ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୧ ତାରିଖ ରବିିବାର । ଚନ୍ଦ୍ର – ମେଷ ଅହୋରାତ୍ର,ତିଥି- ୧୦ମୀ ସନ୍ଧ୍ୟା ୦୭.୧୧ ଗତେ ୧୧ଶୀ ଘାତ ଚନ୍ଦ୍ର- ମେଷ ଅହୋରାତ୍ର,ଘାତ ବାର – ମେଷ ,ପୁଷ୍କର ଦୋଷ – ୧ପାଦ -କୃଷିହାନି- ଭୂମିଦାନ
ଅଶ୍ୱନୀ – ଦେହପିଡାକୁ ଉପେକ୍ଷା ନ କରି କର୍ମରେ ଲାଗି ରହିବେ । ଅର୍ଥ ଆୟକରିବା ସହିତ ମାନସମ୍ମାନ ପାଇବେ । ପ୍ରତ୍ୟେକ କ୍ଷେତ୍ରରେ ଘଟଣା ଗୁଡିକ ଅସ୍ୱାଭାବିକ ଭାବେ ଚିନ୍ତା କରିବେ । ଅପୂରଣୀୟ ଅଭିଳାଶ ନେଇ ଦୁଃଖ ଅନୁଭବ କରିବେ । ଶୁଣା କଥାକୁ ବିଶ୍ୱାସ କରିଲେ ଅସୁବିଧାରେ ପଡିପାରନ୍ତି ।
ଦ୍ୱିଜା – ସନ୍ତାନ ମାନଙ୍କ ସଫଳତାକୁ ଦେଖି ଆପଣ ଖୁସି ଅନୁଭବ କରିବେ । କର୍ମ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ ଓ ସଂଘର୍ଷ କରିବାକୁ ପଡିବେ । ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ଭାବୁଥିବା କଥାକୁ ବନ୍ଧୁଙ୍କ ଆଗରେ କହି ପାରିବେ ନାହିଁ । ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ସଫଳତା ହାସଲ କରିବେ ।
କୃତିକା – ଆକସ୍ମିକ ଭାବରେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ । ମହିଳା ମାନେ ଅନ୍ୟକୁ ସାହାର୍ୟ୍ୟ କରିବେ । ନିଜ ପରିସରରେ ଜଣେ ବନ୍ଧୁ ସାହାର୍ୟ୍ୟର ପ୍ରତିଶୃତି ଦେବେ । ଗଠନ ମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଂଶସିତ ହେବେ । ଯାନ ବାହନ, ସଭସମିତି, ପାରିବାରିକ ସମସ୍ୟା ନେଇ ଚିନ୍ତାରେ ରହିବେ ।
ପ୍ରତିକାର - ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯