ଭୁବନେଶ୍ୱର : ବିଶ୍ୱକପ୍ ପୁରୁଷ ହକି ପୁଲ୍-ଡିର ଶେଷ ଲିଗ୍ ମ୍ୟାଚ୍ରେ ପାକିସ୍ତାନକୁ ୫-୧ ଗୋଲରେ ପରାସ୍ତ କରିଛି ନେଦରଲ୍ୟାଣ୍ଡସ୍। ତେବେ ଏହି ମ୍ୟାଚ୍ରେ ପରାସ୍ତ ହୋଇ ବି ପାକିସ୍ତାନ କ୍ରସ୍ ଓଭର ମ୍ୟାଚ୍ ଖେଳିବ। କ୍ରସ୍ ଓଭର ମ୍ୟାଚ୍ରେ ପାକିସ୍ତାନ-ବେଲଜିୟମ ମଧ୍ୟରେ ମୁକାବିଲା ହେବ। ସେପଟେ ପାକିସ୍ତାନକୁ ୫-୧ ଗୋଲରେ ଶେଷ ଲିଗ୍ ମ୍ୟାଚ୍ରେ ହରାଇଥିବା ନେଦରଲ୍ୟାଣ୍ଡସ କ୍ରସ୍ ଓଭର ମ୍ୟାଚ୍ରେ କାନାଡାକୁ ଭେଟିବ। ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ପୁଲ୍-ଡିର ପ୍ରଥମ ଲିଗ୍ ମ୍ୟାଚରେ […]
ଭୁବନେଶ୍ୱର : ବିଶ୍ୱକପ୍ ପୁରୁଷ ହକିର କ୍ୱାର୍ଟର ଫାଇନାଲରେ ଭାରତ କାନାଡ଼ାକୁ ୫-୧ ଗୋଲରେ ହରାଇ ପୁଲ୍- ସି’ର ଟପ୍ରେ ରହି ସିଧା କ୍ୱାର୍ଟର ଫାଇନାଲରେ ଜାଗା ପକ୍କା କରିଛି ଟିମ୍ ଇଣ୍ଡିଆ। ଲଳିତ ଉପାଧ୍ୟାୟ ୨ଟି ଗୋଲ ଦେଇଥିବା ବେଳେ ଓଡ଼ିଆ ଖେଳାଳି ଅମିତ ରୋହିତ ଦାସ, ଚିଙ୍ଗଲେନ ସାନା, ହରମନପ୍ରିତ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଛନ୍ତି। ଲଳିତ ଉପାଧ୍ୟାୟ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ସେହିପରି ପୁଲ-ସି’ର ଶେଷ ମ୍ୟାଚ୍ରେ […]
ଅାଡିଲେଡ୍ : ଅାଡିଲେଡ୍ ଟେଷ୍ଟରେ ପାଳି ସମ୍ଭାଳିଲେ ଚେତେଶ୍ୱର ପୂଜାରା। ବ୍ୟକ୍ତିଗତ ଶତକ ହାସଲ କରିବା ପରେ ସମ୍ମାନଜନକ ରନ ସଂଗ୍ରହ କରିପାରିଛି ଟିମ୍ ଇଣ୍ଡିଅା। ପୂଜାରା ୨୪୬ ବଲରୁ ୧୨୩ ରନ୍ କରି ରନ୍ ଅାଉଟ ହୋଇଥିଲେ। ଅାଜି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୯ ଓ୍ୱିକେଟ ହରାଇ ୨୫୦ ରନ୍ ସଂଗ୍ରହ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଅାର ବ୍ୟାଟସମ୍ୟାନ୍ କଙ୍ଗାରୁ ପେସ୍ ବାହିନୀର ସଫଳ […]
ନୂଆଦିଲ୍ଲୀ: ଆସନ୍ତାକାଲି ହାମିଲ୍ଟନ୍ରେ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ଖେଳାଯିବ। ସିରିଜ୍ର ଚତୁର୍ଥ ମ୍ୟାଚ୍ ପୂର୍ବରୁ ତିନିଟି ମ୍ୟାଚ୍ ଜିତି ସିରିଜ୍ କବଜା କରିଥିବା ଟିମ୍ ଏହି ମ୍ୟାଚ୍ ଜିତି ୪-୦ରେ ଅଗ୍ରଣୀ ପାଇଁ ଉଦ୍ୟମ କରିବ। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ମ୍ୟାଚ୍ ଜିତି ସିରିଜ୍ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ରହିଛି। ଅନ୍ୟପଟେ ଘରୋଇ ଦଳ ଶେଷ ୨ଟି ମ୍ୟାଚ୍ ଜିତି ସମ୍ମାନ ବଜାୟ ରଖିବା ପାଇଁ ଜୋର୍ଦାର୍ ଉଦ୍ୟମ କରିବ। ଏହି ସିରିଜ୍ର ସମସ୍ତ ମ୍ୟାଚ୍ […]
ଭୁବନେଶ୍ୱର : ଅାଜି ହକି ବିଶ୍ୱକପ୍ରେ କଳିଙ୍ଗ ଷ୍ଟାଡିୟମରେ ପୁଲ୍ -ଡି ର ୨ଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ଜର୍ମାନୀ ଓ ନେଦରଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ପାକିସ୍ତାନକୁ ଭେଟିବ ମାଲେସିଅା। ଜର୍ମାନୀ ଓ ନେଦରଲାଣ୍ଡ ନିଜ ନିଜ ପ୍ରଥମ ମ୍ୟାଚ୍ ଜିତିଥିବା ବେଳେ ପାକିସ୍ତାନ ଓ ମାଲେସିଅା ନିଜର ପ୍ରଥମ ବିଜୟ ଲକ୍ଷ୍ୟରେ ଅଛନ୍ତି।
ଭୁବନେଶ୍ୱର : ଡ୍ର’ରେ ଶେଷ ହେଲା ଭାରତ-ବେଲ୍ଜିୟମ୍ ହାଇଭୋଲ୍ଟେଜ୍ ଟକ୍କର। ଦମ୍ଦାର ପ୍ରଦର୍ଶନ ସତ୍ତ୍ୱେ ଶକ୍ତିଶାଳୀ ବେଲ୍ଜିୟମ୍ ବିରୋଧରେ ବିଜୟ ହାତଛଡ଼ା କରିଛି ଭାରତ। କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏଇ ମ୍ୟାଚ୍ ୨-୨ ଗୋଲ୍ରେ ଡ୍ର ରହିଛି। ଭାରତ ପକ୍ଷରୁ ସିମ୍ରନ୍ଜିତ୍ ଓ ହରମନ୍ ପ୍ରୀତ ଗୋଟିଏ ଲେଖାଏଁ ଗୋଲ୍ କରିଛନ୍ତି। ପ୍ରଥମ କ୍ୱାର୍ଟର ସୁଦ୍ଧା ୦-୧ରେ ପଛୁଅା ଥିବା ଭାରତ ପରବର୍ତ୍ତୀ ସମୟରେ ଭଲ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ଏହା ବିଜୟ ପାଇଁ ଯଥେଷ୍ଟ ହୋଇ […]
ଭୁବନେଶ୍ୱର : ବିଶ୍ୱକପ୍ ହକିରେ ଅାଜି ଭାରତ ଖେଳିବ ଦ୍ୱିତୀୟ ମ୍ୟାଚ୍। ବିପକ୍ଷରେ ଶକ୍ତିଶାଳୀ ବେଲଜିୟମ୍। ଓ୍ୱାର୍ଲଡ ରାଙ୍କିଙ୍ଗ୍ରେ ନମ୍ବର ଥ୍ରୀରେ ଥିବା ୟୁରୋପିୟନ୍ ପାଓ୍ୱାର ହାଉସ୍ ବେଲଜିୟମ ଗତ କିଛି ବର୍ଷ ହେବ ଲଗାତାର ଭଲ ପ୍ରଦର୍ଶନ କରି ଅାସୁଛି। ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲା ବେଲଜିୟମ। ଅଲିମ୍ପିକ୍ସରେ ସ୍ଥାନ ପାଇଥିବା ଅଧିକାଂଶ ଖେଳାଳି ଏଥର ବିଶ୍ୱକପ୍ ଖେଳୁଛନ୍ତି। ତେଣୁ ଅାୟୋଜକ ଭାରତକୁ ତାର ଘରୋଇ ଗ୍ରାଉଣ୍ଡରେ ମାତ୍ ଦେବାକୁ ଚେଷ୍ଟା କରିବ ବେଲଜିୟମ୍। […]
ଭୁବନେଶ୍ୱର : ଚଳିତ ରଣଜୀ ସିଜିନର ଦ୍ୱିତୀୟ ବିଜୟ ହାସଲ କଲା ଓଡ଼ିଶା। ଚତୁର୍ଥ ଲିଗ୍ ମ୍ୟାଚରେ ତ୍ରିପୁରାକୁ ପରାସ୍ତ କରି ଦ୍ୱିତୀୟ ବିଜୟ ହାସଲ କରିଛି ଓଡ଼ିଶା। ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତଙ୍କ ଲଢ଼ୁଅା ବ୍ୟାଟିଂ ବଳରେ ଓଡ଼ିଶା ତ୍ରିପୁରାକୁ ୫ ୱିକେଟରେ ପରାସ୍ତ କରିଛି। ତ୍ରିପୁରା ପ୍ରଥମ ଇଂନିସରେ ୧୨୨ ରନ କରିଥିବା ବେଳେ ଦ୍ୱିତୀୟ ଇଂନିସରେ ୩୦୪ କରି ଅଲଅାଉଟ ହୋଇଯାଇଥିଲା। ଏହାର ଜବାବରେ ଓଡ଼ିଶା ପ୍ରଥମ ଇଂନିସରେ ୨୧୨ ଓ […]
ଭୁବନେଶ୍ୱର : ଅାଜି ଉଦ୍ଘାଟନୀ ଉତ୍ସବ ଚାଲିଥିବା ବେଳେ ଅାସନ୍ତାକାଲି ଠାରୁ ଅାରମ୍ଭ ହେବ ଲଢ଼େଇ। ପ୍ରଥମ ଦିନରେ ଅାୟୋଜକ ଭାରତ, ଦକ୍ଷିଣ ଅାଫ୍ରିକାକୁ ଭେଟିବ। ପୁଲ୍-ସିର ଏହି ମ୍ୟାଚ୍ ଅାସନ୍ତାକାଲି ସଂଧ୍ୟା ୭ଟାରେ ଖେଳାଯିବ। ସେହିପରି ଉଦ୍ଘାଟନୀ ମ୍ୟାଚ୍ରେ କାନାଡ଼ା ଓ ବେଲ୍ଜିୟମ୍ ମଧ୍ୟରେ ଦେଖିବାକୁ ମିଳିବ ଟକ୍କର। ଅପରାହ୍ଣ ୫ଟାରେ ଏହି ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ମୋଟ୍ ୧୬ଟି ଟିମ୍ ଭାଗ ନେଇଛନ୍ତି। ମୋଟ୍ ୩୬ଟି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଡିସେମ୍ବର ୧୬ରେ […]
ଭୁବନେଶ୍ୱର : ହକି ବିଶ୍ୱକପ୍ ପାଇଁ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍ ଭୁବନେଶ୍ୱରରେ ପହଞ୍ଚିସାରିଛନ୍ତି। ଶାହରୁଖଙ୍କ ଟିକେ ଝଲକ ପାଇବା ପାଇଁ ଏୟାରପୋର୍ଟ ପରିସରରେ ଦେଖିବାକୁ ମିଳିଛି ଫ୍ୟାନ୍ ମାନଙ୍କ ପ୍ରବଳ ଭିଡ଼। ତେବେ ଫ୍ୟାନ୍ ମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇଛନ୍ତି କିଙ୍ଗ୍ ଖାନ୍ । ଆସନ୍ତାକାଲି ଭୁବନେଶ୍ୱରେ ଅାସି ପହଞ୍ଚିଥିଲେ ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏଅାର୍ ରେହମାନ୍। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ କଡ଼ା ସୁରକ୍ଷାବଳୟ ମଧ୍ୟରେ ହୋଟେଲ୍କୁ ନିଅାଯାଇଥିଲା। […]
ଭୁବନେଶ୍ୱର : ଭୁବନେଶ୍ୱର ବିଶ୍ୱକପ୍ ହକିରେ ଭାଗ ନେଇଛନ୍ତି ବିଶ୍ୱର ଟପ୍ ୧୬ଟି ଟିମ୍। ଏହି ଟିମ୍ ଗୁଡିକୁ ୪ଟି ପୁଲ୍ରେ ବିଭକ୍ତ କରାଯାଇଛି। ପୁଲ୍ ଏ-ରେ ଅଛନ୍ତି ଅାର୍ଜେଣ୍ଟିନା, ସ୍ପେନ୍, ଫ୍ରାନ୍ସ ଓ ନ୍ୟୁଜିଲାଣ୍ଡ। ଏହି ପୁଲ୍ରୁ ଅଲିମ୍ପିକ୍ ଚାମ୍ପିୟନ୍ ଅାର୍ଜେଣ୍ଟିନାକୁ ହଟ୍ ଫେଭରାଇଟ୍ ବୋଲି କୁହାଯାଉଛି। ସେହିପରି ପୁଲ୍ ବି-ରେ ଅଛନ୍ତି ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଅା, ଇଂଲଣ୍ଡ, ଅାୟରଲାଣ୍ଡ ଏବଂ ଚାଇନା। ବିଶ୍ୱ ରାକିଂର ନମ୍ବର ୧ ସ୍ଥାନରେ ଥିବା ଅଷ୍ଟ୍ରେଲିଅା ପାଇଁ ଏହା […]
ସିଡ୍ନୀ: ଶେଷ ଓଭରର ଅନ୍ତିମ ୪ଟି ବଲ୍ରୁ ବିଜୟ ପାଇଁ ମାତ୍ର ୫ ରନ୍ ଆବଶ୍ୟକ ଥିବାବେଳେ ତୃତୀୟ ଓ ଚତୁର୍ଥ ବଲ୍ରେ କ୍ରମାଗତ ଚୌକା ମାରି ଅଧିନାୟକ ବିରାଟ୍ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଟିମ୍ ଇଣ୍ଡିଆକୁ ୬ ୱିକେଟ୍ରେ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଆଣି ଦେଇଛନ୍ତି। ଖେଳ ଶେଷ ବେଳକୁ ଅଧିନାୟକ କୋହଲି ୬୧(୪୧ ବଲ୍, ୪ ଚୌକା ଓ ୨ ଛକା) ଏବଂ ଭେଟେରାନ୍ ଦିନେଶ କାର୍ତ୍ତିକ […]
ନୂଅାଦିଲ୍ଲୀ : ବକ୍ସର ମେରି କମ୍ଙ୍କ ବିଶ୍ୱରେକ଼ର୍ଡ। ପ୍ରଥମ ମହିଳା ଭାବେ ୬ଟି ବିଶ୍ୱ ଚାମ୍ପିୟନସିପ୍ ଟାଇଟଲ୍ ଜିତି ଏହି ସଫଳତା ହାସଲ କରିଛନ୍ତି ୩୫ ବର୍ଷୀୟା ମେରି କମ୍। ନୂଅାଦିଲ୍ଲୀରେ ଚାଲିଥିବା ବିଶ୍ୱ ବକ୍ସିଂ ଚାମ୍ପିୟନ୍ସିପ୍ର ୪୮ କିଲୋଗ୍ରାମ୍ ଫାଇନାଲରେ ମେରି ତାଙ୍କ ଠାରୁ ୧୩ ବର୍ଷ ସାନ ୟୁକ୍ରେନ୍ର ହେନା ଓଖୋଟାଙ୍କୁ ଏକତରଫା ଭାବେ ୫-୦ରେ ପରାସ୍ତ କରିଛନ୍ତି। ୮ ବର୍ଷ ପରେ ମେରି ବିଶ୍ୱ ଚାମ୍ପିୟନସିପ୍ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି।୨୦୦୧ରେ ପ୍ରଥମଥର ପାଇଁ ବିଶ୍ୱ […]
ବିଶ୍ୱକପ୍ ହକି ପାଇଁ ପହଞ୍ଚିଲା ଅଷ୍ଟ୍ରେଲିଆ। ଅାଜି ଦିନ ବେଳେ ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଅା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଖେଳାଳିଙ୍କୁ ସ୍ୱାଗତ ଜଣାଯାଇଥିଲା। ଅାଜି ସନ୍ଧ୍ୟାରେ ନେଦରଲାଣ୍ଡ ଓ ବେଲଜିୟମ୍ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ଗତକାଲି ରାତିରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଦୁଇ ଟିମ୍ ବିମାନବନ୍ଦରରେ ପହଞ୍ଚିବାପରେ ସେମାନଙ୍କୁ କଡା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଅାଯାଇଥିଲା। ପୂର୍ବରୁ ଆର୍ଜେଣ୍ଟିନା, ଦକ୍ଷିଣ ଆଫ୍ରିକା, ଫ୍ରାନ୍ସ, ଚୀନ ଏବଂ ସ୍ପେନ୍ ଭୁବନେଶ୍ୱରରେ ପହଞ୍ଚି […]
ମେଲବୋର୍ଣ୍ଣ : ଅାଜି ଭାରତ-ଅଷ୍ଟ୍ରେଲିଅା ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍। ମେଲବୋର୍ଣ୍ଣରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ବିରାଟ ବାହିନୀ ପ୍ରଥମ ମ୍ୟାଚ୍ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ବ୍ରିସବେନ୍ରେ ହୋଇଥିବା ପ୍ରଥମ ମ୍ୟାଚ୍ରେ ଦଳ ଜିତୁ ଜିତୁ ହାରି ଯାଇଥିଲା। ମାତ୍ର ୪ ରନ୍ରେ ପରାସ୍ତ ହୋଇଥିଲା ଟିମ୍ ଇଣ୍ଡିଅା। ସେହି ମ୍ୟାଚର ଭୁଲ୍କୁ ଅାଜିର ମ୍ୟାଚରେ ନ ଦୋହରାଇ ସିରିଜକୁ ୧-୧ରେ ରଖିବାକୁ ଦଳ ଚେଷ୍ଟା କରିବ। ରାହୁଲଙ୍କ ଫର୍ମକୁ ନେଇ ଦଳ […]
ଆଣ୍ଟିଗୁଆ : ମହିଳା ଟି-୨୦ ବିଶ୍ୱକପ୍ରେ ଭାରତର ବିଜୟଧାରାରେ ରୋକ୍ ଲଗାଇଲା ଇଂଲଣ୍ଡ । ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ୍ରେ ପରାଜୟର ସ୍ୱାଦ ଚାଖିଛି ଭାରତୀୟ ଦଳ। ଅାଜି ଖେଳାଯାଇଥିବା ସେମିଫାଇନାଲରେ ଇଂଲଣ୍ଡ ୮ ୱିକେଟ୍ରେ ଭାରତକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୧୯ ଓଭର ୩ଟି ବଲରେ ୧୧୨ ରନ୍ କରି ଅଲଅାଉଟ୍ ହୋଇଥିଲା। ଜବାବରେ ଇଂଲଣ୍ଡ ୧୭ ଓଭରରେ ମାତ୍ର ୨ଟି ୱିକେଟ୍ ହରାଇ ବିଜୟ […]
ଭୁବନେଶ୍ୱର: ଓଡ଼ିଶା ଟେନିସ୍ ପ୍ରିମିୟର ଲିଗ୍ର ଦ୍ୱିତୀୟ ସଂସ୍କରଣ ଶେଷ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଶେଷ ହୋଇଥିବା ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା କଣ୍ଟେନ୍ଡର୍ସ ଚାମ୍ପିଅନ୍ ହୋଇଛି। ଚାମ୍ପିଅନ୍ ଦଳକୁ ୨ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି। ସେହିପରି ରନର୍ସ ଅପ ଦଳକୁ ୧ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ଏହି ପ୍ରମିୟର ଲିଗ୍ରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇ ଟ୍ରଫି ପ୍ରଦାନ କରିଥିଲେ। ନୀଳାଚଳ ଟେନିସ୍ ଏକାଡେମୀ […]
ଗୌହାଟୀ : ଗୌହାଟୀ ରଣଜୀରେ ଘରୋଇ ଅାସାମକୁ ୯ ଓ୍ୱିକେଟରେ ହରାଇଲା ଓଡ଼ିଶା। ଜିତିବା ପାଇଁ ଆବଶ୍ୟକ ଥିବା ୧୪ ରନ୍ ଟାର୍ଗେଟକୁ ଗୋଟିଏ ଓ୍ୱିକେଟ ହରାଇ ହାସଲ କରି ନେଇଥିଲା ବିପ୍ଲବ ସାମନ୍ତରାୟଙ୍କ ଟିମ୍। ଚଳିତ ସିଜନରେ ଓଡିଶାର ଏହା ପ୍ରଥମ ବିଜୟ। ଏହି ବିଜୟ ସହ ଦଳକୁ ୬ ପଏଣ୍ଟ ମିଳିଛି। ପୂର୍ବରୁ ଅାସାମ ଅାଜି ୪ ଓ୍ୱିକେଟରେ ୬୦ ରନ୍ରୁ ଖେଳ ଅାରମ୍ଭ କରି ୧୩୨ ରନ୍ରେ ଅଲ୍ ଅାଉଟ୍ ହୋଇଯାଇଥିଲା। ପ୍ରଥମ […]
ଭୁବନେଶ୍ୱର : ବିଶ୍ୱକପ୍ ହକି ପାଇଁ ଗୋଟିଏ ପରେ ଗୋଟିଏ ବିଦେଶୀ ଟିମ୍ ଭୁବନେଶ୍ୱରରେ ପହଞ୍ଚିବାରେ ଲାଗିଛନ୍ତି। ଅାଜି ତୃତୀୟ ଟିମ୍ ଭାବେ ଫ୍ରାନ୍ସ ଦଳ ଅାସି ଭୁବନେଶ୍ୱରରେ ପହଞ୍ଛିଛି। ଭୁବନେଶ୍ୱର ବିମାନ ବନ୍ଦରରେ ଫ୍ରାନ୍ସ ଦଳକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେହିପରି ଅାଜି ସନ୍ଧ୍ୟାରେ ମଧ୍ୟ ଚୀନ ଦଳ ଅାସି ପହଞ୍ଚିବ। ଗତକାଲି ପ୍ରଥମେ ଅାର୍ଜେଣ୍ଟିନା ଓ ପରେ ଦକ୍ଷିଣ ଅାଫ୍ରିକା ଟିମ୍ ଭୁବନେଶ୍ୱରରେ ପହଞ୍ଚିଥିଲେ।
ବ୍ରିସ୍ବେନ୍ : ପରାଜୟରୁ ଅଭିଯାନ ଅାରମ୍ଭ କଲା ଟିମ୍ ଇଣ୍ଡିଆ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି- ଟ୍ୱେଣ୍ଟିରେ ମାତ୍ର ୪ ରନ୍ରେ ଭାରତ ପରାସ୍ତ ହୋଇଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଭାରତକୁ ଟସ୍ ହାରି ବ୍ୟାଟିଂ କରୁଥିବା କଙ୍ଗାରୁ ଦଳ ୧୭୪ ରନର ଟାର୍ଗେଟ ଦେଇଥିଲା। ତେବେ ବର୍ଷା ଯୋଗୁ ମ୍ୟାଚ୍କୁ ୧୭ ଓଭରକୁ ହ୍ରାସ କରାଯାଇଥିଲା। ଜବାବରେ ଭାରତ ପକ୍ଷରୁ ଶିଖର ଧୱନ ଲଢୁଅା ୭୬ ରନ କରିଥିଲେ। ତେବେ ଶେଷ ଓଭରରେ ଟିମ୍ ଣ୍ଡିଅାର […]
ଜର୍ଜ ଟାଉନ୍ : ଚତୁର୍ଥ ବିଜୟ ଲକ୍ଷ୍ୟରେ ଅାଜି ପଡିଅାକୁ ଓହ୍ଲାଇବ ଟିମ୍ ଇଣ୍ଡିଅା। ଲଗାତାର ୩ଟି ବିଜୟ ସହ ଟି-୨୦ ମହିଳା ବିଶ୍ୱକପ୍ ସେମି ଫାଇନାଲରେ ପ୍ରବେଶ କରିଥିବା ଭାରତ ଅାଜି ଅଷ୍ଟ୍ରେଲିଅାକୁ ଭେଟିବ। ପୂର୍ବରୁ ଏହି ୨ ଦଳ ସେମି ଫାଇନାଲରେ ପ୍ରବେଶ କରିସାରିଛନ୍ତି। ତେବେ ଏହି ମ୍ୟାଚରେ କଡ଼ା ମୁକାବିଲା ଦେଖିବାକୁ ମିଳିବ। ଟି-୨୦ ମହିଳା ବିଶ୍ୱକପ୍ରେ ଭାରତ ବେଶ୍ ଭଲ ପ୍ରଦର୍ଶନ କରିଛି। ମିଥାଲି ରାଜ୍, ସ୍ମୃତି ମାନ୍ଧାନା, ହରମନପ୍ରିତ୍ କୌର […]
ମୁମ୍ବାଇ : ନଭେମ୍ବର ୨୧ରୁ ଅାରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଅା କ୍ରିକେଟ୍ ସିରିଜ୍। ଏଥିପାଇଁ ଅାଜି ରାତିରୁ ଅଷ୍ଟ୍ରେଲିଅା ଗସ୍ତ କରିବ ଭାରତୀୟ କ୍ରିକେଟ୍ ଟିମ୍। ଦୁଇ ଦେଶ ମଧ୍ୟରେ ୩ଟି ଟି-୨୦, ୩ଟି ୱାନ୍ଡେ ଓ ୪ଟି ଟେଷ୍ଟ ମ୍ୟାଚ ଖେଳାଯିବ। ତେବେ ଅଷ୍ଟ୍ରେଲିଅା ଗସ୍ତ କରିବା ପୂର୍ବରୁ ଅାଜି ଏକ ପ୍ରେସମିଟ୍ କରି କ୍ୟାପ୍ଟେନ ବିରାଟ କୋହଲି କହିଛନ୍ତି, ଭାରତ ପାଖରେ ସିରିଜ ଜିତିବାର ସୁଯୋଗ ରହିଛି । ଏଥିପାଇଁ ଦଳ ଜୋରଦାର ପ୍ରସ୍ତୁତି କରିଛି। […]
ଦୁବାଇ : ପୁଣି ଥରେ ବିଶ୍ୱ କ୍ରିକେଟରେ ନିଜ ଦବଦବା ଜାରି ରଖିଲେ ଟିମ୍ ଇଣ୍ଡିଅା ଅଧିନାୟକ ବିରାଟ କୋହଲି। ଅାଇସିସିର ସଦ୍ୟତମ ତାଲିକାରେ ବିରାଟଙ୍କୁ ଏହି ସଫଳତା ମିଳିଛି। ଦିନିକିଅା ତାଲିକାରେ ବିରାଟ ୮୯୯ ପଏଣ୍ଟ ସହ ତାଲିକାର ଟପ୍ରେ ରହିଛନ୍ତି। ଭାଇସ୍ କ୍ୟାପଟେନ୍ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ରୋହିତଙ୍କ ଜୋଡ଼ିଦାର ଶିଖର ଧଓ୍ୱନ ଟପ୍ ଟେନ୍ରେ ନିଜ ସ୍ଥାନ ରଖିବାରେ ସମର୍ଥ ହୋଇଛନ୍ତି। ସେ ତାଲିକାର ଅଷ୍ଟମ ସ୍ଥାନକୁ ଉନ୍ନିତ ହୋଇଛନ୍ତି। […]
ଭୁବନେଶ୍ୱର : ବିଶ୍ୱକପ୍ ହକି ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଟ୍ରଫି ଉନ୍ମୋଚିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟ୍ରଫିର ଉନ୍ମାଚନ କରିଛନ୍ତି । ଏହି ଅବସରରେ ଏଫଆଇଏଚ୍ ସଭାପତି ଉପସ୍ଥିତ ଥିଲେ। ଏଥିସହ କ୍ରୀଡା କ୍ଷେତ୍ରରେ ଭିତ୍ତିଭୂମି ଉନ୍ନତି ସହ ବିଭିନ୍ନ ହାଇପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା ଲାଗି ବିଭିନ୍ନ କର୍ପୋରେଟ୍ ସଂସ୍ଥା ସହ MOU ସ୍ୱାକ୍ଷରିତ ହୋଇଛି। ଅାଥଲେଟିକ୍ସ କ୍ଷେତ୍ରରେ ଓଡ଼ିଶାରେ ହାଇପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା ଲାଗି ସହଯୋଗ କରିବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍। ସୁଟିଂ ପାଇଁ […]
ଚେନ୍ନାଇ: ଅାଜି ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ଟି-୨୦ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍। ଚେନ୍ନାଇରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ସମ୍ମାନ ବଞ୍ଚାଇବା ପାଇଁ ଚେଷ୍ଟା କରିବ କାରିବିୟାନ୍ ଟିମ୍। ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ କବ୍ଜା କରିସାରିଛି ଟିମ୍ ଇଣ୍ଡିଅା। ତେଣୁ ସିରିଜ୍ରେ ନିଜ ସ୍ଥିତି ବଞ୍ଚାଇ ରଖିବାକୁ ଚେଷ୍ଟା କରିବ ଭ୍ରମଣକାରୀ ଦଳ। ତେବେ ଭାରତୀୟ ଦଳ ନିଜ ସ୍କ୍ୱାଡରେ କିଛିଟା ପରିବର୍ତ୍ତନ କରିଛି। ପେସ୍ ବୋଲର୍ ବୁମରା, ଉମେଶ ଯାଦବ […]