• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

bel
ହକି ବିଶ୍ୱକପ୍‌ ଫାଇନାଲରେ ବେଲଜିୟମ୍

ଭୁବନେଶ୍ୱର : ହକି ବିଶ୍ୱକପରେ ଇଂଲଣ୍ଡକୁ ହରାଇ ପ୍ରଥମଥର ପାଇଁ ଫାଇନାଲରେ ପ୍ରବେଶ କରିଛି ବେଲଜିୟମ ଟିମ୍‌। କଳିଙ୍ଗ ଷ୍ଟାଡିୟମରେ ହୋଇଥିବା ଏହି ମ୍ୟାଚରେ ବେଲଜିୟମ ଟିମ୍ ୬-୦ ଗୋଲରେ ବିଜୟୀ ହୋଇଛି। ଆରମ୍ଭରୁ ପ୍ରଭାବ ବିସ୍ତାର କରି ଖେଳିଥିଲା ବେଲଜିୟମ୍। ବିଶ୍ୱ ମାନ୍ୟତାରେ ତୃତୀୟ ସ୍ଥାନରେ ଥିବା ବେଲଜିୟମ ଟିମ୍‌କୁ ଅଷ୍ଟମ ମିନିଟରେ ପ୍ରଥମ ସଫଳତା ମିଳିଥିଲା। ଏହାପରେ ୧୯ତମ ମିନିଟରେ ଜି. ସିମନ୍ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ। ଦୁଇଟି ଗୋଲ ପରେ […]

  • Friday, 16 July 2021
sachin
ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମ ଆସିବେ ତେନ୍ଦୁଲକର

ଭୁବନେଶ୍ୱର : କ୍ରିକେଟ୍‌ର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ହକିକୁ ସମର୍ଥନ ଜଣାଇବାକୁ ଆସିବେ ଓଡ଼ିଶା। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହେଉଥିବା ପୁରୁଷ ହକି ବିଶ୍ୱକପ୍‌ର ଅନ୍ତିମ ଦିବସ ବା ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେବାପାଇଁ ସେ ଭୁବନେଶ୍ୱର ଆସିବେ ବୋଲି ଜଣାଇଛନ୍ତି। Heartwarming to see the entire nation supporting the Men’s #HockeyWorldCup2018. Congrats @Naveen_Odisha @TheHockeyIndia for the world class arrangements. To extend my […]

  • Friday, 16 July 2021
hockey
ଇଂଲଣ୍ଡ ଓ ବେଲଜିୟମ ମଧ୍ୟରେ ଚାଲିଛି ପ୍ରଥମ ମୁକାବିଲା

ଭୁବନେଶ୍ୱର : ଆଜି ପ୍ରଥମ ମୁକାବିଲା ଇଂଲଣ୍ଡ ଓ ବେଲଜିୟମ ମଧ୍ୟରେ ଚାଲିଛି। ବିଶ୍ୱ ରାଙ୍କିଙ୍ଗର ତୃତୀୟ ସ୍ଥାନରେ ଥିବା ବେଲଜିୟମ ଟିମ୍ ପ୍ରଥମ ଥର ସେମିଫାଇନାଲରେ ପହଞ୍ଚିଛି। ଏହା ପୂର୍ବରୁ ଦଳର ଶ୍ରେଷ୍ଠ ପ୍ରଦର୍ଶନ ଗତ ବିଶ୍ୱକପ୍‌ରେ ଥିଲା। ୨୦୧୪ରେ ହଗ୍‌ରେ ଖେଳାଯାଇଥିବା ବିଶ୍ୱକପ୍‌ରେ ୫ମ ସ୍ଥାନ ହାସଲ କରିଥିଲା। ତେବେ ୨୦୧୬ ରିଓ ଅଲିମ୍ପିକ୍ସରେ ସିଲଭର ମ଼େଡାଲ ଜିତିଥିବା ବେଲଜିୟମ୍ ଚଳିତ ବିଶ୍ୱକପ୍‌ରେ ନିଜର ପ୍ରଦର୍ଶନକୁ ଆହୁରି ଉନ୍ନତ କରିବା ଲକ୍ଷ୍ୟରେ ରହିଛି। ସେହିପରି […]

  • Friday, 16 July 2021
ind-up
ବିଶ୍ୱକପ୍ ପୁରୁଷ ହକିରେ ଭାରତର ଅଭିଯାନ ଶେଷ

ଭୁବନେଶ୍ୱର :  ବିଶ୍ୱକପ୍ ପୁରୁଷ ହକିରେ ଭାରତର ଅଭିଯାନ ଶେଷ ହୋଇଛି। କ୍ୱାର୍ଟର ଫାଇନାଲରେ ନେଦରଲାଣ୍ଡସ୍‌ ଠାରୁ ୨-୧ ଗୋଲରେ ହାରିଛି ଟିମ୍‌ ଇଣ୍ଡିଆ। ଫଳରେ ଭାରତର ବିଶ୍ୱକପ୍  ଆଶା ଧୂଳିସାତ୍ ହୋଇଛି। ଏହି ମ୍ୟାଚ୍‌ରେ ବିଜୟୀ ହେବା ସହ ସେମି ଫାଇନାଲ ଯାଇଛି ନେଦରଲାଣ୍ଡସ୍। ସେମିରେ ଅଷ୍ଟ୍ରେଲିଆ-ନେଦରଲ୍ୟାଣ୍ଡସ୍ ମୁକାବିଲା ହେବ। ଅନ୍ୟପକ୍ଷରେ ଆଜି ଖେଳାଯାଇଥିବା ଅନ୍ୟ ଏକ କ୍ୱାର୍ଟର ଫାଇନାଲରେ ଜର୍ମାନୀକୁ ୨-୧ ଗୋଲରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ବେଲଜିୟମ। ଆଗରୁ ଇଂଲଣ୍ଡ, ଅଷ୍ଟ୍ରେଲିଆ […]

  • Friday, 16 July 2021
india
ହକି ବିଶ୍ୱକପ୍ : ଆଜି ଭାରତ-ନେଦରଲାଣ୍ଡସ୍ ମୁକାବିଲା

ଭୁବନେଶ୍ୱର : ହକି ବିଶ୍ୱକପ୍ କ୍ୱାର୍ଟର ଫାଇନାଲ୍‌ରେ ଆଜି ନେଦରଲାଣ୍ଡସକୁ ଭେଟିବ ଟିମ୍‌ ଇଣ୍ଡିଆ। ସେମିଫାଇନାଲ ସିଟ୍ ପାଇଁ ଉଭୟଙ୍କ ମଧ୍ୟରେ ହେବ କଡ଼ା ଟକ୍କର। ଆଟାକିଂ ହକି ପାଇଁ ପରିଚିତ ଡଚ୍ ଖେଳାଳିଙ୍କୁ ଟିମ୍ ଇଣ୍ଡିଆର ଡିଫେଣ୍ଡରମାନେ କିଭଳି ଜବାବ ଦେଉଛନ୍ତି ତା ଉପରେ ହକି ପ୍ରେମୀମାନେ ନଜର ରଖିଛନ୍ତି। ବିଶ୍ୱ ରାଙ୍କିଙ୍ଗରେ ନେଦରଲାଣ୍ଡସ୍ ୪ ନମ୍ବର ସ୍ଥାନରେ ଥିବା ବେଳେ ୫ ନମ୍ବର ରାଙ୍କରେ ଅଛି ଆୟୋଜକ ଭାରତ। ଟିମ୍ ଇଣ୍ଡିଆକୁ ଘରୋଇ ଦର୍ଶକଙ୍କ […]

  • Friday, 16 July 2021
hc-up
ଆର୍ଜେଣ୍ଟିନାକୁ ୩-୨ ଗୋଲରେ ହରାଇ ସେମିରେ ଇଂଲଣ୍ଡ

ଭୁବନେଶ୍ୱର : ବିଶ୍ୱକପ ପୁରୁଷ ହକିରେ ଆଜି ଠାରୁ ଆରମ୍ଭ ହୋଇଛି କ୍ୱାର୍ଟରଫାଇନାଲ ପର୍ଯ୍ୟାୟ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନାକୁ ୩-୨ ଗୋଲରେ ହରାଇ ସେମିରେ ପ୍ରବେଶ କରିଛି ଇଂଲଣ୍ଡ। ସେପଟେ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ-ଫ୍ରାନସ୍ ମୁକାବିଲା ଚାଲିଛି। ସେହିପରି ଆସନ୍ତାକାଲି ଭାରତ-ନେଦରଲାଣ୍ଡସ ମଧ୍ୟରେ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ।

  • Friday, 16 July 2021
pak
ହକି ବିଶ୍ୱକପ୍ : ପାକିସ୍ତାନକୁ ୫-୧ ଗୋଲରେ ପରାସ୍ତ କଲା ନେଦରଲ୍ୟାଣ୍ଡସ୍

ଭୁବନେଶ୍ୱର : ବିଶ୍ୱକପ୍ ପୁରୁଷ ହକି ପୁଲ୍-ଡିର ଶେଷ ଲିଗ୍‌ ମ୍ୟାଚ୍‌ରେ ପାକିସ୍ତାନକୁ ୫-୧ ଗୋଲରେ ପରାସ୍ତ କରିଛି ନେଦରଲ୍ୟାଣ୍ଡସ୍‌। ତେବେ ଏହି ମ୍ୟାଚ୍‌ରେ ପରାସ୍ତ ହୋଇ ବି ପାକିସ୍ତାନ କ୍ରସ୍‌ ଓଭର ମ୍ୟାଚ୍‌ ଖେଳିବ। କ୍ରସ୍‌ ଓଭର ମ୍ୟାଚ୍‌ରେ ପାକିସ୍ତାନ-ବେଲଜିୟମ ମଧ୍ୟରେ ମୁକାବିଲା ହେବ। ସେପଟେ ପାକିସ୍ତାନକୁ ୫-୧ ଗୋଲରେ ଶେଷ ଲିଗ୍‌ ମ୍ୟାଚ୍‌ରେ ହରାଇଥିବା ନେଦରଲ୍ୟାଣ୍ଡସ କ୍ରସ୍‌ ଓଭର ମ୍ୟାଚ୍‌ରେ କାନାଡାକୁ ଭେଟିବ। ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ପୁଲ୍-ଡିର ପ୍ରଥମ ଲିଗ୍‌ ମ୍ୟାଚରେ […]

  • Friday, 16 July 2021
india win
ବିଶ୍ୱକପ୍‌ ପୁରୁଷ ହକିର କ୍ୱାର୍ଟର ଫାଇନାଲରେ ଭାରତ

ଭୁବନେଶ୍ୱର : ବିଶ୍ୱକପ୍‌ ପୁରୁଷ ହକିର କ୍ୱାର୍ଟର ଫାଇନାଲରେ ଭାରତ କାନାଡ଼ାକୁ ୫-୧ ଗୋଲରେ ହରାଇ ପୁଲ୍‌- ସି’ର ଟପ୍‌ରେ ରହି ସିଧା କ୍ୱାର୍ଟର ଫାଇନାଲରେ ଜାଗା ପକ୍କା କରିଛି ଟିମ୍‌ ଇଣ୍ଡିଆ। ଲଳିତ ଉପାଧ୍ୟାୟ ୨ଟି ଗୋଲ ଦେଇଥିବା ବେଳେ ଓଡ଼ିଆ ଖେଳାଳି ଅମିତ ରୋହିତ ଦାସ, ଚିଙ୍ଗଲେନ ସାନା, ହରମନପ୍ରିତ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଛନ୍ତି। ଲଳିତ ଉପାଧ୍ୟାୟ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ସେହିପରି ପୁଲ-ସି’ର ଶେଷ ମ୍ୟାଚ୍‌ରେ […]

  • Friday, 16 July 2021
cheteswar-up
ଭାରତ-ଅଷ୍ଟ୍ରେଲିଅା ପ୍ରଥମ ଟେଷ୍ଟ ; ପ୍ରଥମ ଦିନରେ ଭାରତ ୨୫୦/୯

ଅାଡିଲେଡ୍  : ଅାଡିଲେଡ୍ ଟେଷ୍ଟରେ ପାଳି ସମ୍ଭାଳିଲେ ଚେତେଶ୍ୱର ପୂଜାରା। ବ୍ୟକ୍ତିଗତ ଶତକ ହାସଲ କରିବା ପରେ ସମ୍ମାନଜନକ ରନ ସଂଗ୍ରହ କରିପାରିଛି ଟିମ୍ ଇଣ୍ଡିଅା। ପୂଜାରା ୨୪୬ ବଲରୁ ୧୨୩ ରନ୍‌ କରି ରନ୍‌ ଅାଉଟ ହୋଇଥିଲେ।    ଅାଜି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୯ ଓ୍ୱିକେଟ ହରାଇ ୨୫୦ ରନ୍‌ ସଂଗ୍ରହ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଅାର ବ୍ୟାଟସମ୍ୟାନ୍ କଙ୍ଗାରୁ ପେସ୍‌ ବାହିନୀର ସଫଳ […]

  • Friday, 16 July 2021
h1
ଆସନ୍ତାକାଲି ହାମିଲ୍‌ଟନ୍‌ରେ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ

ନୂଆଦିଲ୍ଲୀ: ଆସନ୍ତାକାଲି ହାମିଲ୍‌ଟନ୍‌ରେ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ଖେଳାଯିବ। ସିରିଜ୍‌ର ଚତୁର୍ଥ ମ୍ୟାଚ୍‌  ପୂର୍ବରୁ ତିନିଟି ମ୍ୟାଚ୍‌ ଜିତି ସିରିଜ୍‌ କବଜା କରିଥିବା ଟିମ୍ ଏହି ମ୍ୟାଚ୍‌ ଜିତି ୪-୦ରେ ଅଗ୍ରଣୀ ପାଇଁ ଉଦ୍ୟମ କରିବ। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ମ୍ୟାଚ୍‌ ଜିତି ସିରିଜ୍‌ କ୍ଲିନ୍ ସୁଇପ୍‌ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ରହିଛି। ଅନ୍ୟପଟେ ଘରୋଇ ଦଳ ଶେଷ ୨ଟି ମ୍ୟାଚ୍‌ ଜିତି ସମ୍ମାନ ବଜାୟ ରଖିବା ପାଇଁ ଜୋର୍‌ଦାର୍‌ ଉଦ୍ୟମ କରିବ। ଏହି ସିରିଜ୍‌ର ସମସ୍ତ ମ୍ୟାଚ୍‌ […]

  • Friday, 16 July 2021
pool
ଅାଜି  କଳିଙ୍ଗ ଷ୍ଟାଡିୟମରେ ପୁଲ୍ -ଡି ର ୨ଟି ମ୍ୟାଚ୍‌ ଖେଳାଯିବ

ଭୁବନେଶ୍ୱର :  ଅାଜି ହକି ବିଶ୍ୱକପ୍‌ରେ କଳିଙ୍ଗ ଷ୍ଟାଡିୟମରେ ପୁଲ୍ -ଡି ର ୨ଟି ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ ଜର୍ମାନୀ ଓ ନେଦରଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ପାକିସ୍ତାନକୁ ଭେଟିବ ମାଲେସିଅା। ଜର୍ମାନୀ ଓ ନେଦରଲାଣ୍ଡ ନିଜ ନିଜ ପ୍ରଥମ ମ୍ୟାଚ୍‌ ଜିତିଥିବା ବେଳେ ପାକିସ୍ତାନ ଓ ମାଲେସିଅା ନିଜର ପ୍ରଥମ ବିଜୟ ଲକ୍ଷ୍ୟରେ ଅଛନ୍ତି।  

  • Friday, 16 July 2021
match
ହକି ବିଶ୍ୱକପ୍‌ : ଭାରତ-ବେଲଜିୟମ୍ ମ୍ୟାଚ୍ ୨-୨ ଗୋଲରେ ଡ୍ର

ଭୁବନେଶ୍ୱର : ଡ୍ର’ରେ ଶେଷ ହେଲା ଭାରତ-ବେଲ୍‌ଜିୟମ୍ ହାଇଭୋଲ୍‌ଟେଜ୍ ଟକ୍କର। ଦମ୍‌ଦାର ପ୍ରଦର୍ଶନ ସତ୍ତ୍ୱେ ଶକ୍ତିଶାଳୀ ବେଲ୍‌ଜିୟମ୍ ବିରୋଧରେ ବିଜୟ ହାତଛଡ଼ା କରିଛି ଭାରତ। କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏଇ ମ୍ୟାଚ୍ ୨-୨ ଗୋଲ୍‌ରେ ଡ୍ର ରହିଛି। ଭାରତ ପକ୍ଷରୁ ସିମ୍ରନ୍‌ଜିତ୍ ଓ ହରମନ୍ ପ୍ରୀତ ଗୋଟିଏ ଲେଖାଏଁ ଗୋଲ୍ କରିଛନ୍ତି। ପ୍ରଥମ କ୍ୱାର୍ଟର ସୁଦ୍ଧା ୦-୧ରେ ପଛୁଅା ଥିବା ଭାରତ ପରବର୍ତ୍ତୀ ସମୟରେ ଭଲ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ଏହା ବିଜୟ ପାଇଁ ଯଥେଷ୍ଟ ହୋଇ […]

  • Friday, 16 July 2021
india-up
ବିଶ୍ୱକପ୍ ହକିରେ ଅାଜି ବେଲ୍‌ଜିୟମ୍‌କୁ ଭେଟିବ ଭାରତ

ଭୁବନେଶ୍ୱର : ବିଶ୍ୱକପ୍ ହକିରେ ଅାଜି ଭାରତ ଖେଳିବ ଦ୍ୱିତୀୟ ମ୍ୟାଚ୍‌। ବିପକ୍ଷରେ ଶକ୍ତିଶାଳୀ ବେଲଜିୟମ୍। ଓ୍ୱାର୍ଲଡ ରାଙ୍କିଙ୍ଗ୍‌ରେ ନମ୍ବର ଥ୍ରୀରେ ଥିବା ୟୁରୋପିୟନ୍ ପାଓ୍ୱାର ହାଉସ୍ ବେଲଜିୟମ ଗତ କିଛି ବର୍ଷ ହେବ ଲଗାତାର ଭଲ ପ୍ରଦର୍ଶନ କରି ଅାସୁଛି। ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲା ବେଲଜିୟମ। ଅଲିମ୍ପିକ୍ସରେ ସ୍ଥାନ ପାଇଥିବା ଅଧିକାଂଶ ଖେଳାଳି ଏଥର ବିଶ୍ୱକପ୍ ଖେଳୁଛନ୍ତି। ତେଣୁ ଅାୟୋଜକ ଭାରତକୁ ତାର ଘରୋଇ ଗ୍ରାଉଣ୍ଡରେ ମାତ୍ ଦେବାକୁ ଚେଷ୍ଟା କରିବ ବେଲଜିୟମ୍। […]

  • Friday, 16 July 2021
ranji
ରଣଜୀ ଟ୍ରଫି : ଓଡ଼ିଶା ତ୍ରିପୁରାକୁ ୫ ୱିକେଟରେ ପରାସ୍ତ କଲା

ଭୁବନେଶ୍ୱର : ଚଳିତ ରଣଜୀ ସିଜିନର ଦ୍ୱିତୀୟ ବିଜୟ ହାସଲ କଲା ଓଡ଼ିଶା। ଚତୁର୍ଥ ଲିଗ୍ ମ୍ୟାଚରେ ତ୍ରିପୁରାକୁ ପରାସ୍ତ କରି ଦ୍ୱିତୀୟ ବିଜୟ ହାସଲ କରିଛି ଓଡ଼ିଶା।  ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତଙ୍କ ଲଢ଼ୁଅା ବ୍ୟାଟିଂ ବଳରେ ଓଡ଼ିଶା ତ୍ରିପୁରାକୁ ୫ ୱିକେଟରେ ପରାସ୍ତ କରିଛି। ତ୍ରିପୁରା ପ୍ରଥମ ଇଂନିସରେ ୧୨୨ ରନ କରିଥିବା ବେଳେ ଦ୍ୱିତୀୟ ଇଂନିସରେ ୩୦୪ କରି ଅଲଅାଉଟ ହୋଇଯାଇଥିଲା। ଏହାର ଜବାବରେ ଓଡ଼ିଶା ପ୍ରଥମ ଇଂନିସରେ ୨୧୨ ଓ […]

  • Friday, 16 July 2021
hockey tomorrow
ଅାସନ୍ତାକାଲି ଠାରୁ ହକି ବିଶ୍ୱକପ୍ ମହା ଲଢ଼େଇ

ଭୁବନେଶ୍ୱର : ଅାଜି ଉଦ୍‌ଘାଟନୀ ଉତ୍ସବ ଚାଲିଥିବା ବେଳେ ଅାସନ୍ତାକାଲି ଠାରୁ ଅାରମ୍ଭ ହେବ ଲଢ଼େଇ। ପ୍ରଥମ ଦିନରେ ଅାୟୋଜକ ଭାରତ, ଦକ୍ଷିଣ ଅାଫ୍ରିକାକୁ ଭେଟିବ। ପୁଲ୍-ସିର ଏହି ମ୍ୟାଚ୍ ଅାସନ୍ତାକାଲି ସଂଧ୍ୟା ୭ଟାରେ ଖେଳାଯିବ। ସେହିପରି ଉଦ୍‌ଘାଟନୀ ମ୍ୟାଚ୍‌ରେ କାନାଡ଼ା ଓ ବେଲ୍‌ଜିୟମ୍ ମଧ୍ୟରେ ଦେଖିବାକୁ ମିଳିବ ଟକ୍କର। ଅପରାହ୍ଣ ୫ଟାରେ ଏହି ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ମୋଟ୍ ୧୬ଟି ଟିମ୍ ଭାଗ ନେଇଛନ୍ତି। ମୋଟ୍ ୩୬ଟି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଡିସେମ୍ବର ୧୬ରେ […]

  • Friday, 16 July 2021
shaharukh-khan
ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍ ପହଞ୍ଚିଲେ ଭୁବନେଶ୍ୱରରେ

ଭୁବନେଶ୍ୱର : ହକି ବିଶ୍ୱକପ୍ ପାଇଁ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍ ଭୁବନେଶ୍ୱରରେ ପହଞ୍ଚିସାରିଛନ୍ତି। ଶାହରୁଖଙ୍କ ଟିକେ ଝଲକ ପାଇବା ପାଇଁ ଏୟାରପୋର୍ଟ ପରିସରରେ ଦେଖିବାକୁ ମିଳିଛି ଫ୍ୟାନ୍ ମାନଙ୍କ ପ୍ରବଳ ଭିଡ଼। ତେବେ ଫ୍ୟାନ୍ ମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇଛନ୍ତି କିଙ୍ଗ୍ ଖାନ୍ । ଆସନ୍ତାକାଲି ଭୁବନେଶ୍ୱରେ ଅାସି ପହଞ୍ଚିଥିଲେ ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏଅାର୍ ରେହମାନ୍। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ କଡ଼ା ସୁରକ୍ଷାବଳୟ ମଧ୍ୟରେ ହୋଟେଲ୍‌କୁ ନିଅାଯାଇଥିଲା। […]

  • Friday, 16 July 2021
hockey
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ ; ଜାଣନ୍ତୁ କେଉଁ ପୁଲ୍‌ରେ କେଉଁ ଟିମ୍‌ ରହିଛି

ଭୁବନେଶ୍ୱର  : ଭୁବନେଶ୍ୱର ବିଶ୍ୱକପ୍ ହକିରେ ଭାଗ ନେଇଛନ୍ତି ବିଶ୍ୱର ଟପ୍ ୧୬ଟି ଟିମ୍। ଏହି ଟିମ୍ ଗୁଡିକୁ ୪ଟି ପୁଲ୍‌ରେ ବିଭକ୍ତ କରାଯାଇଛି। ପୁଲ୍ ଏ-ରେ ଅଛନ୍ତି ଅାର୍ଜେଣ୍ଟିନା, ସ୍ପେନ୍, ଫ୍ରାନ୍ସ ଓ ନ୍ୟୁଜିଲାଣ୍ଡ। ଏହି ପୁଲ୍‌ରୁ ଅଲିମ୍ପିକ୍ ଚାମ୍ପିୟନ୍ ଅାର୍ଜେଣ୍ଟିନାକୁ ହଟ୍ ଫେଭରାଇଟ୍ ବୋଲି  କୁହାଯାଉଛି। ସେହିପରି ପୁଲ୍ ବି-ରେ ଅଛନ୍ତି ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଅା,  ଇଂଲଣ୍ଡ, ଅାୟରଲାଣ୍ଡ ଏବଂ ଚାଇନା।  ବିଶ୍ୱ ରାକିଂର ନମ୍ବର ୧ ସ୍ଥାନରେ ଥିବା ଅଷ୍ଟ୍ରେଲିଅା ପାଇଁ  ଏହା […]

  • Friday, 16 July 2021
india --1
ସିଡ୍‌ନୀ ଟି-ଟ୍ୱେଣ୍ଟିକୁ ୬ ୱିକେଟରେ ଜିତିଲା ଭାରତ

ସିଡ୍‌ନୀ: ଶେଷ ଓଭରର ଅନ୍ତିମ ୪ଟି ବଲ୍‌ରୁ ବିଜୟ ପାଇଁ ମାତ୍ର ୫ ରନ୍‌ ଆବଶ୍ୟକ ଥିବାବେଳେ ତୃତୀୟ ଓ ଚତୁର୍ଥ ବଲ୍‌ରେ କ୍ରମାଗତ ଚୌକା ମାରି ଅଧିନାୟକ ବିରାଟ୍‌ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ୬ ୱିକେଟ୍‌ରେ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଆଣି ଦେଇଛନ୍ତି। ଖେଳ ଶେଷ ବେଳକୁ ଅଧିନାୟକ କୋହଲି ୬୧(୪୧ ବଲ୍‌, ୪ ଚୌକା ଓ ୨ ଛକା) ଏବଂ ଭେଟେରାନ୍‌ ଦିନେଶ କାର୍ତ୍ତିକ […]

  • Friday, 16 July 2021
mery-up
ବକ୍ସର ମେରି କମ୍‌ଙ୍କ ବିଶ୍ୱ ରେକର୍ଡ

ନୂଅାଦିଲ୍ଲୀ : ବକ୍ସର ମେରି କମ୍‌ଙ୍କ ବିଶ୍ୱରେକ଼ର୍ଡ। ପ୍ରଥମ ମହିଳା ଭାବେ ୬ଟି ବିଶ୍ୱ ଚାମ୍ପିୟନସିପ୍ ଟାଇଟଲ୍ ଜିତି ଏହି ସଫଳତା ହାସଲ କରିଛନ୍ତି ୩୫ ବର୍ଷୀୟା ମେରି କମ୍। ନୂଅାଦିଲ୍ଲୀରେ ଚାଲିଥିବା ବିଶ୍ୱ ବକ୍ସିଂ ଚାମ୍ପିୟନ୍ସିପ୍‌ର ୪୮ କିଲୋଗ୍ରାମ୍ ଫାଇନାଲରେ ମେରି ତାଙ୍କ ଠାରୁ ୧୩ ବର୍ଷ ସାନ ୟୁକ୍ରେନ୍‌ର ହେନା ଓଖୋଟାଙ୍କୁ ଏକତରଫା ଭାବେ ୫-୦ରେ ପରାସ୍ତ କରିଛନ୍ତି। ୮ ବର୍ଷ ପରେ ମେରି ବିଶ୍ୱ ଚାମ୍ପିୟନସିପ୍‌ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି।୨୦୦୧ରେ ପ୍ରଥମଥର ପାଇଁ ବିଶ୍ୱ […]

  • Friday, 16 July 2021
ausrelia
ବିଶ୍ୱକପ୍‌ ହକି ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ଅଷ୍ଟ୍ରେଲିଆ ଟିମ୍‌

ବିଶ୍ୱକପ୍‌ ହକି ପାଇଁ  ପହଞ୍ଚିଲା ଅଷ୍ଟ୍ରେଲିଆ। ଅାଜି ଦିନ ବେଳେ ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଅା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଖେଳାଳିଙ୍କୁ ସ୍ୱାଗତ ଜଣାଯାଇଥିଲା। ଅାଜି ସନ୍ଧ୍ୟାରେ ନେଦରଲାଣ୍ଡ ଓ ବେଲଜିୟମ୍ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ଗତକାଲି ରାତିରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଦୁଇ ଟିମ୍ ବିମାନବନ୍ଦରରେ ପହଞ୍ଚିବାପରେ ସେମାନଙ୍କୁ କଡା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଅାଯାଇଥିଲା। ପୂର୍ବରୁ ଆର୍ଜେଣ୍ଟିନା, ଦକ୍ଷିଣ ଆଫ୍ରିକା, ଫ୍ରାନ୍ସ, ଚୀନ ଏବଂ ସ୍ପେନ୍‌ ଭୁବନେଶ୍ୱରରେ ପହଞ୍ଚି […]

  • Friday, 16 July 2021
ind
ଅାଜି ଭାରତ-ଅଷ୍ଟ୍ରେଲିଅା ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍‌

ମେଲବୋର୍ଣ୍ଣ : ଅାଜି ଭାରତ-ଅଷ୍ଟ୍ରେଲିଅା ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍‌। ମେଲବୋର୍ଣ୍ଣରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ବିରାଟ ବାହିନୀ ପ୍ରଥମ ମ୍ୟାଚ୍ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ବ୍ରିସବେନ୍‌ରେ ହୋଇଥିବା ପ୍ରଥମ ମ୍ୟାଚ୍‌ରେ ଦଳ ଜିତୁ ଜିତୁ ହାରି ଯାଇଥିଲା। ମାତ୍ର ୪ ରନ୍‌ରେ ପରାସ୍ତ ହୋଇଥିଲା ଟିମ୍ ଇଣ୍ଡିଅା। ସେହି ମ୍ୟାଚର ଭୁଲ୍‌କୁ ଅାଜିର ମ୍ୟାଚରେ ନ ଦୋହରାଇ ସିରିଜକୁ ୧-୧ରେ ରଖିବାକୁ ଦଳ ଚେଷ୍ଟା କରିବ। ରାହୁଲଙ୍କ ଫର୍ମକୁ ନେଇ ଦଳ […]

  • Friday, 16 July 2021
india
ମହିଳା ଟି-୨୦ ବିଶ୍ୱକପ୍‌ରେ ଭାରତର ବିଜୟଧାରାରେ ରୋକ୍

ଆଣ୍ଟିଗୁଆ : ମହିଳା ଟି-୨୦ ବିଶ୍ୱକପ୍‌ରେ ଭାରତର ବିଜୟଧାରାରେ ରୋକ୍‌ ଲଗାଇଲା ଇଂଲଣ୍ଡ । ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ୍‌ରେ ପରାଜୟର ସ୍ୱାଦ ଚାଖିଛି ଭାରତୀୟ ଦଳ। ଅାଜି ଖେଳାଯାଇଥିବା ସେମିଫାଇନାଲରେ ଇଂଲଣ୍ଡ ୮ ୱିକେଟ୍‌ରେ ଭାରତକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୧୯ ଓଭର ୩ଟି ବଲରେ ୧୧୨ ରନ୍ କରି ଅଲଅାଉଟ୍ ହୋଇଥିଲା। ଜବାବରେ ଇଂଲଣ୍ଡ ୧୭ ଓଭରରେ ମାତ୍ର ୨ଟି ୱିକେଟ୍ ହରାଇ ବିଜୟ […]

  • Friday, 16 July 2021
k1
ଶେଷ ହେଲା ଓଡ଼ିଶା ଟେନିସ୍‌ ପ୍ରିମିୟର ଲିଗ୍‌

ଭୁବନେଶ୍ୱର: ଓଡ଼ିଶା ଟେନିସ୍‌ ପ୍ରିମିୟର ଲିଗ୍‌ର ଦ୍ୱିତୀୟ ସଂସ୍କରଣ ଶେଷ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଶେଷ ହୋଇଥିବା ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା କଣ୍ଟେନ୍‌ଡର୍ସ ଚାମ୍ପିଅନ୍‌ ହୋଇଛି। ଚାମ୍ପିଅନ୍‌ ଦଳକୁ ୨ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି।  ସେହିପରି ରନର୍ସ ଅପ ଦଳକୁ ୧ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ଏହି ପ୍ରମିୟର ଲିଗ୍‌ରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇ ଟ୍ରଫି ପ୍ରଦାନ କରିଥିଲେ। ନୀଳାଚଳ ଟେନିସ୍‌ ଏକାଡେମୀ […]

  • Friday, 16 July 2021
ranji
ଓଡ଼ିଶା-ଆସାମ ରଣଜୀ ମୁକାବିଲା

ଗୌହାଟୀ  : ଗୌହାଟୀ ରଣଜୀରେ ଘରୋଇ ଅାସାମକୁ ୯ ଓ୍ୱିକେଟରେ ହରାଇଲା ଓଡ଼ିଶା। ଜିତିବା ପାଇଁ ଆବଶ୍ୟକ ଥିବା ୧୪ ରନ୍ ଟାର୍ଗେଟକୁ ଗୋଟିଏ ଓ୍ୱିକେଟ ହରାଇ ହାସଲ କରି ନେଇଥିଲା ବିପ୍ଲବ ସାମନ୍ତରାୟଙ୍କ ଟିମ୍। ଚଳିତ ସିଜନରେ ଓଡିଶାର ଏହା ପ୍ରଥମ ବିଜୟ। ଏହି ବିଜୟ ସହ ଦଳକୁ ୬ ପଏଣ୍ଟ ମିଳିଛି। ପୂର୍ବରୁ ଅାସାମ ଅାଜି ୪ ଓ୍ୱିକେଟରେ ୬୦ ରନ୍‌ରୁ ଖେଳ ଅାରମ୍ଭ କରି ୧୩୨ ରନ୍‌ରେ ଅଲ୍ ଅାଉଟ୍ ହୋଇଯାଇଥିଲା। ପ୍ରଥମ […]

  • Friday, 16 July 2021
france 3
ବିଶ୍ୱକପ୍‌ ହକି : ଭୁବନେଶ୍ୱରରେ ପହଞ୍ଚିଲା ଫ୍ରାନ୍ସ ଟିମ୍

ଭୁବନେଶ୍ୱର : ବିଶ୍ୱକପ୍‌ ହକି ପାଇଁ ଗୋଟିଏ ପରେ ଗୋଟିଏ ବିଦେଶୀ ଟିମ୍ ଭୁବନେଶ୍ୱରରେ ପହଞ୍ଚିବାରେ ଲାଗିଛନ୍ତି। ଅାଜି ତୃତୀୟ ଟିମ୍‌ ଭାବେ ଫ୍ରାନ୍ସ ଦଳ ଅାସି ଭୁବନେଶ୍ୱରରେ ପହଞ୍ଛିଛି। ଭୁବନେଶ୍ୱର ବିମାନ ବନ୍ଦରରେ ଫ୍ରାନ୍ସ ଦଳକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେହିପରି ଅାଜି ସନ୍ଧ୍ୟାରେ ମଧ୍ୟ ଚୀନ ଦଳ ଅାସି ପହଞ୍ଚିବ। ଗତକାଲି ପ୍ରଥମେ ଅାର୍ଜେଣ୍ଟିନା ଓ ପରେ ଦକ୍ଷିଣ ଅାଫ୍ରିକା ଟିମ୍ ଭୁବନେଶ୍ୱରରେ ପହଞ୍ଚିଥିଲେ।

  • Friday, 16 July 2021