Advertisment

Young Man Dies Due to Wrong Injection in Odisha: ମେଡିସିନ୍ ଷ୍ଟୋରରେ ଇଂଜେକସନ ନେଇ ଚାଲିଗଲା ଯୁବକଙ୍କ ଜୀବନ, ଷ୍ଟୋର ମାଲିକଙ୍କ ନାଁରେ ଏତଲା

ମେଡ଼ିସିନ ଷ୍ଟୋର ମାଲିକ ତାଙ୍କ ଷ୍ଟୋର ଓ ସେ ରହୁଥିବା ଘରେ ତାଲା ପକାଇ କେଉଁ ଆଡେ ଚାଲିଯାଇଛନ୍ତି। ଏନେଇ ମେଡ଼ିସିନ ଷ୍ଟୋରର ମାଲିକ ସଞ୍ଜୟ ପାତ୍ରଙ୍କ ସହ ଟେଲିଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ଫୋନ ସୁଇଚ ଅଫ୍ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

author-image
Prasan Subudhi
ଅଦ୍ୟତନ ହୋଇଛି
ଭୁଲ୍ ଇଂଜେକସନର ପରିଣାମ

ଭୁଲ୍ ଇଂଜେକସନର ପରିଣାମ

ଭୁଲ୍ ଇଂଜେକସନ ଯୋଗୁ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି। ତେବେ ସବୁଠୁ ଉଦବେଗଜନକ ବିଷୟଟି ହେଉଛି, ସଂପୃକ୍ତ ଯୁବକ କୌଣସି ଡାକ୍ତରଖାନାରେ ନୁହେଁ, ବରଂ ଏକ ମେଡିସିନ୍ ଷ୍ଟୋରରେ ଏହି ଇଂଜେକସନ ଦେଇଥିଲେ। ଇଂଜେକସନ ଦେବା ପରେ ଯୁବକ ଜଣଙ୍କ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ନିଜ ବଡ଼ବାପାଙ୍କ ପୁଅର ବିବାହ ଉତ୍ସବରେ ଯୋଗ ଦେବାକୁ ରାୟପୁରରୁ ଆସିଥିଲେ ପ୍ରଶାନ୍ତ।

Advertisment

ଏନେଇ ମେଡ଼ିସିନ ଷ୍ଟୋର ମାଲିକଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ। ପୋଲିସ ସୂତ୍ରରୁ ପ୍ରକାଶଯେ, କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭରତପୁର ଗାଁର କଳାକାର ସାହୁଙ୍କ ପୁଅ ପ୍ରଶାନ୍ତ ସାହୁ(୨୬) ସିଙ୍ଗିରି ବଜ଼ାରରେ ଥିବା ଅନ୍ନପୂର୍ଣା ମେଡ଼ିକାଲ ହଲକୁ ଗତକାଲି ଅସୁସ୍ଥ ଅବସ୍ଥାରେ ଆସିଥିଲେ। ହେଲେ ଅନ୍ନପୂର୍ଣା ମେଡ଼ିକାଲ ହଲର ମାଲିକ , ପ୍ରଶାନ୍ତଙ୍କୁ ଦେଖିବା ପରେ ଦୁଇଟି ଇଂଜେକସନ ଦେଇଥିଲେ।

ଇଂଜେକସନ ନେବା ପରେ ପ୍ରଶାନ୍ତଙ୍କର ବାନ୍ତି ହେବା ସହ ସେ ଗୁରୁତର ହୋଇପଡିଥିଲେ। ସେଠାରୁ ତାଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ମେଡ଼ିକାଲ ଓ ପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଡାକ୍ତର ପ୍ରଶାନ୍ତଙ୍କୁ ମୃତ ଘୋଷାଣ କରିଥିଲେ। ତେବେ ଭୁଲ୍ ଇଂଜେକସନ ଯୋଗୁ ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗକରି ପରିବାର ଲୋକେ ମେଡ଼ିସିନ ଷ୍ଟୋର୍ ମାଲିକଙ୍କ ବିରୋଧରେ ଆଳି ଥାନାରେ ଏତଲା ଦେଇଛନ୍ତି। ନିଜ ବଡ଼ବାପାଙ୍କ ପୁଅର ବିବାହ ଉତ୍ସବରେ ଯୋଗ ଦେବାକୁ ରାୟପୁରରୁ ଆସିଥିବା ପ୍ରଶାନ୍ତଙ୍କ ଏଭଳି ଅଭାବନୀୟ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାଁନ୍ତି। ବାହାଘରର ଆନନ୍ଦ ନିମିଷକେ କାନ୍ଦବୋବାଳିରେ ମିଳାଇ ଯାଇଛି।

Advertisment

ଏତଲା ପରେ ଆଳି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମେଡ଼ିସିନ ଷ୍ଟୋର ମାଲିକ ତାଙ୍କ ଷ୍ଟୋର ଓ ସେ ରହୁଥିବା ଘରେ ତାଲା ପକାଇ କେଉଁ ଆଡେ ଚାଲିଯାଇଛନ୍ତି। ଏନେଇ ମେଡ଼ିସିନ ଷ୍ଟୋରର ମାଲିକଙ୍କ ସହ ଟେଲିଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ଫୋନ ସୁଇଚ ଅଫ୍ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ସୂଚନାଯୋଗ୍ୟେଯେ, ନିକଟରେ ରାଜ୍ୟ ସରକାର ଏକ ନିର୍ଦ୍ଦେଶନାମାରେ କହିଥିଲେଯେ, ଏଣିକି ଆଉ କୌଣସି ମେଡିସିନ୍ ଷ୍ଟୋର୍‌ରେ ରୋଗୀଙ୍କୁ ଇଂଜେକସନ ଦିଆଯାଇପାରିବ ନାହିଁ। କେବଳ ଡାକ୍ତରଖାନା କିମ୍ବା ଉପଯୁକ୍ତ ଚିକିତ୍ସା ସୁବିଧା ଥିବା ସ୍ଥାନରେ ରୋଗୀଙ୍କୁ ଇଂଜେକସନ ଦିଆଯାଇପାରିବ। ଏହି ନିୟମ ନମାନିଲେ ସଂପୃକ୍ତ ମେଡିସିନ ଷ୍ଟୋର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ତେବେ ଗାଁ ଗହଳିରେ ପର୍ଯ୍ୟାପ୍ତ ଚିକିତ୍ସା ସୁବିଧା ନଥିବାରୁ ଲୋକେ ଏଠି ସେଠି ଇଂଜେକସନ ନେଉଥିବା କୁହାଯାଉଛି। ସରକାର ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି। 

Wrong Injection Medicine Store Young Man Dead
Advertisment
Advertisment