ନିକଟ ସମ୍ପର୍କୀୟଙ୍କ ଠାରୁ ସାହାଯ୍ୟ ପାଇ ଖୁସି ହେବ। କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ପାଇବେ। ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ଆଗକୁ ବଢିବାର ସୁଯୋଗ ମିଳିବ। ତେଣୁ ନିଷ୍ଠାପର ଭାବରେ ପ୍ରୟାସ ଜାରି ରଖିବ।
ମଘା- କୈାଣସି ରୋଗରେ ସାମାନ୍ୟ କଷ୍ଟ ପାଇ ପାରନ୍ତି। ଯୋଗାଯୋଗ ଅଭାବ ହେତୁ ସମ୍ପର୍କୀୟଙ୍କ ମଧ୍ୟରେ ଦୂରତା ରହିପାରେ। ବ୍ୟବସାୟ ସମ୍ବନ୍ଧରେ ବଡ ଚୁକ୍ତି ହୋଇପାରେ। ପାରିବାରିକ କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ ହେବ। ପୂ,ଫାଲଗୁନି- ସମ୍ପର୍କୀୟ ମାନଙ୍କର ସାହାଯ୍ୟ ପାଇବା କାରଣରୁ ଆର୍ଥିକ ଉନ୍ନତି ପାଇପାରିବେ। ରାଜନୈତିକ କ୍ଷେତ୍ରରେ ସାମାଜିକ ସ୍ଥିତି ବଜାୟ ରହିବ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ ପାଇଁ ପ୍ରସ୍ତୁତ ହେବେ। ଉ,ଫାଲଗୁନି- ନିଜର ଚତୁରତା, ଓ ବିବେକ ବଳରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ପାରିବେ । କ୍ରିଡା,ମନୋରଞନ, ନୃତ୍ୟଗୀତ, କଳାସଙ୍ଗୀତ, ଭୋଜିଭାତରେ ଉତ୍ସାହିତ ହେବେ।
ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୧