ପରିବହନ ବ୍ୟବସାୟରେ ବିଶେଷ ଲାଭବାନ ହେବେ । ଆତ୍ମୀୟମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି। କ୍ୟାରିୟରରେ ସଠିକ୍ ଦିଗରେ ଯିବା ପାଇଁ ଚେଷ୍ଟା କରିବେ।
ପୂ,ଭାଦ୍ରପଦ- ବନ୍ଧୁମାନଙ୍କ ସାହାଯ୍ୟରେ ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ବିବାଦୀୟ ପରିସ୍ଥିତି ସାମୟିକ ମନକୁ ପ୍ରଭାବିତ କରିପାରେ। କର୍ମକ୍ଷେତ୍ରରେ ପରିସ୍ଥିତିକୁ ଲକ୍ଷ୍ୟ କରି ମନର ଭାବ ପ୍ରକାଶ କରିବାରେ ପଛେଇଯିବେ। ଉ,ଭାଦ୍ରପଦ- ବେମାର, ବୃଦ୍ଧିଜନ, ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ। ଅଫିସ୍ କାମ କରିବା ବେଳେ ମନକୁ ବିଭିନ୍ନ ପ୍ରକାର ଯୋଜନା ଆସିବ। ସାମାଜିକ ସ୍ଥିତି ବଜାୟ ରହିବ। ପରୀକ୍ଷାରେ ପ୍ରତିଯୋଗିତାରେ କୃତକାଯ୍ୟ ହେବେ।
ରେବତୀ- ଛାତ୍ରଛାତ୍ରୀମାନେ ପଢାରେ ଅଗ୍ରଗତି କରିବେ। ଜମିଜମାକୁ ନେଇ କୋର୍ଟର ଦ୍ୱାରସ୍ଥ ହେବେ। ହଠାତ୍ କୈାଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ବୁଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ।
ପ୍ରତିକାର – ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩