ସରକାରୀ ମେଡ଼ିକାଲରୁ ପୁଣି ପିଲା ଚୋରି ! ପୋଲିଓ ଟିକା ଆଳରେ ନବଜାତକୁ ଚୋରି ଅଭିଯୋଗ, ଆଈ ଆଡ଼କୁ ଅଙ୍ଗୁଳି ଉଠାଇଲେ ଜେଜେ ମାଆ
ପାଣି ସୂଅରେ ପତର ଭଳି ଭାସୁଛି ଗାଡ଼ିମୋଟର୍,ବୁଡ଼ି ଯାଉଛି ବଡ଼ ବଡ଼ ବସ୍ : ଧୋଇ ଯାଉଛି ରେଳଧାରଣା, ଚାରିଆଡ଼େ ପାଣି ଆଉ ପାଣି
ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତଡ଼ି ତଡ଼ି ଅଣ୍ଡା ମାରିଲା ଯୁବ କଂଗ୍ରେସ। ଅଣ୍ଡା ଫାଟି ନାଳ ପଟପଟ। କେସର ଛିନଛତ୍ର। ଦେଖନ୍ତୁ ଦୃଶ୍ୟ। ୟେ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ଦୃଶ୍ୟ
ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର କେସ୍ ରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ନେଇ ପୋଲିସର ଅପାରଗାତା ପାଇଁ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଢ଼େଙ୍କାନାଳ ଗସ୍ତରେ ବିଜେଡି-ବିଜେପି ମୁହାଁମୁହିଁ । ମଝି ରାସ୍ତାରେ କର୍ମୀ ପିଟାପିଟି । କିଛି ବିଜେଡ଼ି କର୍ମୀ ଗୋଡାଇ ଗୋଡାଇ ମାଡ଼ ମାରୁଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି ।
ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଏବଂ ଲଳିତ କଳା ଏକାଡେମୀ ଆନୁକୁଲ୍ୟରେ ଆୟୋଜିତ ଏକ ପ୍ରକଳ୍ପରେ ରଙ୍ଗେଇ ହୋଇ ପଡିଛି ସମ୍ୱଲପୁର I
ପ୍ରକୃତି ଯେମିତି ଦାଉ ସାଧୁଛି.. ଏ ଚିତ୍ର ହିଁ ବଖାଣୁଛି ଆନ୍ଧ୍ରର ସ୍ଥିତି.. ଲଗାତର ଲଘୁଚାପ ଜନିତ ବର୍ଷା ପାଇଁ ବେହାଲ ହେଲାଣି ପଡ଼ୋଶୀ ରାଜ୍ୟ..ଆଖି ଆଗରେ ସବୁ ଭାସିଯାଉଛି..ବୁଡ଼ିଯାଉଛି..୧୩ ଜିଲ୍ଲାରେ ସ୍ଥିତି ସଙ୍ଗୀନ.. ୧୦୦ରୁ ଅଧିକ ନିଖୋଜ୍ ଥିବା ବେଳେ ୧୭ ଜଣ ପ୍ରାଣ ହରେଇଲେଣି... ପଡ଼ୋଶୀ ଆନ୍ଧ୍ରର ଏଭଳି ସ୍ଥିତିରେ ଲୋକଙ୍କ ଜୀବନ ରକ୍ଷା ପାଇଁ ପ୍ରାର୍ଥନା କରନ୍ତୁ..
ଆଦିବାସୀ ଜନତାଙ୍କ ଦୁଃଖ ବୁଝିବାକୁ ଅପହଞ୍ଚ ଇଲାକାରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ.. ବାଲେଶ୍ୱର ବାହାନଗା ସାଉଡ଼ ପଞ୍ଚାୟତ ବାଜଣା ଆଦିବାସୀ ସାହିରେ ପହଞ୍ଚି ଲୋକଙ୍କ ସମସ୍ୟା କଥା ବୁଝିଲେ.. ଗାଁକୁ ବ୍ରିଜ୍ ନଥିବାରୁ ଏକମାତ୍ର ବାଉଁଶ ପୋଲରେ ଚଢ଼ି ଅନ୍ଧାର ରାତିରେ ବିପଦପୂର୍ଣ୍ଣ ଅବସ୍ଥାରେ ଗାଁରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ
ଭଦ୍ରକ ଏସପି ଅଫିସ୍ ପାଖରେ ଥିବା ଜୁଏଲର୍ସ ଦୋକାନକୁ ଲୁଟିଛନ୍ତି ଲୁଟେରା.. ଦୋକାନୀ ଗୋବିନ୍ଦ ସଟର ପକାଇଲା ବେଳେ ହାତରୁ ସୁନା, ରୁପା ଗହଣା ଥିବା ବ୍ୟାଗ୍ ଝାମ୍ପି ନେଇେ ଲୁଟେରା.. ବ୍ୟାଗରେ ପ୍ରାୟ ୨୨ ଲକ୍ଷ ଟଙ୍କାର ସୁନା, ରୁପା ଥିଲା..
ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନବଜାତ ଶିଶୁକନ୍ୟାକୁ ଚୋରି କରିନେଇଥିବା ଅଭିଯୋଗ ହୋଇଛି.. ଶିଶୁଟିକୁ ଧରିବା ଆଳରେ ଚୋରି କରି ଫେରାର୍ ହୋଇଯାଇଛନ୍ତି ଜଣେ ମହିଳା.. ଏନେଇ ନବଜାତ ଶିଶୁର ବାପା ଥାନାରେ ଅଭିଯୋଗ କରିଛନ୍ତି..
ୟା ଭିତରେ ଭାବିଲୁ ବ୍ରାଉନ୍ ସୁଗାର ଅଛି, ହେଲେ ଯାହା ଅଛି ସେ ବ୍ରାଉନ୍ ସୁଗାର ଠୁବି ମାରାତ୍ମକ। ବିଷଧର ସାପର ଜହର ହେଉଥିଲା ଚାଲାଣ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜିର ଅନୁଗୋଳ ଗସ୍ତ ପୂର୍ବରୁ କଂଗ୍ରେସ ପକ୍ଷରୁ କଳାପତାକା ପ୍ରତିବାଦ କରାଯାଇଛି.. ସିମିଳିପଡା ଛକରେ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ନଗର କଂଗ୍ରେସ ପକ୍ଷରୁ ନାରାବାଜି ଓ ବିକ୍ଷୋଭ ପ୍ରଦର୍ଶନ ସହ ମମିତା ମେହେରଙ୍କୁ ନ୍ୟାୟ ସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ପାଇଁ ଦାବି କରିଛନ୍ତି..
ଭାରତୀୟ ବଂଶୋଦ୍ଭବ କମଲା ହାରିସଙ୍କୁ ଆମେରିକା ରାଷ୍ଟ୍ରପତି ଦାୟିତ୍ୱ ଦିଆଯାଇଛି.. ରାଷ୍ଟ୍ରପତି ଜୋ ବାଇଡେନ୍ ଅସୁସ୍ଥ ଥିବାରୁ ଏକ ଘଣ୍ଟା ୨୫ ମିନିଟ୍ ପାଇଁ ଆମେରିକାର ରାଷ୍ଟ୍ରପତି ଦାୟିତ୍ୱ ନେଇଛନ୍ତି କମଲା ହାରିସ୍
ଆହୁରି ୨-୩ଦିନ କୋହଳ ପାଗ ରହିବ.. ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଶୀତର ପରିମାଣ କମ୍ ଅନୁଭୂତ ହେବ..
ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ.. ପରୀକ୍ଷାରେ ଛାତ୍ର ମାନଙ୍କ ପାସ୍ ହାର ୬୨.୭% ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୬୭.୭୬% ରହିଛି..
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ନିରୀହ ଆଦିବାସୀ ମହିଳାଙ୍କୁ ପ୍ରଲୋଭନ ଦେଖାଇ ଦେଢ଼ କୋଟିରୁ ଅଧିକ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି.. ନିଜକୁ ବୁଣାକାର ସମବାୟ ପରିଚାଳନା ପରିଷଦ ଅଫିସର କହି ଚାକିରି ଦେବା ନାଁରେ ଆଦିବାସୀ ମହିଳାଙ୍କୁ ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି.. ଅଭିଯୋଗ ପରେ ଦାରିଙ୍ଗବାଡ଼ି ପୋଲିସ ଖୋଳତାଡ଼ ଆରମ୍ଭ କରିଛି..
SRCଙ୍କ ପକ୍ଷରୁ ଜାରି ହେଲା ନୂଆ ଗାଇଡ୍ଲାଇନରେ ଯାତ୍ରା, ଅପେରା, ଡ୍ରାମା, ମେଲୋଡି ଆଦି ପାଇଁ ମିଳିଲା ଅନୁମତି..
ଥରୁଛି ଓଡ଼ିଶାର କଶ୍ମୀର.. କମ୍ବଳ ବିକିବାକୁ ଗାଁ ଗାଁ ବାଇକ ଧରି ବୁଲୁଛନ୍ତି ବ୍ୟବସାୟୀ.. ଦାରିଙ୍ଗବାଡ଼ିରେ ମଧ୍ୟପ୍ରଦେଶର କମ୍ବଳର ଚାହିଦା ବେଶ୍ ଅଧିକ.. ଲୋକେ ଶୀତରୁ ବଞ୍ଚିବାକୁ କମ୍ବଳ କିଣୁଛନ୍ତି...ବେପାର ଜମୁଥିବାରୁ ବ୍ୟବସାୟୀ ବି ଖୁସି ଆଉ ଗ୍ରାହକ ବି ଖୁସି..
ଭାରତ କବ୍ଜାରେ T20 ସିରିଜ୍ I ୨ୟ ଇଂନିସ୍ ରେ ଇଂଲଣ୍ଡକୁ ୭ଉଇକେଟରେ ମାତ ଦେଲା ଟିମ୍ ଇଣ୍ଡିଆ।
ଯାଜପୁର ଜିଲ୍ଲାର ବରୁହା ରକେଇ ବଜ଼ାର ପୃଷ୍ଟୀସାହିର ଦିଲ୍ଲୀପ ପୃଷ୍ଟି ଗାଡ଼ି ନେଇ କାମରେ ବାହାରୁଥିବା ବେଳେ ଗାଡ଼ି ଭିତରୁ ଫଁ ଫଁ ଗର୍ଜନ ଶୁଣି ଚମକି ପଡ଼ିଲେ.. ଟର୍ଚ୍ଚ ମାରି ଦେଖିଲା ବେଳକୁ ଏକ ନାଗ ସାପ ଇଂଜିନ ଭିତରେ ଶୋଇ ରହିଛି..
ସରିଲା କାର୍ତ୍ତିକ ମାସ.. ଆଜି ଛାଡ଼ଖାଇ.. ଆଇଁଷ ବଜାରରେ ଭିଡ଼ ଜମିଛି..
କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ପରିମାଣର ବାଘ ନଖ ଓ ହାତୀ ଦାନ୍ତ ଜବତ କରିଛି ବନ ବିଭାଗ ଟିମ୍.. ବିଭିନ୍ନ ସ୍ଥାନରେ ଚଢାଉ କରି କଲରାପତରିଆ ବାଘର ୪୨ଟି ନଖ ଓ ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ଏ ମାମଲାରେ ୪ ଜଣଙ୍କୁ ଗିରଫ
ଅଦିନିଆ ବର୍ଷା.. ଚାଷୀକୂଳକୁ ଦାଉ ସାଧୁଛି..ଲଘୁଚାପ ବର୍ଷା ଉଜାଡ଼ି ଦେଲା ହାଡ଼ଭଙ୍ଗା ପରିଶ୍ରମର ଫଳ.. ଗଞ୍ଜାମ ଜିଲ୍ଲାରେ ଚାଷୀ ଭାଇମାନଙ୍କ କି ଅବସ୍ଥା ଟିକେ ଦେଖନ୍ତୁ..
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିକୁ ନେଇ ସାଂଘାତିକ ତଥ୍ୟ ମିଳିଛି.. ସୂଚନା ଅଧିକାର କର୍ମୀ ଦିଲ୍ଲୀପ କୁମାର ବରାଳ, ପୁରୀ ଜିଲ୍ଲା ଟ୍ରେଜେରୀ ଅଥରିଟି ଡେପୁଟି କଲେକ୍ଟରଙ୍କଠାରୁ ପାଇଥିବା ତଥ୍ୟ ଆଧାରରେ ଦର୍ଶାଇଛନ୍ତି ଯେ-ଭିତର ଭଣ୍ଡାରର ଅସଲି କିମ୍ବା ନକଲି ଚାବି ରେକର୍ଡ ରୁମରେ କେତେ ତାରିଖରେ ରଖାଯାଇଥିଲା, ସେ ନେଇ କୌଣସି ସୂଚନା ଉପଲବ୍ଧ ନାହିଁ..
କୃଷି ଆଇନ୍ ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଆଜି କିଷାନ ବିଜୟ ଦିବସ ପାଳନ କରୁଛି କଂଗ୍ରେସ.. ଏଥିପାଇଁ ସବୁ ରାଜ୍ୟରେ କିଷାନ ବିଜୟ ରାଲି କିମ୍ବା କିଷାନ ବିଜୟ ସଭାର ଆୟୋଜନ କରିବାକୁ ଏଆଇସିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି..