ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ସୋମବାର ଚନ୍ଦ୍ର – ମକର ଅହୋରାତ୍ର ତିଥି- ୫ମୀ ଦିବା ୦୧/୩୫ ଗତେ ୬ଷ୍ଠୀ ଘାତ ଚନ୍ଦ୍ର- ସିଂହ ଅହୋରାତ୍ର ଘାତ ବାର – ମିଥୁନ ପୁଷ୍କର ଦୋଷ – ୧ ପାଦ - କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୧୦/୨୯ ପର୍ଯ୍ୟନ୍ତ
ବିଶାଖା – ପାରିବାରିକ ଜୀବନରେ ପ୍ରବାସ ଯୋଗ ରହିଛି । ନିଜର ଚକ୍ଷୁ ପ୍ରତି ଧ୍ୟାନ ଦିଅନ୍ତୁୁ । କର୍ମକ୍ଷେତ୍ରରେ ବିଳମ୍ବରେ କାର୍ଯ୍ୟସିଦ୍ଧି ହେବ ।
ଅନୁରାଧା – ରାଜନିତିରେ ଆଗେଇ ଚାଲିବେ । ବ୍ୟବସାୟରେ ପରାଧୀନ ହେବେ । ପଢାରେ ଅଧିକ ପରିଶ୍ରମ କରିବାକୁ ପଡିବ ।
ଜ୍ୟେଷ୍ଠା – ମନୋରଞନ କାର୍ଯ୍ୟରେ ଅଶାନ୍ତି ଉପୁଜିବ । ସମ୍ପତି- ବାଡିକୁ ନେଇ ଶତୃ ବୃଦ୍ଧି ଘଟିବ ।
ପ୍ରତିକାର – ନୃସିଂହଙ୍କର ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯