• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

shaharukh-khan
ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍ ପହଞ୍ଚିଲେ ଭୁବନେଶ୍ୱରରେ

ଭୁବନେଶ୍ୱର : ହକି ବିଶ୍ୱକପ୍ ପାଇଁ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍ ଭୁବନେଶ୍ୱରରେ ପହଞ୍ଚିସାରିଛନ୍ତି। ଶାହରୁଖଙ୍କ ଟିକେ ଝଲକ ପାଇବା ପାଇଁ ଏୟାରପୋର୍ଟ ପରିସରରେ ଦେଖିବାକୁ ମିଳିଛି ଫ୍ୟାନ୍ ମାନଙ୍କ ପ୍ରବଳ ଭିଡ଼। ତେବେ ଫ୍ୟାନ୍ ମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇଛନ୍ତି କିଙ୍ଗ୍ ଖାନ୍ । ଆସନ୍ତାକାଲି ଭୁବନେଶ୍ୱରେ ଅାସି ପହଞ୍ଚିଥିଲେ ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏଅାର୍ ରେହମାନ୍। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ କଡ଼ା ସୁରକ୍ଷାବଳୟ ମଧ୍ୟରେ ହୋଟେଲ୍‌କୁ ନିଅାଯାଇଥିଲା। […]

  • Friday, 16 July 2021
hockey
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ ; ଜାଣନ୍ତୁ କେଉଁ ପୁଲ୍‌ରେ କେଉଁ ଟିମ୍‌ ରହିଛି

ଭୁବନେଶ୍ୱର  : ଭୁବନେଶ୍ୱର ବିଶ୍ୱକପ୍ ହକିରେ ଭାଗ ନେଇଛନ୍ତି ବିଶ୍ୱର ଟପ୍ ୧୬ଟି ଟିମ୍। ଏହି ଟିମ୍ ଗୁଡିକୁ ୪ଟି ପୁଲ୍‌ରେ ବିଭକ୍ତ କରାଯାଇଛି। ପୁଲ୍ ଏ-ରେ ଅଛନ୍ତି ଅାର୍ଜେଣ୍ଟିନା, ସ୍ପେନ୍, ଫ୍ରାନ୍ସ ଓ ନ୍ୟୁଜିଲାଣ୍ଡ। ଏହି ପୁଲ୍‌ରୁ ଅଲିମ୍ପିକ୍ ଚାମ୍ପିୟନ୍ ଅାର୍ଜେଣ୍ଟିନାକୁ ହଟ୍ ଫେଭରାଇଟ୍ ବୋଲି  କୁହାଯାଉଛି। ସେହିପରି ପୁଲ୍ ବି-ରେ ଅଛନ୍ତି ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଅା,  ଇଂଲଣ୍ଡ, ଅାୟରଲାଣ୍ଡ ଏବଂ ଚାଇନା।  ବିଶ୍ୱ ରାକିଂର ନମ୍ବର ୧ ସ୍ଥାନରେ ଥିବା ଅଷ୍ଟ୍ରେଲିଅା ପାଇଁ  ଏହା […]

  • Friday, 16 July 2021
india --1
ସିଡ୍‌ନୀ ଟି-ଟ୍ୱେଣ୍ଟିକୁ ୬ ୱିକେଟରେ ଜିତିଲା ଭାରତ

ସିଡ୍‌ନୀ: ଶେଷ ଓଭରର ଅନ୍ତିମ ୪ଟି ବଲ୍‌ରୁ ବିଜୟ ପାଇଁ ମାତ୍ର ୫ ରନ୍‌ ଆବଶ୍ୟକ ଥିବାବେଳେ ତୃତୀୟ ଓ ଚତୁର୍ଥ ବଲ୍‌ରେ କ୍ରମାଗତ ଚୌକା ମାରି ଅଧିନାୟକ ବିରାଟ୍‌ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ୬ ୱିକେଟ୍‌ରେ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଆଣି ଦେଇଛନ୍ତି। ଖେଳ ଶେଷ ବେଳକୁ ଅଧିନାୟକ କୋହଲି ୬୧(୪୧ ବଲ୍‌, ୪ ଚୌକା ଓ ୨ ଛକା) ଏବଂ ଭେଟେରାନ୍‌ ଦିନେଶ କାର୍ତ୍ତିକ […]

  • Friday, 16 July 2021
mery-up
ବକ୍ସର ମେରି କମ୍‌ଙ୍କ ବିଶ୍ୱ ରେକର୍ଡ

ନୂଅାଦିଲ୍ଲୀ : ବକ୍ସର ମେରି କମ୍‌ଙ୍କ ବିଶ୍ୱରେକ଼ର୍ଡ। ପ୍ରଥମ ମହିଳା ଭାବେ ୬ଟି ବିଶ୍ୱ ଚାମ୍ପିୟନସିପ୍ ଟାଇଟଲ୍ ଜିତି ଏହି ସଫଳତା ହାସଲ କରିଛନ୍ତି ୩୫ ବର୍ଷୀୟା ମେରି କମ୍। ନୂଅାଦିଲ୍ଲୀରେ ଚାଲିଥିବା ବିଶ୍ୱ ବକ୍ସିଂ ଚାମ୍ପିୟନ୍ସିପ୍‌ର ୪୮ କିଲୋଗ୍ରାମ୍ ଫାଇନାଲରେ ମେରି ତାଙ୍କ ଠାରୁ ୧୩ ବର୍ଷ ସାନ ୟୁକ୍ରେନ୍‌ର ହେନା ଓଖୋଟାଙ୍କୁ ଏକତରଫା ଭାବେ ୫-୦ରେ ପରାସ୍ତ କରିଛନ୍ତି। ୮ ବର୍ଷ ପରେ ମେରି ବିଶ୍ୱ ଚାମ୍ପିୟନସିପ୍‌ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି।୨୦୦୧ରେ ପ୍ରଥମଥର ପାଇଁ ବିଶ୍ୱ […]

  • Friday, 16 July 2021
ausrelia
ବିଶ୍ୱକପ୍‌ ହକି ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ଅଷ୍ଟ୍ରେଲିଆ ଟିମ୍‌

ବିଶ୍ୱକପ୍‌ ହକି ପାଇଁ  ପହଞ୍ଚିଲା ଅଷ୍ଟ୍ରେଲିଆ। ଅାଜି ଦିନ ବେଳେ ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଅା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଖେଳାଳିଙ୍କୁ ସ୍ୱାଗତ ଜଣାଯାଇଥିଲା। ଅାଜି ସନ୍ଧ୍ୟାରେ ନେଦରଲାଣ୍ଡ ଓ ବେଲଜିୟମ୍ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ଗତକାଲି ରାତିରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଦୁଇ ଟିମ୍ ବିମାନବନ୍ଦରରେ ପହଞ୍ଚିବାପରେ ସେମାନଙ୍କୁ କଡା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଅାଯାଇଥିଲା। ପୂର୍ବରୁ ଆର୍ଜେଣ୍ଟିନା, ଦକ୍ଷିଣ ଆଫ୍ରିକା, ଫ୍ରାନ୍ସ, ଚୀନ ଏବଂ ସ୍ପେନ୍‌ ଭୁବନେଶ୍ୱରରେ ପହଞ୍ଚି […]

  • Friday, 16 July 2021
ind
ଅାଜି ଭାରତ-ଅଷ୍ଟ୍ରେଲିଅା ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍‌

ମେଲବୋର୍ଣ୍ଣ : ଅାଜି ଭାରତ-ଅଷ୍ଟ୍ରେଲିଅା ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍‌। ମେଲବୋର୍ଣ୍ଣରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ବିରାଟ ବାହିନୀ ପ୍ରଥମ ମ୍ୟାଚ୍ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ବ୍ରିସବେନ୍‌ରେ ହୋଇଥିବା ପ୍ରଥମ ମ୍ୟାଚ୍‌ରେ ଦଳ ଜିତୁ ଜିତୁ ହାରି ଯାଇଥିଲା। ମାତ୍ର ୪ ରନ୍‌ରେ ପରାସ୍ତ ହୋଇଥିଲା ଟିମ୍ ଇଣ୍ଡିଅା। ସେହି ମ୍ୟାଚର ଭୁଲ୍‌କୁ ଅାଜିର ମ୍ୟାଚରେ ନ ଦୋହରାଇ ସିରିଜକୁ ୧-୧ରେ ରଖିବାକୁ ଦଳ ଚେଷ୍ଟା କରିବ। ରାହୁଲଙ୍କ ଫର୍ମକୁ ନେଇ ଦଳ […]

  • Friday, 16 July 2021
india
ମହିଳା ଟି-୨୦ ବିଶ୍ୱକପ୍‌ରେ ଭାରତର ବିଜୟଧାରାରେ ରୋକ୍

ଆଣ୍ଟିଗୁଆ : ମହିଳା ଟି-୨୦ ବିଶ୍ୱକପ୍‌ରେ ଭାରତର ବିଜୟଧାରାରେ ରୋକ୍‌ ଲଗାଇଲା ଇଂଲଣ୍ଡ । ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ୍‌ରେ ପରାଜୟର ସ୍ୱାଦ ଚାଖିଛି ଭାରତୀୟ ଦଳ। ଅାଜି ଖେଳାଯାଇଥିବା ସେମିଫାଇନାଲରେ ଇଂଲଣ୍ଡ ୮ ୱିକେଟ୍‌ରେ ଭାରତକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୧୯ ଓଭର ୩ଟି ବଲରେ ୧୧୨ ରନ୍ କରି ଅଲଅାଉଟ୍ ହୋଇଥିଲା। ଜବାବରେ ଇଂଲଣ୍ଡ ୧୭ ଓଭରରେ ମାତ୍ର ୨ଟି ୱିକେଟ୍ ହରାଇ ବିଜୟ […]

  • Friday, 16 July 2021
k1
ଶେଷ ହେଲା ଓଡ଼ିଶା ଟେନିସ୍‌ ପ୍ରିମିୟର ଲିଗ୍‌

ଭୁବନେଶ୍ୱର: ଓଡ଼ିଶା ଟେନିସ୍‌ ପ୍ରିମିୟର ଲିଗ୍‌ର ଦ୍ୱିତୀୟ ସଂସ୍କରଣ ଶେଷ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଶେଷ ହୋଇଥିବା ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା କଣ୍ଟେନ୍‌ଡର୍ସ ଚାମ୍ପିଅନ୍‌ ହୋଇଛି। ଚାମ୍ପିଅନ୍‌ ଦଳକୁ ୨ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି।  ସେହିପରି ରନର୍ସ ଅପ ଦଳକୁ ୧ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ଏହି ପ୍ରମିୟର ଲିଗ୍‌ରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇ ଟ୍ରଫି ପ୍ରଦାନ କରିଥିଲେ। ନୀଳାଚଳ ଟେନିସ୍‌ ଏକାଡେମୀ […]

  • Friday, 16 July 2021
ranji
ଓଡ଼ିଶା-ଆସାମ ରଣଜୀ ମୁକାବିଲା

ଗୌହାଟୀ  : ଗୌହାଟୀ ରଣଜୀରେ ଘରୋଇ ଅାସାମକୁ ୯ ଓ୍ୱିକେଟରେ ହରାଇଲା ଓଡ଼ିଶା। ଜିତିବା ପାଇଁ ଆବଶ୍ୟକ ଥିବା ୧୪ ରନ୍ ଟାର୍ଗେଟକୁ ଗୋଟିଏ ଓ୍ୱିକେଟ ହରାଇ ହାସଲ କରି ନେଇଥିଲା ବିପ୍ଲବ ସାମନ୍ତରାୟଙ୍କ ଟିମ୍। ଚଳିତ ସିଜନରେ ଓଡିଶାର ଏହା ପ୍ରଥମ ବିଜୟ। ଏହି ବିଜୟ ସହ ଦଳକୁ ୬ ପଏଣ୍ଟ ମିଳିଛି। ପୂର୍ବରୁ ଅାସାମ ଅାଜି ୪ ଓ୍ୱିକେଟରେ ୬୦ ରନ୍‌ରୁ ଖେଳ ଅାରମ୍ଭ କରି ୧୩୨ ରନ୍‌ରେ ଅଲ୍ ଅାଉଟ୍ ହୋଇଯାଇଥିଲା। ପ୍ରଥମ […]

  • Friday, 16 July 2021
france 3
ବିଶ୍ୱକପ୍‌ ହକି : ଭୁବନେଶ୍ୱରରେ ପହଞ୍ଚିଲା ଫ୍ରାନ୍ସ ଟିମ୍

ଭୁବନେଶ୍ୱର : ବିଶ୍ୱକପ୍‌ ହକି ପାଇଁ ଗୋଟିଏ ପରେ ଗୋଟିଏ ବିଦେଶୀ ଟିମ୍ ଭୁବନେଶ୍ୱରରେ ପହଞ୍ଚିବାରେ ଲାଗିଛନ୍ତି। ଅାଜି ତୃତୀୟ ଟିମ୍‌ ଭାବେ ଫ୍ରାନ୍ସ ଦଳ ଅାସି ଭୁବନେଶ୍ୱରରେ ପହଞ୍ଛିଛି। ଭୁବନେଶ୍ୱର ବିମାନ ବନ୍ଦରରେ ଫ୍ରାନ୍ସ ଦଳକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେହିପରି ଅାଜି ସନ୍ଧ୍ୟାରେ ମଧ୍ୟ ଚୀନ ଦଳ ଅାସି ପହଞ୍ଚିବ। ଗତକାଲି ପ୍ରଥମେ ଅାର୍ଜେଣ୍ଟିନା ଓ ପରେ ଦକ୍ଷିଣ ଅାଫ୍ରିକା ଟିମ୍ ଭୁବନେଶ୍ୱରରେ ପହଞ୍ଚିଥିଲେ।

  • Friday, 16 July 2021
india
ପ୍ରଥମ ଟି-ଟ୍ୱେଣ୍ଟିରେ ଭାରତ ପରାସ୍ତ

ବ୍ରିସ୍‌ବେନ୍‌ : ପରାଜୟରୁ ଅଭିଯାନ ଅାରମ୍ଭ କଲା ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି- ଟ୍ୱେଣ୍ଟିରେ ମାତ୍ର ୪ ରନ୍‌ରେ ଭାରତ ପରାସ୍ତ ହୋଇଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଭାରତକୁ ଟସ୍‌ ହାରି ବ୍ୟାଟିଂ କରୁଥିବା କଙ୍ଗାରୁ ଦଳ ୧୭୪ ରନର ଟାର୍ଗେଟ ଦେଇଥିଲା। ତେବେ ବର୍ଷା ଯୋଗୁ ମ୍ୟାଚ୍‌କୁ ୧୭ ଓଭରକୁ ହ୍ରାସ କରାଯାଇଥିଲା। ଜବାବରେ ଭାରତ ପକ୍ଷରୁ ଶିଖର ଧୱନ ଲଢୁଅା ୭୬ ରନ କରିଥିଲେ। ତେବେ ଶେଷ ଓଭରରେ ଟିମ୍‌ ଣ୍ଡିଅାର […]

  • Friday, 16 July 2021
india9
ଟି-୨୦ ମହିଳା ବିଶ୍ୱକପ୍‌ରେ ଅାଜି କଡ଼ା ଟକ୍କର ; ସାମ୍ନାସାମ୍ନି ହେବେ ଭାରତ-ଅଷ୍ଟ୍ରେଲିଅା

ଜର୍ଜ ଟାଉନ୍‌ : ଚତୁର୍ଥ ବିଜୟ ଲକ୍ଷ୍ୟରେ ଅାଜି ପଡିଅାକୁ ଓହ୍ଲାଇବ ଟିମ୍ ଇଣ୍ଡିଅା। ଲଗାତାର ୩ଟି ବିଜୟ ସହ ଟି-୨୦ ମହିଳା ବିଶ୍ୱକପ୍‌ ସେମି ଫାଇନାଲରେ ପ୍ରବେଶ କରିଥିବା ଭାରତ ଅାଜି ଅଷ୍ଟ୍ରେଲିଅାକୁ ଭେଟିବ। ପୂର୍ବରୁ ଏହି ୨ ଦଳ ସେମି ଫାଇନାଲରେ ପ୍ରବେଶ କରିସାରିଛନ୍ତି। ତେବେ ଏହି ମ୍ୟାଚରେ କଡ଼ା ମୁକାବିଲା ଦେଖିବାକୁ ମିଳିବ। ଟି-୨୦ ମହିଳା ବିଶ୍ୱକପ୍‌ରେ ଭାରତ ବେଶ୍ ଭଲ ପ୍ରଦର୍ଶନ କରିଛି। ମିଥାଲି ରାଜ୍, ସ୍ମୃତି ମାନ୍ଧାନା, ହରମନପ୍ରିତ୍‌ କୌର […]

  • Friday, 16 July 2021
india
ନଭେମ୍ବର ୨୧ରୁ ଅାରମ୍ଭ ଭାରତ-ଅଷ୍ଟ୍ରେଲିଅା କ୍ରିକେଟ୍ ସିରିଜ

ମୁମ୍ବାଇ : ନଭେମ୍ବର ୨୧ରୁ ଅାରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଅା କ୍ରିକେଟ୍ ସିରିଜ୍‌। ଏଥିପାଇଁ ଅାଜି ରାତିରୁ ଅଷ୍ଟ୍ରେଲିଅା ଗସ୍ତ କରିବ ଭାରତୀୟ କ୍ରିକେଟ୍ ଟିମ୍। ଦୁଇ ଦେଶ ମଧ୍ୟରେ ୩ଟି ଟି-୨୦, ୩ଟି ୱାନ୍‌ଡେ ଓ ୪ଟି ଟେଷ୍ଟ ମ୍ୟାଚ ଖେଳାଯିବ। ତେବେ ଅଷ୍ଟ୍ରେଲିଅା ଗସ୍ତ କରିବା ପୂର୍ବରୁ ଅାଜି ଏକ ପ୍ରେସମିଟ୍ କରି କ୍ୟାପ୍‌ଟେନ ବିରାଟ କୋହଲି କହିଛନ୍ତି, ଭାରତ ପାଖରେ ସିରିଜ ଜିତିବାର ସୁଯୋଗ ରହିଛି । ଏଥିପାଇଁ ଦଳ ଜୋରଦାର ପ୍ରସ୍ତୁତି କରିଛି। […]

  • Friday, 16 July 2021
virat
ଅାଇସିସି ରାଙ୍କିଙ୍ଗ୍‌ ତାଲିକା : ଦିନିକିଅାରେ ଶୀର୍ଷରେ ବିରାଟ ଓ ବୁମରାହ

ଦୁବାଇ : ପୁଣି ଥରେ ବିଶ୍ୱ କ୍ରିକେଟରେ ନିଜ ଦବଦବା ଜାରି ରଖିଲେ ଟିମ୍ ଇଣ୍ଡିଅା ଅଧିନାୟକ ବିରାଟ କୋହଲି।  ଅାଇସିସିର ସଦ୍ୟତମ ତାଲିକାରେ ବିରାଟଙ୍କୁ ଏହି ସଫଳତା ମିଳିଛି। ଦିନିକିଅା ତାଲିକାରେ ବିରାଟ ୮୯୯ ପଏଣ୍ଟ ସହ ତାଲିକାର ଟପ୍‌ରେ ରହିଛନ୍ତି। ଭାଇସ୍‌ କ୍ୟାପଟେନ୍‌ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ରୋହିତଙ୍କ ଜୋଡ଼ିଦାର ଶିଖର ଧଓ୍ୱନ ଟପ୍ ଟେନ୍‌ରେ ନିଜ ସ୍ଥାନ ରଖିବାରେ ସମର୍ଥ ହୋଇଛନ୍ତି। ସେ ତାଲିକାର ଅଷ୍ଟମ ସ୍ଥାନକୁ ଉନ୍ନିତ ହୋଇଛନ୍ତି। […]

  • Friday, 16 July 2021
hockey uinveiling
ବିଶ୍ୱକପ୍‌ ହକି ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଟ୍ରଫି ଉନ୍ମୋଚିତ

ଭୁବନେଶ୍ୱର : ବିଶ୍ୱକପ୍ ହକି ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଟ୍ରଫି ଉନ୍ମୋଚିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟ୍ରଫିର ଉନ୍ମାଚନ କରିଛନ୍ତି । ଏହି ଅବସରରେ ଏଫଆଇଏଚ୍ ସଭାପତି ଉପସ୍ଥିତ ଥିଲେ। ଏଥିସହ କ୍ରୀଡା କ୍ଷେତ୍ରରେ ଭିତ୍ତିଭୂମି ଉନ୍ନତି ସହ ବିଭିନ୍ନ ହାଇପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା ଲାଗି ବିଭିନ୍ନ କର୍ପୋରେଟ୍ ସଂସ୍ଥା ସହ MOU ସ୍ୱାକ୍ଷରିତ ହୋଇଛି। ଅାଥଲେଟିକ୍ସ କ୍ଷେତ୍ରରେ ଓଡ଼ିଶାରେ ହାଇପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା ଲାଗି ସହଯୋଗ କରିବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍। ସୁଟିଂ ପାଇଁ […]

  • Friday, 16 July 2021
cricket
ଅାଜି ଭାରତ-ୱେଷ୍ଟଇଣ୍ଡିଜ୍ ଶେଷ ଟି-୨୦

ଚେନ୍ନାଇ: ଅାଜି ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ଟି-୨୦ ସିରିଜ୍‌ର ତୃତୀୟ ତଥା ଅନ୍ତିମ ମ୍ୟାଚ୍। ଚେନ୍ନାଇରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ସମ୍ମାନ ବଞ୍ଚାଇବା ପାଇଁ ଚେଷ୍ଟା କରିବ କାରିବିୟାନ୍ ଟିମ୍। ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ କବ୍‌ଜା କରିସାରିଛି ଟିମ୍ ଇଣ୍ଡିଅା। ତେଣୁ ସିରିଜ୍‌ରେ ନିଜ ସ୍ଥିତି ବଞ୍ଚାଇ ରଖିବାକୁ ଚେଷ୍ଟା କରିବ ଭ୍ରମଣକାରୀ ଦଳ। ତେବେ ଭାରତୀୟ ଦଳ ନିଜ ସ୍କ୍ୱାଡରେ କିଛିଟା ପରିବର୍ତ୍ତନ କରିଛି। ପେସ୍ ବୋଲର୍ ବୁମରା, ଉମେଶ ଯାଦବ […]

  • Friday, 16 July 2021
crickert
ଟି-୨୦ ସିରିଜ୍‌ ଜିତିଲା ଭାରତ

ଲକ୍ଷ୍ନୌ : ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଇକନା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ୨ୟ ଟି-୨୦କୁ ସହଜରେ ଜିତିନେଲା ଭାରତ । ୭୧ ରନ୍‌ରେ ୱେଷ୍ଟ ଇଣ୍ଡିଜ୍‌କୁ ହରାଇ ୨-୦ରେ ଅଗ୍ରଣୀ ସହ ସିରିଜ୍‌ ହାତେଇଛି ଭାରତ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭର୍‌ରେ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ତଥା ଐତିହାସିକ ଶତକ ବଳରେ ୨ ୱିକେଟ୍ ହରାଇ ୧୯୫ ରନ୍‌ କରିଥିଲା। ଏହାର ଜବାବ୍‌ରେ ଇଣ୍ଡିଜ୍‌ […]

  • Friday, 16 July 2021
cricket-up
ଭାରତର ଚିତ୍ତାକର୍ଷକ ବିଜୟ

କୋଲକାତା : ପ୍ରଥମ ଟି-୨୦ରେ ଭାରତର ରୋମାଞ୍ଚକର ବିଜୟ । ୱେଷ୍ଟଇଣ୍ଡିଜ୍‌କୁ ୫ ୱିକେଟ୍‌ରେ ହରାଇଲା ଭାରତ । ଇଡେନ ଗାର୍ଡେନ୍‌ ଷ୍ଟାଡିୟମ୍‌ରେ ଟି-୨୦ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ୧୦୯ ରନ୍‌ ସଂଗ୍ରହ କରିଥିଲା। ଏହାର ଜବାବରେ ୧୧୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଭାରତ ୧୭.୫ ଓଭରରେ ୫ୱିକେଟ୍‌ରେ ମ୍ୟାଚ୍‌ରେ ବିଜୟ ହାସଲ କରିଛି। ଏହା ସହ ଚଳିତ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି। ଭାରତ […]

  • Friday, 16 July 2021
hockey
ବିଶ୍ୱକପ୍‌ ହକି ପାଇଁ କାଲିଠୁ ଟିକେଟ୍ ବିକ୍ରି

ଭୁବନେଶ୍ୱର : ବିଶ୍ୱକପ୍‌ ହକି ପାଇଁ ଅାସନ୍ତା କାଲିଠୁ ବିକ୍ରି ହେବ ଟିକେଟ୍ । ହକି ପ୍ରେମୀମାନେ କାଲିଠୁ କାଉଁଣ୍ଟର ନିକଟରୁ ଟିକେଟ୍ ସଂଗ୍ରହ କରିପାରିବେ। କଳିଙ୍ଗ ଷ୍ଟାଡିୟମ ୯ ନମ୍ବର ଗେଟ୍ ନିକଟ କାଉଣ୍ଟରରେ ଟିକେଟ୍ ବିକ୍ରି ଅାରମ୍ଭ ହେବ। ଦିନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କାଉଣ୍ଟରରେ ଟିକେଟ୍ ବିକ୍ରି କରାଯିବ। ସେହିଭଳି ଭୁବନେଶ୍ୱରର ଅାଉ କିଛି ସ୍ଥାନ ଓ କଟକରେ ଦୁଇଟି ଯାଗାରେ ବି ଟିକେଟ୍ ବିକ୍ରି ବ୍ୟବସ୍ଥା ହୋଇଛି। ଲିଗ୍ ପର୍ଯ୍ୟାୟ […]

  • Friday, 16 July 2021
lilima 3
ହକି ଖେଳାଳି ଲିଲିମା ମିଞ୍ଜ ପାଇଲେ ସମ୍ମାନଜନକ ଏକଲବ୍ୟ କ୍ରୀଡ଼ା ସମ୍ମାନ

ଭୁବନେଶ୍ୱର : ପ୍ରଦାନ କରାଯାଇଛି ସମ୍ମାନଜନକ ଏକଲବ୍ୟ କ୍ରୀଡା ପୁରସ୍କାର। ଚଳିତବର୍ଷ ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ଲିଲିମା ମିଞ୍ଜଙ୍କୁ ଏହି ପୁରସ୍କାର ମିଳିଛି। ତାଙ୍କୁ  ପାଞ୍ଚଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯାଇଛି। ଅାଜି ଭୁବନେଶ୍ୱରରେ ଅାୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୂର୍ବତନ ଭାରତୀୟ କ୍ରିକେଟର ଦିଲୀପ ଭେଙ୍ଗସରକାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କୁ ପୁରସ୍କୃତ କରିଛନ୍ତି। ପ୍ରଥମ ଥର ୨୦୧୧ରେ ଜାତୀୟ […]

  • Friday, 16 July 2021
olly 0
ଜଗତସିଂହପୁରରେ ମାସ୍କଟ୍ ଓଲିକୁ ସମ୍ବର୍ଦ୍ଧନା

ଜଗତସିଂହପୁର : ପୁରୁଷ ବିଶ୍ୱକପ୍ ହକି-୨୦୧୮ର ମାସ୍କଟ୍ ଓଲିକୁ ଜଗତସିଂହପୁରରେ ବିପୁଳ ସମ୍ବର୍ଦ୍ଧନା ଦିଅାଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଓ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱଜିତ୍ ଦାସ ଗାନ୍ଧୀଛକ ନିକଟରେ ପୁଷ୍ପଗୁଚ୍ଛ ଦେଇ ମାସ୍କଟ ଓଲିକୁ ସ୍ୱାଗତ କରିଥିଲେ। ପରେ ଏକ ଶୋଭାଯାତ୍ରାରେ ମାସ୍କଟ ଓଲିକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଅାକୁ ଅଣାଯାଇଥିଲା। ଏଥିସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

  • Friday, 16 July 2021
ranji
ଓଡ଼ିଶା-ହରିୟାଣା ରଣଜୀ ମୁକାବିଲା ; ଜଲଓ୍ୱା ଦେଖାଇଲେ ଓପନର୍ ଅନୁରାଗ ଷଡ଼ଙ୍ଗୀ

ଭୁବନେଶ୍ୱର : ରଣଜୀ ସିଜିନ୍‌ ଅାରମ୍ଭରୁ ଜଲଓ୍ୱା ଦେଖାଇଲେ ଓଡ଼ିଶାର ଓପନର୍ ଅନୁରାଗ ଷଡ଼ଙ୍ଗୀ। ପ୍ରଥମ ମ୍ୟାଚରେ ହିଁ ସେ ଶତକ ହାସଲ କରିଛନ୍ତି। ଭୁବନେଶ୍ୱର କିଟ୍ ଷ୍ଟାଡିୟମରେ ହରିୟାଣା ବିପକ୍ଷରେ ସିଜିନର ପ୍ରଥମ ମ୍ୟାଚ୍‌ ଖେଳୁଛି ଓଡ଼ିଶା ଟିମ୍। ଟସ୍ ଜିତିବା ପରେ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତିକୁ ଠିକ୍ ପ୍ରମାଣିତ କରି ଅନୁରାଗ ଷଡ଼ଙ୍ଗୀ ଶତକ ହାସଲ କରିଛନ୍ତି। ସେ ୧୧୪ ରନ୍ କରିଛନ୍ତି । ତେବେ ଅନ୍ୟ […]

  • Friday, 16 July 2021
cricket
ୱେଷ୍ଟଇଣ୍ଡିଜ୍‌କୁ ୯ଓ୍ୱିକେଟରେ ହରାଇଲା ଭାରତ

ଥିରୁଭନନ୍ତପୁରମ : ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଅା ସିରିଜକୁ ୩-୧ରେ ହାତେଇଲା ଭାରତ । ଅାଜି ଥିରୁଅନନ୍ତପୁରମରେ ଖେଳା ଯାଇଥିବା ଶେଷ ଦିନିକିଅାରେ ଭାରତ ୯ ଓ୍ୱିକେଟରେ ବିଜୟୀ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ ମାତ୍ର ୧୦୪ ରନ୍‌ରେ ସୀମିତ ରହିଥିଲା। ଭାରତ ପକ୍ଷରୁ ଜାଡେଜା ସର୍ବାଧିକ ୪ଟି ଓ୍ୱିକେଟ ଅକ୍ତିଅାର କରିଥିବାବେଳେ, ବୁମରାହ ଏବଂ ଖଲିଲ୍ ୨ଟି ଲେଖାଏଁ ଓ୍ୱିକେଟ ନେଇଥିଲେ। ଭାରତ ମାତ୍ର ଗୋଟିଏ ଓ୍ୱିକେଟ ହରାଇ ୧୫ ଓଭର ପୂର୍ବରୁ […]

  • Friday, 16 July 2021
sania
ମା’ ହେଲେ ଟେନିସ ତାରକା ସାନିଅା ମିର୍ଜା

ନୂଆଦିଲ୍ଲୀ : ଟେନିସ୍‌ ତାରକା ସାନିଅା ମିର୍ଜା ଏବଂ ପାକିସ୍ତାନ କ୍ରିକେଟର ସୋହେବ ମଲ୍ଲିକ ଏକ ପୁତ୍ର ସନ୍ତାନର ମାତାପିତା ହୋଇଛନ୍ତି। ସାନିଅା ପୁତ୍ର ସନ୍ତାନ ଜନ୍ମ ଦେଇଥିବା ନେଇ ସୋହେବ ଟ୍ୱିଟରରେ ସୂଚନା ଦେଇଛନ୍ତି। Excited to announce: Its a boy, and my girl is doing great and keeping strong as usual #Alhumdulilah. Thank you for the wishes and Duas, we are humbled ?? […]

  • Friday, 16 July 2021
india-win-up
ମୁମ୍ବାଇ ଦିନିକିଅାରେ ବିରାଟ ବାହିନୀର ବିରାଟ ବିଜୟ

ମୁମ୍ବାଇ : ଭାରତ-ୱେଷ୍ଟଇଣ୍ଡିଜ୍ ଚତୁର୍ଥ ଦିନିକିଅାରେ ବିରାଟ ବାହିନୀର ବିରାଟ ବିଜୟ । ୨୨୪ ରନ୍‌ରେ ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି ଟିମ୍ ଇଣ୍ଡିଅା । ଏହି ବିଜୟ ସହ ୫ଟିକିଅା ଦିନିକିଅା ସିରିଜ୍‌ରେ ଭାରତ ୨-୧ରେ ଅାଗୁଅା ରହିଛି । ମୁମ୍ବାଇରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତୀୟ ଦଳ ବିପକ୍ଷ କାରିବିଅାନ୍‌କୁ ୩୭୮ ରନ୍‌ର ଟାର୍ଗେଟ୍‌ ଦେଇଥିଲା । ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ ୩୭୭ […]

  • Friday, 16 July 2021