ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ସୋମବାର । ଚନ୍ଦ୍ର – ସିଂହ ଦିବା ୦୮.୫୪ ଗତେ କନ୍ୟା,ତିଥି – ୯ମୀ ଦିବା ୧୧.୪୯ ଗତେ ୧୦ମୀ,ଘାତ ଚନ୍ଦ୍ର – କର୍କଟ ଓ ମକର ଦିବା ୦୮.୫୪ ଗତେ ବୃଷ,ଘାତ ବାର – ମିଥୁନ,ପୁଷ୍କର ଦୋଷ – ୧ ପାଦ-କୁଟୁମ୍ଭହାନି- ତିଳକାଞନ ଦାନ ରାତ୍ରି ୦୪.୨୮ ପର୍ଯ୍ୟନ୍ତ
ପୂ, ଭାଦ୍ରପଦ- ନିଜ ସ୍ୱାସ୍ଥ୍ୟକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ । ଗୃହରେ କୈାଣସି ବ୍ୟକ୍ତିଙ୍କ ଠାରୁ ସୁଖ ସୁମ୍ବାଦ ପାଇବେ । କର୍ମକ୍ଷେତ୍ରରେ ପରିଶ୍ରମର ଭଲ ପରିମାଣ ପାଇବା ସହିତ ଉଚ୍ଚପଦ ପଦବୀ ପାଇବାରେ ସଫଳ ହେବେ
ଉ, ଭାଦ୍ରପଦ- ଛୋଟ ଛୋଟ କଥାକୁ ନେଇ ପ୍ରେମି ଯୁଗଳଙ୍କ ମଧ୍ୟରେ ମତାନ୍ତର ହୋଇପାରେ । ଗରିବ ଲୋକଙ୍କୁ ଖୁସି ମନରେ ଦାନ ଧର୍ମ କଲେ ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ । ଚଳଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଂଶସା ପାଇବେ ।
ରେବତୀ- ବିଦ୍ୟାର୍ଥୀ ମାନେ ପ୍ରତିଦ୍ୱନ୍ଦିତାରେ ସଫଳ ହେବା ପାଇଁ ଚେଷ୍ଟା କରିବେ । ମାଲିମକଦ୍ଦମା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ନୂଆ ବାହାନ କିଣିବାର ଆଶା ପୂରଣ ହୋଇପାରେ
ପ୍ରତିକାର – ରାହୁଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩