ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ଶନିବାର । ଚନ୍ଦ୍ର – ଧନୁ ଅହୋରାତ୍ର, ତିଥି- ୩ୟା ସନ୍ଧ୍ୟା ୦୭/୨୮ ଗତେ ୪ର୍ଥୀ, ଘାତ ଚନ୍ଦ୍ର- ତୁଳା ଓ କୁମ୍ଭ ଅହୋରାତ୍ର, ଘାତ ବାର – ବୃଷ, ସିଂହ ଓ କନ୍ୟା, ପୁଷ୍କର ଦୋଷ – ୧ ପାଦ - କୃଷିହାନି- ଭୂମିଦାନ
ଚିତ୍ରା – ପରୋକ୍ଷ ଶତୃତା ଲାଗିରହିବ । ବିଦେଶରେ ଥିବା ସପଂର୍କୀୟ ଠାରୁ ଶୁଭ ଖବର ପାଇବେ । ବ୍ୟବସାୟରେ ସମସ୍ୟା ସତ୍ୱେ ଲାଭ ଆଦି ଫଳ ଭୋଗ କରିବେ ।
ସ୍ୱାତୀ – ପାରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ସମାନ ବିଚାର ଧାରା ଲୋକଙ୍କ ସହିତ ଭେଟ ହେବା ଫଳରେ ଧର୍ମ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି।
ବିଶାଖା – ଶତୃମାନେ ଆପଣଙ୍କୁ ମାଲିମକଦ୍ଦମାରେ ପକାଇ ଖର୍ଚ୍ଚାନ୍ତ କରିପାରନ୍ତି । କଳା, ସାହିତ୍ୟ, ଗବେଷଣା କ୍ଷେତ୍ରରେ ଖୁସି ରହିବେ।
ପ୍ରତିକାର – ଧଳା ରଙ୍ଗର ପୋଷାକ ପିନ୍ଧି ଘରୁ ବାହାରନ୍ତୁ।
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬