ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ସୋମବାର । ଚନ୍ଦ୍ର – କନ୍ୟା ଦିବା ୧୨/୨୮ ଗତେ ତୁଳା ତିଥି- ୧୨ଶୀ ଦିବା ୧୦/୦୭ ଗତେ ୧୩ଶୀ ଘାତ ଚନ୍ଦ୍ର- ବୃଷ ଦିବା ୧୨/୨୮ ନିଶାନ୍ତ ଘାତ ବାର – ମିଥୁନ ପୁଷ୍କର ଦୋଷ – ୧ ପାଦ-ପଶୁସମ୍ପଦ ନାଶ- ଅନ୍ନ ଦାନ ଦିବା ୧୦/୦୭ ପର୍ଯ୍ୟନ୍ତ
କୃତିକା - ଶରୀର ପ୍ରତି ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ଜୀବନ ସାଥିଙ୍କ ସହ ସମ୍ପର୍କ ମଜବୁତ ହେବ । କର୍ମ କ୍ଷେତ୍ରରେ ଦକ୍ଷତା ପ୍ରତିଭା ପ୍ରଦର୍ଶନ କରି ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହେବ ।
ରୋହିଣୀ – ସରକାରୀ ଚାକିରୀ ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିମାନଙ୍କ ପାଇଁ ଅନୁକୂଳ ରହିବ । ବିଦ୍ୟାର୍ଥୀ ମାନେ ବିଦେଶରେ ରହି ପାଠ ପଢିବା ପାଇଁ ଯୋଜନା କରିବେ ।
ମୃଗଶିରା – ବାଦବିବାଦ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ମହିଳା ମାନେ ସବୁ କଥାକୁ ବୁଝିବା ପାଇଁ ଚେଷ୍ଟା କରିବେ ।
ପ୍ରତିକାର – ମାଆ କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬