Advertisment

ସୁପ୍ରିମକୋର୍ଟରେ ହିଜାବ ଝଡ: ହିନ୍ଦୁ ମହିଳାଙ୍କ ଓଢଣା ପରି ହିଜାବ ଗରିମାର ପ୍ରତୀକ

ହିଜାବ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଆଜି ପକ୍ଷ-ପ୍ରତିପକ୍ଷଙ୍କ ଯୁକ୍ତି ଜୋରଦାର ହୋଇଛି। ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରୁଛନ୍ତି। ଆଜି ୮ ଦିନ ହେଲା ଏହି ମାମଲାର ବିଚାର ଚାଲିଛି। ହିଜାବ ରଦ୍ଦ କରିବା ମାମଲାରେ ବରିଷ୍ଠ ଆଇନଜୀବୀ ଦୁଷ୍ମନ୍ତ ଦବେ ତାଙ୍କର ବଳିଷ୍ଠ ଯୁକ୍ତି ରଖିଛନ୍ତି ।

author-image
Minati Mishra
ଅଦ୍ୟତନ ହୋଇଛି
undefined

Supreme Court

ହିଜାବ ମାମଲାକୁ ନେଇ ସୁପ୍ରିମକୋର୍ଟ ରେ ଆଜି ପକ୍ଷ-ପ୍ରତିପକ୍ଷଙ୍କ ଯୁକ୍ତି ଜୋରଦାର ହୋଇଛି। ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରୁଛନ୍ତି। ଆଜି ୮ ଦିନ ହେଲା ଏହି ମାମଲାର ବିଚାର ଚାଲିଛି। ହିଜାବ ରଦ୍ଦ କରିବା ମାମଲାରେ ବରିଷ୍ଠ ଆଇନଜୀବୀ ଦୁଷ୍ମନ୍ତ ଦବେ ତାଙ୍କର ବଳିଷ୍ଠ ଯୁକ୍ତି ରଖିଛନ୍ତି । ଦୁବେ କହିଛନ୍ତି ହିଜାବ ଗରିମାର ପ୍ରତୀକ ଅଟେ। ଯେମିତି ହିନ୍ଦୁ ମହିଳାମାନେ ଶାଢୀ ପିନ୍ଧି ମୁଣ୍ଡରେ ଓଢଣା ପକାଇବା ସେମାନଙ୍କର ଏକ ମର୍ଯ୍ୟାଦା ସେହିପରି ମୁସ୍‌ଲିମ ମହିଳାଙ୍କ ହିଜାବ ତାଙ୍କର ଏକ ମର୍ଯ୍ୟାଦା । । ଏହାଦ୍ୱାରା କାହାର ଶାନ୍ତି, ସୁରକ୍ଷା ଭଙ୍ଗ ହେଉ ନାହିଁ। ଏପରିକି ଶାନ୍ତି ପ୍ରତି କୌଣସି ବିପଦ ମଧ୍ୟ ନାହିଁ।

Advertisment

ନିଜ ଯୁକ୍ତି ଉପସ୍ଥାପନ କରି ଦବେ ଆହୁରି କହିଛନ୍ତି, ସର୍ବଶକ୍ତିମାନଙ୍କୁ ସମସ୍ତେ ଭିନ୍ନ ଭିନ୍ନ ଦୃଷ୍ଟିରେ ଦେଖନ୍ତି। ଯିଏ ସବରୀମାଳା ଯାଆନ୍ତି ସେମାନେ କଳା ପୋଷାକ ପିନ୍ଧି ଯାଇଥାନ୍ତି। ଏହା ପରମ୍ପରା ଅଟେ। ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିଗତ ଏବଂ ବ୍ୟକ୍ତିବାଦୀ ଶୈଳୀରେ ଧାର୍ମିକ ସ୍ୱତନ୍ତ୍ରତାର ଆନନ୍ଦ ନେବାର ଅଧିକାର ରହିଛି। ଆପଣ କାହାର ଭାବନାକୁ ଆଘାତ ଦେଇ ପାରିବେ ନାହିଁ।

ତେବେ ଏହି ମାମଲା ଏବେ କୋର୍ଟରେ ଥିବାରୁ ସେ ପ୍ରସଙ୍ଗକୁ ଆଲୋଚନାକୁ ନେଇ ମାନ୍ୟବର କୋର୍ଟ କହିଥିଲେ । ଏଥିସହିତ କୋର୍ଟ କହିଥିଲେ  ୟୁନିଫର୍ମ ଏକ ସୁନ୍ଦର ବ୍ୟବସ୍ଥା। ଧନୀ ହେଉ ବା ଗରିବ, ଗୋଟିଏ ପୋଷାକ ପିନ୍ଧି ଆସିଲେ ସମସ୍ତେ ସମାନ ଦେଖାଯାନ୍ତି।  

Advertisment

ହେଲେ ହିଜାବକୁ ରଦ୍ଦ କରିବା ପାଇଁ କର୍ଣ୍ଣାଟକ ସରକାରଙ୍କ ଆଦେଶ ଅସାମ୍ବିଧାନିକ, ଅଗଣତାନ୍ତ୍ରିକ ବୋଲି କହିବା ସହ ଭାରତରେ ୧୦୦ ମିଲିୟନ ମୁସ୍‌ଲିମ ଅଛନ୍ତି। ଆମେ ଏକ ସମୁଦାୟଙ୍କ ମନରେ ଭୟ ସୃଷ୍ଟି କରିପାରିବା ନାହଁ ବୋଲି ଦବେ ଯୁକ୍ତି ରଖିଥିଲେ। 

Supreme Court Hijab Hijab Case
Advertisment
Advertisment