ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ମଙ୍ଗଳବାର । ଚନ୍ଦ୍ର- ମିଥୁନ ରାତ୍ରି ୧୦.୩୨ ଗତେ କର୍କଟ । ତିଥି- ପ୍ରତିପଦ ରାତ୍ରି ୦୨.୧୦ ଗତେ ୨ୟା । ଘାତ ଚନ୍ଦ୍ର- ନାସ୍ତି । ଘାତ ବାର- ମକର । ପୁଷ୍କର ଦୋଷ- ୧ ପାଦ- କୃଷିହାନୀ-ଭୂମିଦାନ ରାତ୍ରି ୦୨.୧୦ ଗତେ ୨ ପାଦ - କୃଷି ଓ ବଂଶହାନୀ ।
ଅଶ୍ୱନୀ- ପାରିବାରିକ ଜୀବନ ସନ୍ତୁଳନ ରକ୍ଷା କରିବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହାୟତ ଯୋଗୁଁ କାମ ଗୁଡିକ ସହଜ ହେଇଯିବ । ମୁଖ୍ୟ ଆୟକୁ ଛାଡି ଅନ୍ୟ ମାଧ୍ୟମରୁ ଅର୍ଥ ଉପାର୍ଜନ କରିବାର କୈାଶଳ ଆପଣେଇବେ ।
ଦ୍ୱିଜା- ରାଜନୀତି ଆଶା ଓ ଆକାଂକ୍ଷା ଭିତରେ କଟାଇବେ । ନିଜ କଥାରେ ସଞ୍ଜମତା ରଖି ନପାରିଲେ ଉପହାସିତ ହେବେ । ଛାତ୍ରଛାତ୍ରୀମାନେ ପଢାରେ ଅଧିକ ସମୟ କଟାଇବେ ।
କୃତିକା- ମାଲିମକନ୍ଦମାରେ ପରାଜୟ ସ୍ୱୀକାର କରିବାକୁ ପଡିବ । ମହିଳା ମାନେ ଚିନ୍ତାରେ ସମୟ ଅତିବାହିତ କରିବେ । ଭାଗ୍ୟଦୋୟ ହେବାର ସୁଯୋଗ ଆସିପାରେ
ପ୍ରତିକାର - ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯