Advertisment

ତୁର୍କୀ ଉପରେ ପ୍ରକୃତିର କୋପ: ୨୪ ଘଣ୍ଟାରେ ଭୂକମ୍ପର ୪ ଝଟ୍‌କା, ଗଲାଣି ୪ ହଜାରରୁ ଅଧିକ ଜୀବନ

ତୁର୍କୀରେ ୨୪ ଘଣ୍ଟା ମଧ୍ୟରେ ୪ ଥର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ସୋମବାର ଦିନ ଭୂକମ୍ପର ୩ ଝଟ୍‌କା ଅନୁଭୂତ ହୋଇଥିବା ବେଳେ ଆଜି ପୁଣି ଥରେ ଭୂକମ୍ପ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Turkey Earthquake

Earthquake Kills Over 4 thousands In Turkey

ତୁର୍କୀରେ ୨୪ ଘଣ୍ଟା ମଧ୍ୟରେ ୪ ଥର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ସୋମବାର ଦିନ ଭୂକମ୍ପର ୩ ଝଟ୍‌କା ଅନୁଭୂତ ହୋଇଥିବା ବେଳେ ଆଜି ପୁଣି ଥରେ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୯ ରେକର୍ଡ କରାଯାଇଛି। ଏହା ପୂର୍ବରୁ ସୋମବାର ଦିନ ୩ଥର ଭୂକମ୍ପରେ ଥରିଥିଲା ତୁର୍କୀ। ପ୍ରଥମେ ଭୋର ୪ଟାରେ ୭.୮ ତୀବ୍ରତାର ଭୂକମ୍ପ ହୋଇଥିଲା। ଯାହାକି ପୁରା ତାଣ୍ଡବ ରଚିଥିଲା। ଏହାପରେ ୭.୫ ଓ ୬ ତୀବ୍ରତାର ଭୂକମ୍ପ ଆସିଥିଲା। ଏହି ଭୟଙ୍କର ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୪ ହଜାର ଟପିଛି । ୧୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଭୟଙ୍କର ଭୂ-କମ୍ପ ! ନିମିଷେକେ ଭୁଶୁଡ଼ିଗଲା ଶହ ଶହ କୋଠା, NDRF-ମେଡିକାଲ ଟିମ୍ ପଠାଇବ ଭାରତ

ଧ୍ୱଂସାବଶେଷ ତଳେ ଏବେ ମଧ୍ୟ ବହୁ ଲୋକ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି। ସେପଟେ ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ ଓ ରିଲିଫ କାମ। ଗତକାଲି କିଛି ସମୟର ବ୍ୟବଧାନରେ ଭୂକମ୍ପ ଝଟ୍‌କାରେ ୩ ଥର ଦୋହଲିଥିଲା ତୁର୍କୀ। ପଡ଼ୋଶୀ ସିରିୟା ଓ ଲେବାନନ୍‌ରେ ମଧ୍ୟ ଏହାର ଝଟ୍‌କା ଦେଖିବାକୁ ମିଳିଥିଲା। 

Advertisment

ଭୂକମ୍ପ ଝଟ୍‌କାରେ ତୁର୍କୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହଜାର ହଜାର ସଂଖ୍ୟକ ଲୋକଙ୍କ ଜୀବନ ଚାଲି ଯାଇଥିବା ବେଳେ ହଜାର ହଜାର କୋଠାବାଡ଼ି ମଧ୍ୟ ଭାଙ୍ଗି ଯାଇଛି। ସେହିପରି ସିରିୟାର ଆଲେପ୍ପୋରେ ୧୨ରୁ ଅଧିକ ଐତିହାସିକ କୀର୍ତ୍ତିରାଜି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ସିରିୟାରେ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଭୂକମ୍ପ ମଧ୍ୟରେ ବର୍ତ୍ତମାନର ଭୂକମ୍ପ ସବୁଠାରୁ ଅଧିକ ଥିବା ସିରିୟା କହିଛି। ଭୂକମ୍ପ ସ୍ଥିତିକୁ ନେଇ ତୁର୍କୀରେ ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।

ସେପଟେ ଭୂକମ୍ପ ପ୍ରଭାବିତ ତୁର୍କୀକୁ ସହାୟତାର ହାତ ବଢାଇଛି ଭାରତ। ଗତକାଲି ବିଳମ୍ବିତ ରାତିରେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଏନଡିଆରଏଫର ରିଲିଫ୍ ଓ ଉଦ୍ଧାରକାରୀ ଟିମ୍ ତୁର୍କୀ ଅଭିମୁଖେ ଯାଇଛନ୍ତି। ଉଦ୍ଧାରକାର୍ଯ୍ୟ ଲାଗି ଯାଇଥିବା ଦୁଇଟି ଟିମ୍‌ରେ NDTRFର ୧୦୧ ଜଣ ସଦସ୍ୟ ଅଛନ୍ତି । ଗୋଟିଏ ୟୁପି ଗାଜିଆବାଦରୁ ଯାଇଥିବାବେଲେ ଅନ୍ୟ ଏକ ଟିମ୍ କୋଲକାତାରୁ ଯାଇଛି।

Earthquake Earthquake In Turkey
Advertisment
Advertisment