ଯ୍ୟରେ ଦାୟିତ୍ୱ ନେଇ ପ୍ରଶଂସା ପାଇବେ ।
ରୋହିଣୀ- ଅନ୍ୟର କଥାକୁ ସତ ମନେକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ । ଅଫିସ୍ ର ମାହୋଲ କିଛି ଖାସ ଭଲ ରହିବ ନାହି ସେଥିପାଇଁ ଚିନ୍ତାରେ ରହିବେ । ରାଜନୀତିରେ ଗୁପ୍ତ ଶତ୍ରୁ ବୃଦ୍ଧି ପାଇବେ ।
ମୃଗଶିରା- ଗୃହୋପକରଣ କ୍ରୟ କରିବାଯୋଗେ ଆର୍ଥିକ ସଙ୍କଟ ଦେଖାଦେବ । ବିଦ୍ୟାର୍ଥୀ ମାନେ ପ୍ରତିଦ୍ୱନ୍ଦିତାରେ ସଫଳ ହେବା ପାଇଁ ଚେଷ୍ଟା କରିବେ । ଜମିବାଡି ସମସ୍ୟାର ସି୍ଥତି ଆପଣଙ୍କ ସପକ୍ଷରେ ରହିବ ।
ପ୍ରତିକାର – ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬