• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th September 2023: ହଠାତ୍‌ ଧନ ପ୍ରାପ୍ତି ହୋଇପାରେ, ପୁରୁଣା କରଜ ଫେରସ୍ତ ମିଳିପାରେ..

ସୈାର  ସିଂହ  ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ରବିବାର । ଚନ୍ଦ୍ର – ମିଥୁନ ଦିବା ୧୦.୨୫ ଗତେ କର୍କଟ, ତିଥି – ୧୧ଶୀ ରାତ୍ରି ୦୯.୨୮ ଗତେ ୧୨ଶୀ, ଘାତ ଚନ୍ଦ୍ର - କନ୍ୟା ରାଶିର ଦିବା ୧୦.୨୫ ପର୍ଯ୍ୟନ୍ତ, ଘାତ ବାର –  ମେଷ, ପୁଷ୍କର ଦୋଷ – ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୫.୦୬ ଗତେ ୧ ପାଦ-କୃହିହାନି-ଭୂମିଦାନ ରାତ୍ରି ୦୯.୨୮ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ

Leo

ସିଂହ

Sunday 10 Sep 2023

ମଘା - ଶାରୀରିକ ସୁସ୍ଥତା ଫେରି ଆସିବା ସହ ବନ୍ଧୁ ପରିଜନଙ୍କ ସ୍ନେହ ଶ୍ରଦ୍ଧା ପାଇବେ । ବଡ଼ ବ୍ୟବସାୟ ଦଳରେ ସାମିଲ ହେବା ପାଇଁ ପ୍ରସ୍ତାବ ପାଇବେ । ଆଜି କିଛି ଭଲ ଖବର ମିଳିବ ଯାହାକୁ ନେଇ ପୁରା ଦିନ ମନ ପ୍ରସନ୍ନ ରହିବ ।

ପୂ- ଫାଲ୍‌ଗୁନୀ - ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତକାରରେ ଦକ୍ଷତାକୁ କେନ୍ଦ୍ର କରି ଉଚ୍ଚ ପ୍ରଶଂସିତ ହେବେ । ଦାମ୍ପତ୍ୟ ଜୀବନରେ ସୈାହାର୍ଦ୍ଦ୍ୟ ବଢିପାରେ । କୈାଣସି ନିସ୍ପତି ନେବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ ।

ଉ- ଫାଲ୍‌ଗୁନୀ - ଆପଣଙ୍କୁ ପୁରସ୍କାର ମିଳିବାର ଯୋଗ ରହିଛି କ୍ଷମତାଶାଳୀ ହେବାର ସୁଯୋଗ ଆସିବ । ରାଜନୈତିକ କ୍ଷେତ୍ରରେ ସମ୍ମାନ ଓ ସହଯୋଗ ମିଳିବ । ଅପ୍ରତ୍ୟାଶିତ ସଂମ୍ପତି ମିଳିବାର ସୂଚନା ଅଛି

ପ୍ରତିକାର – ମନ୍ଦିରରେ କଳା ସୋରିଷ ମଞ୍ଜି ଦାନ କରନ୍ତୁ ।

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :