/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747128634.jpg)
Pakistan Satellite Images
ଭାରତର ପ୍ରଚଣ୍ଡ ଏୟାର ଷ୍ଟ୍ରାଇକରେ ଛାରଖାର୍ ହୋଇଯାଇଛି ପାକିସ୍ତାନର ୧୩ଟି ସାମରିକ ଘାଟି । କାହାର ହାଙ୍ଗର୍ ଧ୍ୱସ୍ତବିଧ୍ୱସ୍ତ ତ ଆଉ କାହା ରନୱେ ମଝିରେ ବିରାଟ ଗର୍ତ୍ତ । ବର୍ତ୍ତମାନ ସାମ୍ନାକୁ ଆସିଥିବା ନୂଆ ସାଟେଲାଇଟ୍ ଚିତ୍ରରେ ଦେଖିବାକୁ ମିଳୁଛି ଏହାର ସ୍ପଷ୍ଟ ଝଲକ । କୁହାଯାଉଛି, ଏହିସବୁ ସ୍ଥିତିକୁ ଦେଖି ପାକିସ୍ତାନ ଆଣ୍ଠେଇବାକୁ ବାଧ୍ୟ ହୋଇଥିଲା । ଭାରତ ଆଗରେ ଅସ୍ତ୍ରବିରତି ପାଇଁ ହାତଯୋଡି ଗୁହାରି କରିଥିଲା । ନୂଆ ସାଟେଲାଇଟ ଚିତ୍ର ଦେଖିଲେ ପାକିସ୍ତାନରେ କିପରି ତାଣ୍ଡବ ରଚିଥିଲା ଭାରତୀୟ ବାୟୁସେନା, ତାହା ସ୍ପଷ୍ଟ ଜଣାପଡୁଛି ।
Advertisment
ଉତ୍ତରରେ ନୂର ଖାନ୍, ମୁରିଦ୍, ସରଗୋଧା, ଗୁର୍ଜନୱାଲା, ପସରୁର୍, ଲାହୋର୍, ଚୁନିଆଁଠାରୁ ନେଇ, ମଝିରେ ରଫିକି, ରହିମ୍ ୟାର୍ ଖାନ୍, ଜାକୋବାବାଦ୍ ଓ ସକ୍କର ଏବଂ ଦକ୍ଷିଣରେ ଭୋଲାରି ଓ କରାଚୀ । ପାକିସ୍ତାନର ଏହି ୧୩ଟି ବାୟୁସେନା ଘାଟି, ରାଡାର୍ ସାଇଟ୍ ଓ ଅନ୍ୟ ସାମରିକ ଘାଟିରେ ଭୀଷଣ କ୍ଷୟକ୍ଷତି ଘଟାଇଛି ଭାରତୀୟ ସେନା ।
ଅଧିକ ପଢ଼ନ୍ତୁ: ଏୟାରବେସରେ ସେନା ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବଢାଇଲେ ମନୋବଳ
Advertisment
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଦମପୁର ଏୟାରବେସ୍ ଗସ୍ତ କରି ମିଛୁଆ ପାକିସ୍ତାନର ମୁଖା ଖୋଲିଛନ୍ତି । ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନ ଯେସାକୁ ତେସା ନୀତିରେ ଭାରତର କ୍ଷୟକ୍ଷତି ଘଟାଇଥିବା ବାହାସ୍ପଟ ମାରିଥିଲା । ଆଦମପୁର ଏୟାରବେସକୁ ଉଡାଇ ଦେଇଛି ଏବଂ ଋଷ୍ ନିର୍ମିତ ଏସ-୪୦୦ ସୁଦର୍ଶନ ଚକ୍ରକୁ ନଷ୍ଟ କରିଦେଇଥିବା ବଡ ବଡ ମିଛ କଥା କହି ବୁଲୁଥିଲା । ହେଲେ ପ୍ରଧାନମନ୍ତ୍ରୀ ମୋଦି ଆଜି ଆଦମପୁର ଏୟାରବେସ୍ ଯାଇ ପାକିସ୍ତାନର ମିଛ ଧରା ପକାଇଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)