• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 15th Feb 2024: ଏହି ରାଶିର ବ୍ୟକ୍ତି ଖୁବ୍‌ ଲାଭ ବାନ ହେବେ, ପ୍ରେମ ସମ୍ପର୍କ ନିବିଡ଼ ହେବ

ସୌର କୁମ୍ଭମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୧୫ ତାରିଖ  ଗୁରୁବାର । ଚନ୍ଦ୍ର-ମେଷ ଅହୋରାତ୍ର । ତିଥି- ୬ଷ୍ଠୀ  ଦିବା ୧୦.୧୩ ଗତେ ୭ମୀ । ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ଦିବା ୧୦.୧୩ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ।

Virgo

କନ୍ୟା

Thursday 15 Feb 2024

ଉ, ଫଳଗୁନି- ବ୍ୟବସାୟରେ ନୂଆ ପ୍ରସ୍ତାବ ଉପରେ ବିଚାର କରିବେ ।  ପ୍ରେମ ଜୀବନ ମଧୁର ମୟ ରହିବ । ନମ୍ର ସ୍ୱଭାବ ସହ ମୁରବିଙ୍କ ସହିତ କଥାବାର୍ତା ହୁଅନ୍ତୁ । ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ  ।

ହସ୍ତା- ଛାତ୍ର ଛାତ୍ରୀ ମାନେ ମାନସିକ ସ୍ତରରେ ଖୁସି ରହିବେ । କାର୍ଯ୍ୟ ବ୍ୟସ୍ତତା ଭିତରେ ସମୟ ବିତାଇବେ । ରାଜନେତା ନୂଆ କାର୍ଯ୍ୟ ଭାର ଗ୍ରହଣ କରିବେ । ସାମାଜିକ କ୍ଷେତ୍ରରେ ଯଶ ବଢିବ ।

ଚିତ୍ରା- ଘରର ସୀମା ବା ସଂପତିକୁ ନେଇ ଆକସ୍ମିକ ସମସ୍ୟା ଦେଖାଦେବ ।  ଘର ପାଇଁ ଆସବାବ କ୍ରୟ କରିବେ । ମହିଳା ମାନେ ପରିବାରରେ ପୃଷ୍ଟି ସାଧନ ପାଇଁ ପ୍ରୟାସ କରିବେ ।

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫

ପ୍ରତିକାର- ପାଣିରେ କିଛି ଲୁଣ ପକାଇ ଘରକୁ ପୋଛନ୍ତୁ