/odishatv-khabar/media/post_attachments/uploadimage/library/16_9/16_9_0/IMAGE_1626679286.jpg)
dutee chand
ଯାଜପୁର(ଗୁଲାମ୍ ଗସ) : ଖେଳକୁଦ ପ୍ରତି ରୁଚି ରଖୁଥିବା ପିଲାମାନଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେଇ ଭଲ ଆଥଲେଟ୍ ଭାବେ ଗଢିବାକୁ ପ୍ରୟାସ । ଏଭଳି ନିଆରା ଉଦ୍ୟମ କରୁଛନ୍ତି ଅନ୍ତର୍ଜାତୀୟ ସ୍ତରର ଆଥଲେଟ୍ ତଥା ସ୍ପ୍ରିଂଟ କୁଇନ ଦୂତି ଚାନ୍ଦଙ୍କ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦ । ଯାଜପୁର ଜିଲ୍ଲାର ଜାରକାସ୍ଥିତ କଳ୍ପତରୁ ଦାସ ଷ୍ଟାଡିଅମରେ ପ୍ରତ୍ୟେକ ଦିନ ସକାଳ ଓ ଅପରାହ୍ନ ଦୁଇ ବେଳା ସ୍ଥାନୀୟ ପିଲାମାନଙ୍କୁ ଖେଳ ଉପରେ ପ୍ରଶିକ୍ଷଣ ଦେଉଛନ୍ତି ।
ଦୂତିଚାନ୍ଦଙ୍କ ବଡ ଭଉଣି ସ୍ୱରସ୍ୱତୀ ଚାନ୍ଦ । ରସୁଲପୁର ବ୍ଲକ ଅନ୍ତର୍ଗତ ଚକ ଗୋପାଳପୁର ଗ୍ରାମରେ ଘର । ସ୍କୁଲରେ ପାଠ ପଢ଼ୁଥିବା ବେଳେ ସେ ଦୌଡକୁଦ ପ୍ରତିଯୋଗିତାରେ ଭାଗ ନେଇ ଚମ୍ପିଅନ ହେଉଥିଲେ । ଧିରେ ଧିରେ ସେ ଦୌଡିବା ଅଭ୍ୟାସକୁ ଜାରିରଖି ଜିଲ୍ଲା ଓ ରାଜ୍ୟସ୍ତରୀୟ ଖେଳରେ ଭାଗ ନେଇ ସୁନାମ ଅର୍ଜନ କରିପାରିଥିଲେ । ଯେଉଁଥି ପାଇଁ ତାଙ୍କୁ ଓଡିଶା ପୋଲିସରେ ଚାକିରି ମଧ୍ୟ ମିଳିଛି । ଏବେ ସେ ପିଲାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ସବୁଦିନ ସକାଳେ ଓ ଉପରବେଳା ଏଠି ଦ୍ରୁତ ଗତିରେ ଦୌଡ଼ ଅଭ୍ୟାସ, ଶରୀରକୁ କିଭଳି ଫିଟ୍ ରଖାଯିବ, ସେନେଇ ବିଭିନ୍ନ ପ୍ରକାର ଟେକନିକ୍ ଶିଖୁଛନ୍ତି ପିଲାମାନେ । ସ୍ଥାନୀୟ ଅଂଚଳର ପାଖାପାଖି ୪୦ଜଣ ପିଲା ତାଙ୍କ ପାଖରୁ ପ୍ରଶିକ୍ଷଣ ନେଉଛନ୍ତି । ତେବେ ଖେଳପ୍ରତି ସରକାର ଯନ୍ନବାନ ରହିଥିଲେ ହେଁ ଗ୍ରାମଂଚଳର ଗରିବ ପରିବାରରୁ ଆସୁଥିବା ଖେଳାଳି ମାନଙ୍କୁ ଉପଯୁକ୍ତ ସହାୟତା ଯୋଗଇ ଦେଲେ ଆମରାଜ୍ୟରେ ଭଲ ଆଥଲେଟ ବନି ରାଜ୍ୟ ଓ ଦେଶର ନାମ କରିପାରନ୍ତେ ବୋଲି ସେ କହିଛନ୍ତି ।
Also Read
ଜାରକା ଠାରେ ଖେଳକୁଦ ପାଇଁ ଭିତ୍ତିଭୂମି ଥିଲେ ବି ସରକାରୀ ପ୍ରୋତ୍ସାହନ ଅଭାବରୁ ଗରିବ ପିଲାମାନେ ଆଗକୁ ବଢିପାରୁନାହାନ୍ତି । ସେଥି ପାଇଁ ସରକାର ଯତନ୍ନବାନ ହେବା ଅବଶ୍ୟକ ରହିଛି । ଏଭଳି ପ୍ରତିଭାନ ପିଲାଙ୍କୁ ସ୍ୱରସ୍ୱତୀ ଚାନ୍ଦ ବିନା ପାରିଶ୍ରମିକରେ ପ୍ରତ୍ୟେକ ଦିନ ଖେଳ ଅଭ୍ୟାସ କରାଇବା ସହ ଆଗକୁ ବଢ଼ିବା ପାଇଁ କରୁଥିବା ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)