• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜୀବନ ନେଉଛି ହିଜାବ ବିରୋଧୀ ହିଂସା । ଦିନକୁ ଦିନ ଉଗ୍ର ହେବାରେ ଲାଗିଛି ହିଜାବ ବିବାଦ । ଇରାନ୍‌ ପୋଲିସ୍‌ ହାଜତରେ ମହସା ଆମିନିଙ୍କ ମୃତ୍ୟୁ ପରେ ହିଜାବ ବିରୋଧୀ ନିଆଁ ଏବେ ବିଭିନ୍ନ ଦେଶକୁ ବ୍ୟାପିବାରେ ଲାଗିଛି । ୨୪ ଦିନ ପରେ ବି ଇରାନରେ ଜୋରଦାର ବିକ୍ଷୋଭ ଜାରି ରହିଛି । ରବିବାର ଦିନ ମଧ୍ୟ ହିଂସାତ୍ମକ ପ୍ରଦର୍ଶନ ଜାରି ରହିଥିଲା ।

ରିପୋର୍ଟ ଅନୁସାରେ ଏବେ ସୁଦ୍ଧା ଏହି ହିଂସାରେ ଶିଶୁଙ୍କ ସମେତ ଅତି କମରେ ୧୮୫ ଜଣଙ୍କର ମୃତ୍ୟୁ ଘଟିଛି । ସିସ୍ତାନ ଏବଂ ବେଲୁଚିସ୍ତାନ ପ୍ରଦେଶରେ ସର୍ବାଧିକ ହତ୍ୟା ରେକର୍ଡ କରାଯାଇଛି । କୁର୍ଦ୍ଦିଶ ସହରର ସାକେଦରୁ ଆରମ୍ଭ ହୋଇଥିବା ଏହି ହିଂସା ବର୍ତ୍ତମାନ ରାଜଧାନୀ ସମେତ ଦେଶର ବିଭିନ୍ନ ଅଞ୍ଚଳକୁ ବ୍ୟାପିଗଲାଣି।

ଅଧିକ ପଢ଼ନ୍ତୁ: ହିଜାବ ନାଁରେ ଇରାନ୍ ସରକାରର ମହିଳା ଦମନ ନୀତି

ଟିଭିରେ ଦୁଇ ଫରାସୀ ଗୁପ୍ତଚରଙ୍କ ଭିଡିଓ ଜାରି କରିବା ସହ ଏଥିପାଇଁ ପାଶ୍ଚାତ୍ୟ ଦେଶକୁ ଦାୟୀ କରିଛି ଇରାନ୍‌ । ଭିଡିଓରେ ଫ୍ରାନ୍ସର ଜଣେ ଦୁଇ ଜଣ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି । ପ୍ୟାରିସରେ ଚାଲିଥିବା ହିଂସାକାଣ୍ଡ ପାଇଁ ଉଭୟେ ନିଜକୁ ଦାୟୀ କରିଥିବା ଦେଖିବାକୁ ମିଳୁଛି ।

ସୂଚନାଯୋଗ୍ୟ, ଇରାନର ହିଜାବ ବିରୋଧୀ ହିଂସାକୁ ସମର୍ଥନ ଜଣାଇ କିଛି ଦିନ ପୂର୍ବରୁ ୟୁରୋପିୟାନ ୟୁନିୟନର ଜଣେ ମହିଳା ସାଂସଦ ନିଜର ଚୁଟି କାଟି ଦେଇଥିଲେ । ସଂସଦରେ ବିତର୍କ ସମୟରେ ସେ ନିଜର କେଶ କାଟି ଏହି ବିରୋଧକୁ ସମର୍ଥନ ଜଣାଇଥିଲେ । ସ୍ୱିଡେନର ନେତ୍ରୀ ଅବୀର ଅଲ ସହଲାନୀ କହିଥିଲେ, ‘ଆମେ, ୟୁରୋପୀୟ ସଂଘର ଲୋକ ଏବଂ ନାଗରିକ, ଇରାନରେ ପୁରୁଷ ଏବଂ ମହିଳାଙ୍କ ବିରୋଧରେ ହେଉଥିବା ସମସ୍ତ ହିଂସାକୁ ବିନା ସର୍ତ୍ତରେ ତତ୍କାଳ ବନ୍ଦ କରିବାକୁ ଦାବି କରୁଛୁ’।