ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଶନିବାର । ଚନ୍ଦ୍ର- ବିଛା ଅହୋରାତ୍ର ତିଥି-୧୩ଶୀ ରାତ୍ରି ୦୩.୩୨ ଗତେ ୧୪ ଶୀ ଘାତଚନ୍ଦ୍ର- ନାସ୍ତି ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ
ମୃଗଶିରା- ପରିବାରରେ କାହାର ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ନଷ୍ଟ ହୋଇପାରେ । କର୍ମକ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ ।
ଆଦ୍ରା- ରାଜନୀତିରେ କୌଣସି କାମକୁ ହାତକୁ ନେବେ । ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇପାରେ । ମହିଳା ମାନେ ଇଶ୍ୱର ବିଶ୍ୱାସୀ ହେବେ ।
ପୁନର୍ବସୁ- ବହୁ ଦିନର ଆଶା ପୂରଣ କାରଣରୁ ମନ ଉତ୍ଫୁଲ୍ଲିତ ରହିବ । ଜମିଜମା କିମ୍ବା ଗୃହସୀମାକୁ କେନ୍ଦ୍ରକରି ରହିଥିବା ବିବାଦରୁ ମୁକ୍ତି ମିଳିବ । ନିଜକୁ ଧର୍ମକାର୍ଯ୍ୟରେ ନିୟୋଜିତ କରିପାରନ୍ତି ।
ପ୍ରତିକାର- ଶ୍ରୀ ରାମଙ୍କ ରକ୍ଷା ସ୍ତୋତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫