Advertisment

Prime Minister Modi on Terrorism: ‘ଏଣିକି ସର୍ବଦା ଘରେ ପଶି ମାରିବୁ, ବଞ୍ଚିବାକୁ ଦେବୁନି’

ଶତ୍ରୁଙ୍କ ଉପରେ ଭାରତ ମାତାର ଜୟ ହୋଇଛି । ଆପଣମାନେ ଇତିହାସ ରଚିଛନ୍ତି, ଆପଣଙ୍କ ଦର୍ଶନ ପାଇଁ ଆସିଛି । ଆପଣମାନଙ୍କ ପ୍ରଦର୍ଶନ ନୂଆ ପିଢ଼ି ପାଇଁ ଆଦର୍ଶ ବନିଛି । ସମସ୍ତ ୩ ବାହିନୀଙ୍କୁ ମୁଁ ସାଲୁଟ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

author-image
Sujit kumar Swain
ଅଦ୍ୟତନ ହୋଇଛି
Prime Minister Modi on Terrorism

Prime Minister Modi on Terrorism

ଆଦମପୁର ଏୟାରବେସ୍‌ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ । ବୀର ଯବାନଙ୍କୁ ଭେଟି ଆଲୋଚନା ପରେ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ମୋଦି। ଶତ୍ରୁଙ୍କ ଉପରେ ଭାରତ ମାତାର ଜୟ ହୋଇଛି । ଆପଣମାନେ ଇତିହାସ ରଚିଛନ୍ତି, ଆପଣଙ୍କ ଦର୍ଶନ ପାଇଁ ଆସିଛି । ଆପଣମାନଙ୍କ ପ୍ରଦର୍ଶନ ନୂଆ ପିଢ଼ି ପାଇଁ ଆଦର୍ଶ ବନିଛି । ସମସ୍ତ ୩ ବାହିନୀଙ୍କୁ ମୁଁ ସାଲୁଟ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ଆହୁରି କହିଛନ୍ତି ଯେ, ଆତଙ୍କବାଦୀ ଆମ ମା, ଭଉଣୀଙ୍କ ସିନ୍ଦୁର ପୋଛି ଦେଲେ । ଆମେ ସେମାନଙ୍କ ଘରେ ପଶି ଖୋଜି ଖୋଜି ମାରିଲୁ । ୯ଟି ଆତଙ୍କୀ ଠିକଣାକୁ ଆମେ ମାଟିରେ ମିଶାଇଲୁ । ୧୦୦ରୁ ଊର୍ଦ୍ଧ୍ବ ଆତଙ୍କୀବାଦୀଙ୍କୁ ନିପାତ କରିପାରିଲୁ । ଏଣିକି ସର୍ବଦା ଘରେ ପଶି ମାରିବୁ, ବଞ୍ଚିବାକୁ ଦେବୁନି ବୋଲି କହିଛନ୍ତି ।

ଅଧିକ ପଢ଼ନ୍ତୁ: ଏୟାରବେସରେ ସେନା ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବଢାଇଲେ ମନୋବଳ

Advertisment

ଅନ୍ୟପଟେ ମହାରାଣା ପ୍ରତାପଙ୍କ ପଂକ୍ତିଙ୍କୁ ଆଧାର କରି ନିଶାନା କଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି। ଅପରେସନ ସିନ୍ଦୂର ଆମ ମନୋବଳ ବଢ଼ାଇଛି । ୨୦ରୁ ୨୫ ମିନିଟ୍‌ ଭିତରେ ସଠିକ ଟାର୍ଗେଟ୍‌ ନିଶ୍ଚିତ ବାହାଦୁରୀ । ସେମାନେ କିଛି କଳ୍ପନା କରିବା ପୂର୍ବରୁ ହିଟ୍‌ କରିପାରିଲେ । ଆତ୍ମରକ୍ଷା ବାଟ ନ ପାଇ ପାକିସ୍ତାନ ବେସାମରିକ ବିମାନ ଉଡ଼ାଇଲା । ଆପଣମାନେ ବେଶ୍‌ ସତର୍କତାର ସହ ଆତଙ୍କୀ ଠିକଣାରେ ପହଞ୍ଚିଲେ । ପାକିସ୍ତାନୀ ଡ୍ରୋନ, ଏୟାରକ୍ରାଫ୍ଟ ଆମ ଏୟାର ଡିଫେନ୍ସ କ୍ରସ୍‌ କରିପାରିନି ବୋଲି କହିଛନ୍ତି ପିଏମ୍‌ ମୋଦି। 

ଅନ୍ୟପଟେ ଅପରେସନ ସିନ୍ଦୂର ଆମ ନ୍ୟୁ ନର୍ମାଲ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କୌଣସି ପ୍ରକାର ନ୍ୟୁକ୍ଲିୟର ବ୍ଲାକମେଲିଂ ଭାରତ ସହିବନି । ବାୟୁସେନା, ନୌସେନା, ସ୍ଥଳସେନା ମିଶିକି ସଫଳତା ପାଇଲେ । ୩ ସେନା ମଧ୍ୟରେ ସମନ୍ବୟ ଅଦ୍ଭୂତପୂର୍ବକ ଥିଲା । ଏହାର ଶ୍ରେୟ ଆପଣ ସମସ୍ତେ ପାଇବାକୁ ହକ୍‌ଦାର । ସୀମା ଜଗିଥିବା ସବୁ ଯବାନଙ୍କୁ ମଧ୍ୟ ସଫଳତାର ଶ୍ରେୟ ଯିବ । ଆମକୁ ସର୍ବଦା ତୟାର ରହିବାକୁ ପଡ଼ିବ । ଭାରତ ଶାନ୍ତି ଚାହେଁ, ମାତ୍ର ଯୁଦ୍ଧ ହେଲେ ମାଟିରେ ମିଶାଇବୁ ବୋଲି ଏପରି କଡ଼ା ଭାଷାରେ ଆଦମପୁର ଏୟାରବେସ୍‌ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କୀ ନିଶାନା କରିଛନ୍ତି ।

Narendra Modi PM Narendra Modi Terrorism
Advertisment
Related Articles
Advertisment