Advertisment

Nobel Book of World Records: ନୋବେଲ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ପାଇଲା ୬ ମାସର ଶିଶୁ।

କୁନିଝିଅର ଏ ବିରଳ ପ୍ରତିଭା ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ଆଜିକାଲି ଛୋଟପିଲାଙ୍କ ଭିତରେ ମୋବାଇଲ୍ ଫୋନର ବହୁଳ ବ୍ୟବହାର ଚିନ୍ତାର ବିଷୟ ପାଲଟିଛି। ଏଭଳି ସ୍ଥିତିରେ ଅନୁଶ୍ରୀ ଓ ନିଶିକାନ୍ତଙ୍କ ପ୍ରୟାସକୁ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Nobel Book of World Record

Nobel Book of World Record

ବୟସ ମାତ୍ର ୬ ମାସ। ନା ସେ କଥା କହି ପାରୁଛି.. ନା ଚାଲିବୁଲି ପାରୁଛି। ହେଲେ ସବୁ ପ୍ରଶ୍ନକୁ ଭଲ ଭାବେ ବୁଝିପାରୁଛି କୁନିଝିଅ ସାଇଶ୍ଲୋକା ପାଇକ। ହଁ ଆଜ୍ଞା.. ୬ ମାସର ଶିଶୁ। ଦୁନିଆ ବିଷୟରେ କ’ଣ ବା ଜାଣିଥିବ? ହେଲେ ଏହି ବୟସରେ ୧୧୫ ପ୍ରକାର ଫ୍ଲାସ୍ କାର୍ଡ ଦେଖି ଚିହ୍ନି ପାରୁଛି। ଯାହାର ନାଁ କହିଲେ ଅବିଳମ୍ବେ ଧରି ପକାଉଛି।

Advertisment

ଏହି ବିରଳ ପ୍ରତିଭା ପାଇଁ ପାରଳାଖେମୁଣ୍ଡି କୃଷ୍ଣନଗରର ୬ ମାସର କୁନିଝିଅ ସାଇଶ୍ଲୋକା ନୋବେଲ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି। ସାଇଶ୍ଲୋକାର ମାଆ କୁହନ୍ତି, ଛୁଆମାନଙ୍କର ଆଇକ୍ୟୁ ଲେବଲ୍ ଅଧିକା ଥାଏ। ଇଣ୍ଟରନେଟରୁ ଦେଖି ଆମେ ତାକୁ ଗୋଟିଏ ମାସରୁ ଫ୍ଲାସ୍ କାର୍ଡ ଦେଖେଇଲୁ। ଏବେ ସେ ଏହି ସଫଳତା ପାଇଛି। ସାଇଶ୍ଲୋକାର ବାପା ମଧ୍ୟ ଝିଅର ଏହି ସଫଳତା ପାଇଁ ବେଶ ଖୁସି।

ଅଧିକ ପଢ଼ନ୍ତୁ: ଗୁହାଳ ପାଖରେ ବନ୍ଧୁକ କାରଖାନା; ଚେର ଖୋଜୁଛି କ୍ରାଇମବ୍ରାଞ୍ଚ STF

କୁନିଝିଅର ଏ ବିରଳ ପ୍ରତିଭା ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ଆଜିକାଲି ଛୋଟପିଲାଙ୍କ ଭିତରେ ମୋବାଇଲ୍ ଫୋନର ବହୁଳ ବ୍ୟବହାର ଚିନ୍ତାର ବିଷୟ ପାଲଟିଛି। ଏଭଳି ସ୍ଥିତିରେ ଅନୁଶ୍ରୀ ଓ ନିଶିକାନ୍ତଙ୍କ ପ୍ରୟାସକୁ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି। ପ୍ରତ୍ୟେକ ଅଭିଭାବକ ଏଭଳି କରିବା ଆବଶ୍ୟକ। ଏପରି କଲେ ପିଲାଙ୍କ ସାମଗ୍ରିକ ବିକାଶ ହୋଇପାରିବ ବୋଲି କହିଛନ୍ତି ବୁଦ୍ଧିଜୀବୀ। ଅନ୍ୟପଟେ ସାଇଶ୍ଲୋକାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସମ୍ମାନିତ କରାଯାଇଛି।

Advertisment

କଅଁଳ ବୟସରୁ ନିଜ ଛୁଆର ମାନସିକ ଓ ବୌଦ୍ଧିକ ବିକାଶ ଲାଗି ଅନୁଶ୍ରୀ ଓ ନିଶିକାନ୍ତଙ୍କ ଉଦ୍ୟମ ନିଶ୍ଚିତ ଭାବେ ପ୍ରଶଂସନୀୟ।

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର ଉତ୍ତରଦ୍ୱାର ବାହାରେ ଖୋଲିବ ଅନ୍ନକ୍ଷେତ୍ର!

Paralakhemundi
Advertisment
Advertisment