• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 1st Jan 2023: କିପରି କଟିବ ବର୍ଷର ପ୍ରଥମ ଦିନ, ଜାଣନ୍ତୁ ଆଜିର ରାଶିଫଳ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୧ ତାରିଖ ରବିିବାର । ଚନ୍ଦ୍ର – ମେଷ ଅହୋରାତ୍ର,ତିଥି- ୧୦ମୀ ସନ୍ଧ୍ୟା ୦୭.୧୧ ଗତେ ୧୧ଶୀ ଘାତ ଚନ୍ଦ୍ର- ମେଷ ଅହୋରାତ୍ର,ଘାତ ବାର – ମେଷ ,ପୁଷ୍କର ଦୋଷ – ୧ପାଦ -କୃଷିହାନି- ଭୂମିଦାନ

Libra

ତୁଳା

Sunday 01 Jan 2023

ଚିତ୍ରା – ଫେରିବା ବାଟରେ ବନ୍ଧୁଙ୍କ ସହିତ ମତାନ୍ତର ରହିବ । ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି । ପିତା ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ସମସ୍ୟା ଦେଖାଦେଇ ପାରେ । ସଭାସମିତି ଓ ସାଂଗଠନିକ କ୍ଷେତ୍ରରେ ପ୍ରଂଶସିତ ହେବେ । ଅନେକ ଗୁଡିଏ କାମ ଅଟକି ଯାଇ ଥିବାରୁ ଅନ୍ୟମନସ୍କ ରହିବେ । ପରିବାରରେ ଥିବା ମତାନ୍ତର- ମନାନ୍ତରରେ ପରିଣତ ହୋଇପାରେ ।

ସ୍ୱାତୀ – ରାଜନେତା ନୂଆ କାର‌୍ୟ୍ୟ ଭାର ଗ୍ରହଣ କରିବେ । ଛାତ୍ର ଛାତ୍ରି ମାନେ ପଢାରେ ଭଲ ସଫଳତା ଆଣିବେ । ରୁଣ କିମ୍ବା ଉଧାର ନେବା ଠାରୁ ଦୂରେଇ ରହିବା ଉଚିତ୍ । ଅଭାବ ଅନାଟନ ପାଇଁ ବ୍ୟୟ ସଂକୋଚନ ହେବ । କର୍ମ କ୍ଷେତ୍ରରେ କୈାଣସି ବ୍ୟକ୍ତିଙ୍କ ଠାରୁ ନିଜେ କରିଥିବା ଭୁଲ କଥା ଜାଣିପାରିବେ ।

ବିଶାଖା – ଉପରିସ୍ଥ କର୍ମଚାରୀ ମାନଙ୍କ ସହିତ କିଛି ବାଦ ବିବାଦ ଉପୁଜି ପାରେ । କୋର୍ଟକଚେରୀ ମାମଲାଠୁ ଦୂରରେ ରୁହନ୍ତୁ । ଅର୍ଥ ସମ୍ମାନର ଅଭାବ ରହିବ ନାହିଁ । ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ନୂତନ ବନ୍ଧତ୍ୱ ସୃଷ୍ଟି ହୋଇପାରେ । କର୍ତବ୍ୟ ନିଷ୍ଠା ଯୋଗୁ ସମସ୍ତଙ୍କର ଆଦର ହେବେ ।

ପ୍ରତିକାର – ଶୁକ୍ରଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :