ମହାରାଷ୍ଟ୍ରରୁ ଆସିଲା ବଡ଼ ଖବର । ଭାରତୀୟ ୱେବସାଇଟ୍ ଉପରେ ପାକିସ୍ତାନର ନଜର । ଅପରେସନ ସିନ୍ଦୂର ପରେ ପାକିସ୍ତାନ ସାଇବର ଆଟାକ୍ କରିଥିବା ଜାଣିବାକୁ ପାଇଛି ମହାରାଷ୍ଟ୍ର ସାଇବର ସେଲ୍ । ଆଡଭାନସଡ୍ ପରସିସଟେଣ୍ଟ ଥ୍ରେଟ୍ ( Advance Persistent Threat ) ବିଭିନ୍ନ ଭିତ୍ତିଭୂମିକୁ ଟାର୍ଗେଟ୍ କରି ୧୫ ଲକ୍ଷ ୱେବସାଇଟକୁ ଟାର୍ଗେଟ୍ କରିଥିବା ସୂଚନା ମିଳିଛି । ସେଥିମଧ୍ୟରୁ ହ୍ୟାକରମାନେ କେବଳ ୧୫୦ ଟି ଆଟାକରେ ସଫଳ ହୋଇଥିବା ନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଅର୍ଥାତ୍ ସେମାନେ ୯୯.୯୯ ପ୍ରତିଶତ ବିଫଳ ହୋଇଛନ୍ତି । ତେବେ ପୋଲିସ ଡିଜିଙ୍କ ସମେତ ଗୁଇନ୍ଦା ସଂସ୍ଥାକୁ ଏନେଇ ଅବଗତ କରାଯାଇଥିବା କହିଛନ୍ତି ସାଇବର ସେଲ୍ ଅଧିକାରୀ ।
ମହାରାଷ୍ଟ୍ର ସାଇବର ପୋଲିସ ଏଡିଜି ଯଶସ୍ୱୀ ଯାଦବ କହିଛନ୍ତି, “ଏହି ସାଇବର ଆଟାକ୍ ଗୁଡିକ ବାଂଲାଦେଶ, ପାକିସ୍ତାନର ମଧ୍ୟବର୍ତ୍ତୀ ଅଞ୍ଚଳ ଓ ଇଣ୍ଡୋନେସିଆରୁ ଅପରେଟ୍ କରାଯାଉଛି ।“ ଖାଲି ସେତିକି ନୁହେଁ, ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ମଧ୍ୟ ସେମାନେ ଟାର୍ଗେଟ୍ କରିଥିବା କହିଛନ୍ତି ବରିଷ୍ଠ ଅଧିକାରୀ । ଏୟାରପୋର୍ଟ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଇଲେକ୍ସନ କମିଶନ ୱେବସାଇଟ୍ ସମ୍ପର୍କୀୟ ସୂଚନା ଜାଣିବା ହ୍ୟାକରଙ୍କ ଲକ୍ଷ୍ୟ ଥିବା ସନ୍ଦେହ କରାଯାଉଛି ।
ସବୁଠୁ ବଡ଼ କଥା ହେଉଛି, ଏ ଘଟଣା ନୂଆ ନୁହେଁ । ପୂର୍ବରୁ ମଧ୍ୟ ମାଲୱାର କ୍ୟାମ୍ପେନ, ଡିନାଏଲ ଅଫ୍ ସର୍ଭିସ (DDoS) ଆଟାକ୍, ୱେବସାଇଟ୍ ଆଦି ପାକିସ୍ତାନ ହ୍ୟାକ୍ କରିବାର ନଜିର ରହିଛି । ଅନ୍ୟପଟେ ମହାରାଷ୍ଟ୍ର ସାଇବର ସେଲ ତରଫରୁ ୫ହଜାର ଫେକ୍ ନ୍ୟୁଜ ବା ଭୁଲ ତଥ୍ୟ ଚିହ୍ନଟ କରାଯାଇଛି ସଂଶୋଧନ ହୋଇଛି । ଯାହାକି ଭାରତ-ପାକିସ୍ତାନ ଯୁଦ୍ଧ ସମ୍ପର୍କିତ ତଥ୍ୟ ଏବଂ ଏହା ସୋସିଆଲ ମିଡିଆରେ ଘୂରି ବୁଲୁଥିଲା । ଏହାସହ ୭ଟି ହ୍ୟାକର ଟିମ୍କୁ ଚିହ୍ନ କରାଯାଇଛି । ସେଗୁଡିକ ହେଉଛି APT-36, ପାକିସ୍ତାନ ସାଇବର ଫୋର୍ସ, ଟିମ ଇନସେନ PK, ମିଷ୍ଟ୍ରିୟସ ବାଂଲାଦେଶ, ଇଣ୍ଡୋ ହକ୍ୟା ସେକ୍, ସାଇବର ଗ୍ରୁପ HOAX 1337 ଏବଂ ନ୍ୟାସନାଲ ସାଇବର କ୍ରୁ । ଏହି ସଂସ୍ଥା ଗୁଡିକ ପାଖାପାଖି ୧.୫ ମିଲିୟନ ୱେବସାଇଟ ଓ ସଂସ୍ଥାକୁ ଟାର୍ଗେଟ୍ କରିଥିଲେ ।
ଅଧିକ ପଢନ୍ତୁ: ଏୟାରବେସରେ ସେନା ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବଢାଇଲେ ମନୋବଳ