ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୨ ତାରିଖ ମଙ୍ଗଳବାର । ଚନ୍ଦ୍ର- ମୀନ ରାତ୍ରି ୦୮.୩୦ ଗତେ ମେଷ,ତିôଥ- ୨ୟା ପ୍ରାତଃ ୦୭.୧୩ ଗତେ ୩ୟା(କ୍ଷୟ) ରାତ୍ରି ୦୪.୦୪ ଗତେ ୪ର୍ଥୀ,ଘାତଚନ୍ଦ୍ର- ଧନୁ ରାଶିର ରାତ୍ରି ୦୮.୩୦ ଗତେ ମେଷ ରାଶିର,ଘାତବାର- ମକର ,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ପ୍ରାତଃ ୦୭.୧୩ ଗତେ ୧ପାଦ-କୃଷିହାନି-ଭୂମିଦାନ ।
ମୃଗଶିରା- ବ୍ୟବସାୟକୁ ବିସ୍ତାର କରିବା ପାଇଁ ଆପଣଙ୍କର ବିଶ୍ୱାସ ଆସିବ । ଦେହ ଭଲ ରହିଲେ ମଧ୍ୟ ମନରେ ଭୟ ଦେଖାଦେବ । ଆୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ ।
ଆଦ୍ରା- ଚାକିରୀରେ କର୍ମତତ୍ପର ରହି ସମସ୍ତଙ୍କର ପ୍ରିୟ ପାତ୍ର ହୋଇପାରିବ । ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ କମ୍ ପରିଶ୍ରମରେ ଅଧିକ ଫଳ ପାଇବେ । ରାଜନିତିରେ କିଛି ବିଶେଃଷ କଥା ଆଲୋଚନା କରିବେ ।
ପୁନର୍ବସୁ- ଆୟର ପନ୍ଥା ଖୋଲିଯିବ । ଯାନବାହନ କରିବାରେ ଆଗ୍ରହ ବଢିବ । ମହିଳା ମାନେ ମନରେ ବ୍ୟାକୁଳତା ଅନୁଭବ କରିବେ । ପରିବାରରେ ସମ୍ପତିକୁ ନେଇ ବିବାଦ ଉପୁଜିଲେ ବି ଆପସ ବୁଝାମଣା ମାଧ୍ୟମରେ ସମସ୍ୟାର ସମାଧାନ ହୋଇଯିବ ।
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫