ଭଦ୍ରକ : ଭଦ୍ରକ ବାସୁଦେବପୁରରେ ଘଟିଛି ଅଭାବନୀୟ ଘଟଣା । ଜଗନ୍ନାଥପ୍ରସାଦ ଗାଁ ପୋଖରୀରୁ ୨ଜଣ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଗତ ଶିବରାତ୍ରୀଠାରୁ ଉଭୟ ନାବାଳକ ନିଖୋଜ ଥିଲେ । ମୃତକ ଦୁଇ ନାବାଳକ ହେଲେ ଜଗନ୍ନାଥ ପ୍ରସାଦର କୁଳମଣି ବାରିକ ଓ ସରୋଜ ପାଢ଼ୀ । ତେବେ ସେମାନଙ୍କୁ କିଏ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଛି ନା ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ତାକୁ ନେଇ ସନ୍ଦେହ ଲାଗି ରହିଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ରାଉରକେଲା: ରାଉରକେଲା ସିଭିଲ୍ ଟାଉନସିପ୍‌ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଆଜି ଭୋରରୁ ହସ୍ପିଟାଲର ଦ୍ୱିତୀୟ ମହଲାରେ ନିଆଁ ଲାଗିଥିଲା । ଫଳରେ ପୂରା ହସ୍ପିଟାଲ ଧୂଆଁରେ ଭର୍ତ୍ତି ହୋଇ ଯାଇଥିଲା। ସଙ୍ଗେ ସଙ୍ଗେ ସେଠାରେ ଥିବା ନବଜାତ ଶିଶୁଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହିତ ହସ୍ପିଟାଲ କର୍ତ୍ତୃପକ୍ଷ ନିଆଁକୁ ଆୟତ୍ତ କରିଛନ୍ତି।

ଏହି ଅଗ୍ନିକାଣ୍ଡରେ ଏକ ୬ ଦିନର ଶିଶୁର ପ୍ରାୟ ୫୦ ପ୍ରତିଶତ ପୋଡ଼ିଯାଇଛି। ଗୁରୁତର ଅବସ୍ଥାରେ ତାକୁ ଆଇଜିଏଚ୍‌କୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିନାହିଁ।

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର କାଶ୍ମୀରୀ ଛାତ୍ର ସୁହେଲ୍ ଅଜାଜ୍ ନିଖୋଜ ଘଟଣାର ତଦନ୍ତ କରି ତ୍ୱରିତ ପଦକ୍ଷେପ ନେବାକୁ ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କ ଅନୁରୋଧ। ମେହବୁବା ତାଙ୍କ ଟ୍ବିଟର୍ ଆକାଉଣ୍ଟରେ ଏ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟଙ୍କୁ ଅନୁରୋଧ କରିଛନ୍ତି। ଜାମ୍ମୁ ଓ କାଶ୍ମୀର କୁପୱାଡ଼ା ଜିଲ୍ଲାର ସୁହେଲ୍ ଅଜାଜ୍ ଫେବ୍ରୁୟାରୀ ୯ ପରଠୁ ତାଙ୍କ ପରିବାର କିମ୍ବା ସାଙ୍ଗସାଥିଙ୍କ ସହ କୌଣସି ଯୋଗାଯୋଗ କରିନଥିବା ଥାନାରେ […]

ବରଗଡ଼: ଆସନ୍ତାକାଲି ବିଜେପୁର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଯାଉଛି। ଭୋଟ ଗଣତି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି।

୧୪ଟି ଟେବୁଲ କରାଯାଇଛି। ପ୍ରାୟ ୨୧ ରାଉଣ୍ଡ ଗଣତି ହେବ। ପଦ୍ମପୁର ଅଂଚଳ କଲେଜରେ କଡ଼ା ସୁରକ୍ଷା ମଧ୍ୟରେ ଇଭିଏମ୍ ରଖାଯାଇଛି। ଗୋଟିଏ କମ୍ପାନୀ ସିଆରପିଏଫ୍ ମୁତୟନ ହୋଇଛନ୍ତି। ସକାଳ ୮ଟାରୁ ଗଣତି ଆରମ୍ଭ ହେଉଥିବାରୁ ଦିନ ୧୨ଟା ସୁଦ୍ଧା ଟ୍ରେଣ୍ଡ ଆସିବାର ସମ୍ଭାବନା ଅଛି।

ହାଇଭୋଲଟେଜ୍ ପ୍ରଚାର ଓ ନିର୍ବାଚନ ପରେ ବିଜେପୁରରେ କିଏ ଜିତିବ, ତା ଉପରେ ରହିଛି ସମସ୍ତଙ୍କ ନଜର। କେବଳ ରାଜନୈତିକ ଦଳ ନୁହନ୍ତି ରାଜନୀତି ସମକ୍ଷୀକ ଓ ସାଧାରଣ ଲୋକେ ବି ଉତ୍କଣ୍ଠାର ସହିତ ବିଜେପୁର ରେଜଲ୍ଟକୁ ଅପେକ୍ଷା କରିଛନ୍ତି। ବିଜେଡି, ବିଜେପି ନା କଂଗ୍ରେସ ବାଜି ମାରିବ, ତାକୁ ନେଇ ନାନା କଳ୍ପନା ଜଳ୍ପନା ହେଉଛି।

ବିଜେପି ଓ ବିଜେଡି ଏହି ଉପନିର୍ବାଚନରେ ନିଜର ସମସ୍ତ ଶକ୍ତି ଖଟାଇଛନ୍ତି। ସେହିପରି ପ୍ରଣୟ ସାହୁ କଂଗ୍ରେସ ପ୍ରାର୍ଥୀ ହେବା ପରେ ଦଳରେ ଏକ ନୂଆ ଉତ୍ସାହ ଦେଖା ଦେଇଥିଲା। ତେବେ ବିଜେପୁରବାସୀ କାହା ମୁଣ୍ଡରେ ସୁନା କଳସ ଢାଳିଛନ୍ତି, ତାହା ଆସନ୍ତାକାଲି ଜଣାପଡ଼ିବ।