ଚକୋଲେଟ୍ କାହାକୁ ବା ଭଲ ଲାଗେନି । ସବୁବେଳେ କିଛି ଭଲ ଆରମ୍ଭ ପାଇଁ କିଛି ମିଠା ବହୁତ ଜରୁରୀ ହୋଇଥାଏ । ତେବେ ଖାଆନ୍ତୁ ଡାର୍କ ଚକୋଲେଟ୍...ଭଲ ହେବ ବଡ଼ ରୋଗ !
ଯଦି ଆପଣ ଡାର୍କ ଚକୋଲେଟ୍ ଖାଉଛନ୍ତି ତେବେ ଏଥିରେ ୭୦ ପ୍ରତିଶତରୁ ଅଧିକ କୋକୋ ଭରି ରହିଥାଏ । ଯାହା ଆପଣଙ୍କ ଶରୀରକୁ ପୋଷକତତ୍ୱ ଦେଇଥାଏ ।
ଚକୋଲେଟ୍ ପାଟିକୁ ଯେତିକି ସୁଆଦିଆ ଲାଗେ ଶରୀର ପାଇଁ ମଧ୍ୟ ସେତିକି ଲାଭଦାୟକ । ଓଜନ ବୃଦ୍ଧି ହେତୁ ବହୁ ଲୋକ ଚକୋଲେଟ ଖାଇବା ପାଇଁ ମନା କରିଥାନ୍ତି । କିନ୍ତୁ ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ଚିନ୍ତାରୁ ମୁକ୍ତି ମିଳିବା ସହିତ ଶରୀରକୁ ଅନେକ ଲାଭ ମିଳିଥାଏ । ଆପଣ ଏବେ ଡାଏଟ୍ ତାଲିକାରେ ଡାର୍କ ଚକୋଲେଟ୍ ଯୋଗ କରିପାରିବେ।