/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747134489.jpg)
Odia director Sabyasachi Mohapatra wins Singapore Film Award 2025
ବିଦେଶ ମାଟିରେ ପୁରସ୍କୃତ ହେଲେ ପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର। ସିଙ୍ଗାପୁର ଓଡ଼ିଆ ସମାଜ ଦ୍ୱାରା ଆୟୋଜିତ ‘ସିଙ୍ଗାପୁର ଫିଲ୍ମ ଆୱାର୍ଡ ୨୦୨୫’ ସିଜିନ୍-୬ରେ ସବ୍ୟସାଚୀଙ୍କୁ ଲାଇଫ୍ ଟାଇମ୍ ଆୱାର୍ଡ ପ୍ରଦାନ କରାଯାଇଛି।
୨୭ ଅଗଷ୍ଟ ୧୯୫୦ରେ ସୁବର୍ଣ୍ଣପୁରରେ ଜନ୍ମିତ ସବ୍ୟସାଚୀ ଓଡ଼ିଆ ଶିଳ୍ପକୁ ଦେଇଛନ୍ତି ଅନେକ ଫିଲ୍ମ। ତାଙ୍କ ନିର୍ଦ୍ଦେଶିତ ପାହାଡ଼ର ଲୁହ, ଶଲାବୁଢ଼ା, ଜୟ ଜଗନ୍ନାଥ, ବାହୁଡ଼ିବେ ମୋ ଜଗାବଳିଆ, ବୋଉ, ଭୂଖା, ସବୁ ମାୟାରେ ବାୟା, ଝିଲ୍ଲି ଆଦି ଫିଲ୍ମ ଦର୍ଶକଙ୍କ ଦ୍ୱାରା ବେଶ ଆଦୃତ ହୋଇପାରିଛି।
ଅଧିକ ପଢ଼ନ୍ତୁ:ପାକିସ୍ତାନ ଲୋକଙ୍କ ପ୍ରତି ମୋର କୌଣସି ଅଭିଯୋଗ ନାହିଁ; ଜାଭେଦ ଅଖତର
‘ସିଙ୍ଗାପୁର ଫିଲ୍ମ ଆୱାର୍ଡ ୨୦୨୫’ ସିଜିନ୍-୬ରେ ଚଳିତ ଥର ମୋଟ ୩୨ଟି ବର୍ଗରେ ବିଭିନ୍ନ ଷ୍ଟାର୍ମାନଙ୍କୁ ପୁରସ୍କୃତ କରାଯାଇଛି। ଶ୍ରେଷ୍ଠ ଚଳଚ୍ଚିତ୍ର ‘ପାବାର୍’ ହୋଇଥିବା ବେଳେ ଏହି ଚଳଚ୍ଚିତ୍ର ଲାଗି ଶେଷ୍ଠ ନିର୍ଦ୍ଦେଶକ ଭାବରେ ଅଶୋକ ପତି, ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ, ଅବିନେତା ବାବୁସାନ୍ ଏବଂ ଅବିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ସମ୍ମାନିତ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମର ମାହୋଲ୍ ଦେଖିବାକୁ ମିଳିଥିଲା। ଏଥିରେ ଓଡ଼ିଆ ପିଲ୍ମ ଦୁନିଆର ଅନେକ ମହାରଥୀ ଯୋଗ ଦେଇଥିଲେ। ଉତ୍ସବରେ ମହାଶ୍ୱେତା ରାୟ, ଆକାଶ ଦାସ ନାୟକ, ସ୍ନିଗ୍ଧା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଏହି ଆୱାର୍ଡ କାର୍ଯ୍ୟକ୍ରମ ପୂର୍ବବର୍ଷ ଦୁବାଇରେ ହୋଇଥିବା ବେଳେ ଏଥର ସିଙ୍ଗାପୁରରେ ହୋଇଛି। ଆରଥରକୁ ଏହା ଲଣ୍ଡନରେ ହେବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।
ଅଧିକ ପଢ଼ନ୍ତୁ:ଆସୁଛି ନୂଆ ଥ୍ରୀଲର ଫିଲ୍ମ 'କୋକୁଆ'; ଜାଣନ୍ତୁ କେବେ ଓ କେଉଁଠି ହେବ ରିଲିଜ୍
Sitaare Zameen Par Trailer: ଆଜି ରିଲିଜ୍ ହେବ ଆମିର ଖାନଙ୍କ 'ସିତାରେ ଜମିନ୍ ପର' ଟ୍ରେଲର୍; ଜାଣନ୍ତୁ କେତେବେଳେ

Javed Akhtar: ସେଲିବ୍ରିଟିମାନେ କଥା କହିବାକୁ ଏଡ଼ାନ୍ତି ନାହିଁ, କିନ୍ତୁ ସେମାନେ ଭୟ କରନ୍ତି; ଜାଭେଦ ଅଖତର

Short Film Kokua: ଆସୁଛି ନୂଆ ଥ୍ରୀଲର ଫିଲ୍ମ 'କୋକୁଆ'; ଜାଣନ୍ତୁ କେବେ ଓ କେଉଁଠି ହେବ ରିଲିଜ୍

Avneet Kaur: ବିରାଟ କୋହଲିଙ୍କ ଅବସରକୁ ନେଇ ଅବନୀତ କୌର୍ଙ୍କୁ ଟ୍ରୋଲ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)