ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୩ ତାରିଖ ମଙ୍ଗଳବାର । ଚନ୍ଦ୍ର- ଧନୁ ଅହୋରାତ୍ର, ତିଥି- ୨ୟା ଦିବା ୦୧.୦୯ ଗତେ ୩ୟା,ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର,ଘାତବାର- ମକର ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୧.୦୯ ଗତେ ୧ ପାଦ-କୃଷିହାନି-ଭୂମିଦାନ
ଉ,ଷାଢା- ପାରିବାରିକ ପରିସ୍ଥିତି ପୂର୍ବପରି ରହିବା ହେତୁ ବ୍ୟସ୍ତତା ଅନୁଭବ କରିପାରନ୍ତି । ଆଶାକରିଥିବା ଦିଗରୁ କୌଣସି ମୂଲ୍ୟବାନ୍ ଜିନିଷ ପ୍ରାପ୍ତି ହେବ । ବକେୟା ଟଙ୍କା ପାଇବାର ଆଶା ଉଜ୍ଜ୍ୱଳତର ହେବ ।
ଶ୍ରବଣା- ଲେଖାପଢାରେ ଆଳସ୍ୟ ଓ ଅବହେଳା ପ୍ରଦର୍ଶନ କରି ସମାଲୋଚିତ ହେବାର ବହୁତ ସମ୍ଭାବନା ଅଛି । କଥାବାର୍ତାରେ ଶାଳୀନତା ଅଭାବରୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ସଭା ସମିତିରେ ପାଣ୍ଡିତ୍ୟର ପରିପ୍ରକାଶ ଯୋଗୁ ସୁସମ୍ପର୍କ ସ୍ଥାପିତ ହୋଇପାରେ ।
ଧନିଷ୍ଠା- ଖର୍ଚ୍ଚ ପରିମାଣ ବୃଦ୍ଧି ହେତୁ ମନ ଆନମନା ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନକଲେ ବିବାଦ ଗ୍ରସ୍ତ ହୋଇପଡିବେ । ଅତି ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍ ବୁଝିପାରନ୍ତି ।
ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮