ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୧ ତାରିଖ, ବୁଧବାର, ଚନ୍ଦ୍ର – କର୍କଟ ଅହୋରାତ୍ର, ତିଥି – ୩ୟା ଦିବା ୦୩.୧୦ ଗତେ ୪ର୍ଥୀ, ଘାତ ଚନ୍ଦ୍ର – ନାସ୍ତି, ଘାତ ବାର – କର୍କଟ, ପୁଷ୍କର ଦୋଷ – ନାସ୍ତି
ପୂ , ଭାଦ୍ରପଦ - ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ବହୁ କଷ୍ଟରେ କାର୍ଯ୍ୟ ସିଦ୍ଧି ଘଟିବ । ସମସ୍ୟା ଭାରକ୍ରାନ୍ତ ହୋଇ ମନଟା ଭଲ ଲାଗିବ ନାହିଁ । କଳହ ଲାଗିଥିବା ବନ୍ଧୁଙ୍କ ପ୍ରତି ସତର୍କ ରୁହନ୍ତୁ ।
ଉ , ଭଦ୍ରପଦ - ସାମାଜିକ ସ୍ତରରେ ଜନମଙ୍ଗଳ କାମରେ ନିଜକୁ ନିଯୋଜିତ କରିପାରନ୍ତି । ରାଜନୀତିରେ ସଭାସମିତିରେ ଆଗ୍ରହୀ ହୋଇପାରନ୍ତି । ଛାତ୍ରମାନେ ପଢାରେ ସାହାଯ୍ୟ ପାଇବେ
ରେବତୀ – ମାଲିମକଦ୍ଦମାରେ ବିଜୟ ପ୍ରାପ୍ତିର ଆଶା କରିବେ । ମହିଳାମାନଙ୍କର ସମସ୍ୟା ସୁଧାରିବା କ୍ଷେତ୍ରରେ ସହଯୋଗ ଅଭାବ ରହିବ ନାହିଁ ।
ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩