ପ୍ରଳୟଙ୍କାରୀ ଭୂକମ୍ପରେ ଛାରଖାର ହୋଇଯାଇଛି ତୁର୍କୀ ଓ ସିରିୟା। କେବଳ ତୁର୍କୀରେ ୩୦ ହଜାର ଉପରେ ମୃତ୍ୟୁ ସଂଖ୍ୟା।
ତୁର୍କୀରେ ୨୪ ଘଣ୍ଟା ମଧ୍ୟରେ ୪ ଥର ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ସୋମବାର ଦିନ ଭୂକମ୍ପର ୩ ଝଟ୍କା ଅନୁଭୂତ ହୋଇଥିବା ବେଳେ ଆଜି ପୁଣି ଥରେ ଭୂକମ୍ପ ହୋଇଛି।
ଆଜି ସକାଳୁ ସକାଳୁ ଦକ୍ଷିଣ-ପୂର୍ବ ତୁର୍କୀରେ ଶକ୍ତିଶାଳୀ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ଫଳରେ ଓସ୍ମାନିଆ ପ୍ରଦେଶର ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪ ବିଲ୍ଡିଂ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି।