ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୧ ତାରିଖ, ବୁଧବାର, ଚନ୍ଦ୍ର – କର୍କଟ ଅହୋରାତ୍ର, ତିଥି – ୩ୟା ଦିବା ୦୩.୧୦ ଗତେ ୪ର୍ଥୀ, ଘାତ ଚନ୍ଦ୍ର – ନାସ୍ତି, ଘାତ ବାର – କର୍କଟ, ପୁଷ୍କର ଦୋଷ – ନାସ୍ତି
ପୁନର୍ବସୁ - ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ହେବ । ନିକଟ ସମ୍ପର୍କୀୟଙ୍କ ଠାରୁ ସାହାଯ୍ୟ ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ପାଇବେ ।
ପୁଷ୍ୟା – ଆର୍ଥିକ ସ୍ଥିତି ପୂର୍ବପରି ରହିବା କାରଣରୁ ମନରେ ଖୁସି ରହିବ ନାହିଁ । ସଭାସମିତିରେ ଉନ୍ନତ ମାନର ଆଲୋଚନା କରିବେ । ବୈବାହିକ ବନ୍ଧନରେ ବାନ୍ଧି ହୋଇପାରନ୍ତି ।
ଅଶ୍ଳେଷା - ବ୍ୟବସାୟରେ ଆଶା ପୂରଣ କରିବା ପାଇଁ ସମ୍ଭାବନା ରହିଛି । ଜମିଜମା କାରବାରରେ ଉପକୃତ ହେବେ । ନୂଆ ଜାଗାକୁ ଭ୍ରମଣ କରିବାକୁ ଯାଇ ପାରନ୍ତି ।
ପ୍ରତିକାର – ଗୁରୁଜନମାନଙ୍କ ଚରଣ ସ୍ପର୍ଶ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨