Advertisment

ସକାଳୁ ସକାଳୁ ଭୟଙ୍କର ଭୂକମ୍ପ: ୧୦୦ରୁ ଅଧିକ ମୃତ, ଭୁଶୁଡ଼ିଲା ଘର

ଆଜି ସକାଳୁ ସକାଳୁ ଦକ୍ଷିଣ-ପୂର୍ବ ତୁର୍କୀରେ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଫଳରେ ଓସ୍‌ମାନିଆ ପ୍ରଦେଶର ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪ ବିଲ୍ଡିଂ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Earthquake Hits Turkey

Strong Earthquake Hits In Turkey

ଆଜି ସକାଳୁ ସକାଳୁ ଦକ୍ଷିଣ-ପୂର୍ବ ତୁର୍କୀ ଓ ସିରିଆରେ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଏଥିରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪ ବିଲ୍ଡିଂ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୮ ରେକର୍ଡ କରାଯାଇଛି। ସେଠାକାର ସ୍ଥାନୀୟ ସମୟ ଭୋର ୪ଟା ୧୭ରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଏହାର ଗଭୀରତା ପ୍ରାୟ ୧୭.୯ କି.ମି. ଥିଲା। 

Advertisment

USGS(United States Geological Survey) ସୂଚନା ଅନୁସାରେ, ଭୂକମ୍ପର ପ୍ରଥମ ଝଟ୍‌କା ଅନୁଭୂତ ହେବାର ୧୫ ମିନିଟ୍‌ ପରେ ପୁଣି ଏକ ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ରେକର୍ଡ ହୋଇଛି। ଗାଜିଆଣ୍ଟେପ୍‌ରେ ମଧ୍ୟ ଭୂକମ୍ପ ହୋଇଥିଲା। ତୁର୍କୀର ପ୍ରମୁଖ ଶିଳ୍ପ ଓ ଉତ୍ପାଦନ ହବ୍ ମଧ୍ୟରୁ ଗାଜିଆଣ୍ଟେପ୍‌ ହେଉଛି ଅନ୍ୟତମ।ଗାଜିଆଣ୍ଟେପ୍‌ ବ୍ୟତୀତ ଲେବାନନ୍, ସିରିଆ ଏବଂ ସାଇପ୍ରସ୍‌ରେ ମଧ୍ୟ ଭୂକମ୍ପ ହୋଇଥିଲା। 

ଅଧିକ ପଢ଼ନ୍ତୁ: ଭୂକମ୍ପ ପୂର୍ବରୁ ଏମାନଙ୍କୁ ଆଗୁଆ ମିଳେ ଆଭାସ, ହେଲେ କାହିଁକି ?

Advertisment

ସୋସିଆଲ୍‌ ମିଡିଆ ରେ ଶେୟାର ହୋଇଥିବା ଫଟୋରେ ଦେଖିବାକୁ ମିଳିଛି, ଭୂକମ୍ପରେ ଦେଶର ଦକ୍ଷିଣ-ପୂର୍ବର ବିଭିନ୍ନ ସହରରେ ବିଲ୍ଡିଂ ଗୁଡ଼ିକ ଧ୍ୱସଂ ହୋଇଯାଇଛି। ବିଶ୍ୱର ସବୁଠାରୁ ସକ୍ରିୟ ଭୂକମ୍ପ ଜୋନ୍‌ ହେଉଛି ତୁର୍କୀ। କାରଣ ଏହା ପୂର୍ବରୁ ମଧ୍ୟ ଏଠାରେ ଅନେକ ଥର ବଡ଼ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା।

୧୯୯୯ ମସିହାରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ୧୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଥିଲା। ସେହିପରି ୨୦୨୦ରେ ଦୁଇ ଦୁଇ ଥର ଭୂକମ୍ପର ଝଟ୍‌କା ଅନୁଭୂତ କରିଥିଲେ ଲୋକେ। ଜାନୁଆରୀରେ ହୋଇଥିବା ଭୂକମ୍ପରେ ୪୦ରୁ ଅଧିକ ଲୋକ ପ୍ରାଣ ହରାଇ ଥିବାବେଳେ ଅକ୍ଟୋବରରେ ୧୧୪ ଜଣଙ୍କ ଜୀବନ ଚାଲି ଯାଇଥିଲା। 

Earthquake Earthquake In Turkey
Advertisment
Advertisment