ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୯ ତାରିଖ ଗୁରୁବାର । ଚନ୍ଦ୍ର- ବିଛା ରାତ୍ରି ୦୯.୦୨ ଗତେ ଧନୁ । ତିଥି- ୫ମୀ ରାତ୍ରି ୧୨.୩୨ ଗତେ ୬ଷ୍ଠୀ । ଘାତଚନ୍ଦ୍ର- ରାତ୍ରି ୦୯.୦୨ ଗତେ ତୁଳା ଓ କୁମ୍ଭ । ଘାତବାର- ତୁଳା ଓ କୁମ୍ଭ । ପୁଷ୍କର ଦୋଷ- ନାସ୍ତି ।
ମୂଳା- ମାନସିକ ସୁସ୍ଥତା ରହି ନପାରେ । ବ୍ୟବସାୟ କ୍ଷେତ୍ରରେ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା ପାଇଁ ଚେଷ୍ଟା କରିବେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ସକାଶେ ଆହୂତ ହୋଇପାରନ୍ତି ।
ପୂ, ଷାଢା- ଛାତ୍ରଛାତ୍ରୀମାନେ ପାଠପଢାରେ ବ୍ୟସ୍ତ ରହିବେ । ନିଜର ମର୍ଯ୍ୟାଦାକୁ ଜଗି ରଖି ଚଳିଲେ ଭଲ । ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତିକୁ ହାଲକା କରିବାରେ ସମର୍ଥନ ହେବେ ।
ଉ, ଷାଢା- ପାରସ୍ପରିକ ଆଲୋଚନା କ୍ରମେ ପାରିବାରିକ ବିବାଦର ସମାଧାନ ହୋଇଯିବ । ସ୍ୱାର୍ଥସାଧନ ଉଦ୍ଦେଶ୍ୟରେ ଆତ୍ମୀୟମାନେ ଆପଣଙ୍କ ପ୍ରଶଂସା କରିପାରନ୍ତି ।
ପ୍ରତିକାର- ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩