କର୍ମକ୍ଷେତ୍ରରେ ଆତ୍ମବିଶ୍ୱାସ ଓ ଦୃଢତା ଯୋଗେ ସମ୍ମାନର ଅଧିକାରୀ ହୋଇପାରିବେ । ସୁସ୍ଥ ମାନସିକତା ରକ୍ଷା କରି ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ପାରିବାରିକ ତିକ୍ତତାର ସମସ୍ୟା ଦୂର ହେବ ।
ବିଶାଖା- ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଶେଷ ଉନ୍ନତି କରିବେ । କର୍ମ କ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ । ପରିବାରର ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ । ଅନୁରାଧା- ପିଲାମାନଙ୍କ ପାଠ ପଢାକୁ ନେଇ ଚିନ୍ତିତ ରହିବେ । ମହିଳାମାନେ କଠିନ ପରିଶ୍ରମ କରିବେ । ଅଫିସରେ ଉପରିସ୍ଥ ଅଧିକାରୀଙ୍କର ସାହାଯ୍ୟ ସହଯୋଗ ପାଇବେ । ଜ୍ୟେଷ୍ଠା- ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଅଶାନ୍ତି ଥିଲେ ତାହା ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ସରକାରୀ କ୍ଷେତ୍ରରୁ ଆଶା କରିଥିବା କୌଣସି କାଗଜପତ୍ର ସମ୍ପର୍କିତ ଶୁଭ ସୂଚନା ପାଇ ମନ ଖୁସି ହୋଇଯିବ।
ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯
କର୍ମକ୍ଷେତ୍ରରେ ଆତ୍ମବିଶ୍ୱାସ ଓ ଦୃଢତା ଯୋଗେ ସମ୍ମାନର ଅଧିକାରୀ ହୋଇପାରିବେ । ସୁସ୍ଥ ମାନସିକତା ରକ୍ଷା କରି ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ପାରିବାରିକ ତିକ୍ତତାର ସମସ୍ୟା ଦୂର ହେବ ।ସମ୍ପର୍କ ଭଲ ଥିଲେ ମଧ୍ୟ ବନ୍ଧୁଙ୍କ ଅଶୋଭନୀୟ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ । କାର୍ଯ୍ୟବ୍ୟସ୍ତତା ଯୋଗୁଁ କେତେକ କାମ ଠିକ୍ ସମୟରେ କରିପାରିବେ ନାହିଁ ।