ସୌର କୁମ୍ଭମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୧୫ ତାରିଖ ଗୁରୁବାର । ଚନ୍ଦ୍ର-ମେଷ ଅହୋରାତ୍ର । ତିଥି- ୬ଷ୍ଠୀ ଦିବା ୧୦.୧୩ ଗତେ ୭ମୀ । ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ଦିବା ୧୦.୧୩ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ।
ପୁନର୍ବସୁ- ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ବ୍ୟବସାୟରେ ସଫଳତା ପାଇବା ପାଇଁ ସାମାନ୍ୟ ପରିଶ୍ରମ କରିବାକୁ ପଡିବ । ନିଜ ଲୋକଙ୍କ ଉପରେ ଭରସା ମଧ୍ୟ କରି ପାରିବେ ନାହିଁ ।
ପୁଷ୍ୟା- ଶିକ୍ଷାକ୍ଷେତ୍ରରେ ଉଚ୍ଚଶ୍ରେଣୀ ପାଇ ଉଚ୍ଚଶିକ୍ଷା ପାଇବାର ସୁଯୋଗ ପାଇପାରିବେ । କର୍ମକ୍ଷେତ୍ରରେ ସମନ୍ୱୟ ରକ୍ଷାକରିବା ଫଳରେ ବନ୍ଧୁତ୍ୱ ବୃଦ୍ଧି ପାଇବ । ରାଜନିତି କ୍ଷେତ୍ରରେ ଥିବା ବ୍ୟକ୍ତି ମାନ ସମ୍ମାନ ପାଇବେ ।
ଅଶ୍ଲେଷା- ମାଲିମକନ୍ଦମାର ଶୁଣାଣୀ ଡେରି ହୋଇପାରେ । ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ସପଂର୍କ ସ୍ଥାପନ କରିବେ । ଛୋଟ ଛୋଟ ସମସ୍ୟାର ଅଣ ଦେଖା ନକରି ଭଲ ହେବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର-ବଗଳାମୁଖିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ