• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

uron-man2
ଓଡ଼ିଶାର ସୌଭାଗ୍ୟ କୁମାର ରଥ ବନିଲେ 'ଆଇରନ୍ ମ୍ୟାନ୍'

ଭୁବନେଶ୍ୱର : ଶ୍ରୀଲଙ୍କାରେ ଆୟୋଜିତ ଅନ୍ତର୍ଜାତୀୟ ଆଇରନ ମ୍ୟାନ କାର୍ଯ୍ୟକ୍ରମରେ ଓଡିଆ ଯୁବକଙ୍କ ସଫଳତା। ନୟାଗଡ଼ର ସୌଭାଗ୍ୟ କୁମାର ରଥଙ୍କୁ ମିଳିଛି ଏହି ସଫଳତା। ‘ଆଇରନ୍‌ ମ୍ୟାନ୍‌ ୭୦.୩’ କୁ ସଫଳ ଭାବରେ ସମ୍ପୂର୍ଣ୍ଣ କରି ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି ସୌଭାଗ୍ୟ। ପ୍ରଥମ ଥର ଲାଗି ଓଡ଼ିଶାରେ ହିଁ ପ୍ରଶିକ୍ଷଣ ପାଇ ଏପରି ଆଇରନ୍‌ ମ୍ୟାନ୍‌ ଉପାଧି ହାସଲ କରିବାରେ ସମର୍ଥ ହୋଇଛନ୍ତି ସୌଭାଗ୍ୟ। ପ୍ରଥମେ ୨ କିଲୋମିଟର ସୁଇମିଂ ,ତାପରେ ୯୦ କିଲୋମିଟର ସାଇକେଲିଂ ଓ […]

  • Friday, 16 July 2021
i1
ଆଇପିଏଲ୍‌ରେ ଆଜି ହେବ ଫାଇନାଲ୍‌ ଫାଇଟ୍‌

ନୂଆଦିଲ୍ଲୀ: ଆଇପିଏଲ୍‌ରେ ଆଜି ହେବ ଫାଇନାଲ୍‌ ଫାଇଟ୍‌। ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱି ଚେନ୍ନାଇ ସୁପର୍‌ କିଙ୍ଗସ୍‌ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ଟାଇଟଲ ଟକ୍କର। ହାଇଦ୍ରାବାଦରେ ଏହି ଫାଇନାଲ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ୍‌ ଚେନ୍ନାଇ ସୁପର କିଙ୍ଗସ୍‌ ପୁଣିଥରେ ଟାଇଟଲ ବଜାୟ ରଖିବାକୁ ଚେଷ୍ଟା କରିବ। ଧୋନୀ ନେତୃତ୍ୱାଧିନ ଚେନ୍ନାଇ କ୍ୱାଲିଫାୟର ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ଟାଇଟଲ ଦାବିଦାର ରହିଛି। ଚେନ୍ନାଇ ସୁପର୍‌ କିଙ୍ଗସ୍‌ ଫାଇନାଲରେ ବେଶ ଭଲ ପ୍ରଦର୍ଶନ କରିଆସିଛି। ଅନ୍ୟପଟେ […]

  • Friday, 16 July 2021
cricket
ପ୍ରଥମ ଟି-୨୦ରେ ଅଷ୍ଟ୍ରେଲିଆ ଠାରୁ ହାରିଲା ଭାରତ

ବିଶାଖାପାଟଣା : ବିଶାଖାପାଟଣା ଟି-୨୦ରେ ଅଷ୍ଟ୍ରେଲିଆ ଠାରୁ ହାରିଲା ଭାରତ। ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତକୁ ୭ ୱିକେଟ୍‌ରେ ପରାସ୍ତ କରି ଦୁଇମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଛି ଅଷ୍ଟ୍ରେଲିଆ । ୱାଇଏସ୍ ରାଜଶେଖର ରେଡ୍ଡି ଏସିଏ-ଭିଡିସିଏ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଲୋ’ ସ୍କୋରିଂ ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୨୬ ରନ୍ କରିବାକୁ ସମର୍ଥ ହୋଇଥିଲା। ଟିମ୍ ଇଣ୍ଡିଆ ଦ୍ରୁତ ଆରମ୍ଭ କରିଥିଲା, […]

  • Friday, 16 July 2021
ind
ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-ଟ୍ୱେଣ୍ଟି

ବିଶାଖାପଟନମ୍‌ : ଆସନ୍ତାକାଲିଠୁ ଆରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦୁଇ ଟିକିଆ ଟି-ଟ୍ୱେଣ୍ଟି ସିରିଜ୍‌ର ପ୍ରଥମ ମ୍ୟାଚ୍‌। ଆନ୍ଧ୍ର ପ୍ରଦେଶର ଭାଇଜାଗ୍‌ରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଭାରତୀୟ ଟିମ୍ ଭାଇଜାଗ୍‌ରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିସାରିଛି। ଦ୍ୱିତୀୟ ଟି-ଟ୍ୱେଣ୍ଟି ବେଙ୍ଗାଲୁରରେ ଆୟୋଜିତ ହେବ। ଟି-ଟ୍ୱେଣ୍ଟି ସିରିଜ୍‌ ପରେ ଭାରତ, ଅଷ୍ଟ୍ରେଲିଆ ମଧ୍ୟରେ ୫ ଟି ଦିନିକିଆ ଖେଳାଯିବ। ସେପଟେ ପୁଲୱାମା ଆକ୍ରମଣ ଘଟଣାକୁ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ନିନ୍ଦା କରିଛନ୍ତି। ଏ ସମ୍ପର୍କରେ […]

  • Friday, 16 July 2021
6
କ୍ୱାଲିଫାୟର ରାଉଣ୍ଡକୁ ପ୍ରବେଶ କଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ: ଆଇପିଏଲ୍-୨୦୧୯ର କ୍ୱାଲିଫାୟରରେ ଦିଲ୍ଲୀ କ୍ୟାପିଟାଲ୍ସ। ଏଲିମିନେଟର ମୁକାବିଲାରେ ସନ ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି କ୍ୱାଲିଫାୟର ରାଉଣ୍ଡକୁ ପ୍ରବେଶ କରିଛି ଦିଲ୍ଲୀ। ପୃଥ୍ୱୀ ସ ଓ ଋଷଭ ପନ୍ତଙ୍କ ଦମଦାର ବ୍ୟାଟିଂରେ ଦିଲ୍ଲୀ ଏହି ରାଉଣ୍ଡକୁ ପ୍ରବେଶ କରିଛି। ଆସନ୍ତାକାଲି ଚେନ୍ନାଇ ବିପକ୍ଷରେ ଖେଳି ଫାଇନାଲକୁ ଯିବା ପାଇଁ ଦିଲ୍ଲୀ ଚେଷ୍ଟା କରିବ। ଗତକାଲି ଖେଳାଯାଇଥିବା ମ୍ୟାଚ୍‌ରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୮ ଓ୍ୱିକେଟ୍‌ ହରାଇ ୧୬୨ ରନ୍ କରିଥିଲା। ଦଳ ପକ୍ଷରୁ ମାର୍ଟିନ […]

  • Friday, 16 July 2021
india-new zeland
ଅନ୍ତିମ ଟି-୨୦ ମ୍ୟାଚ୍‌ରେ ହାରିଲା ଭାରତ

ହାମିଲ୍‌ଟନ୍‌ : ଶେଷ ବଲ୍ ପର୍ଯ୍ୟନ୍ତ ସଂଘର୍ଷ ସତ୍ତ୍ୱେ ରୋମାଞ୍ଚକର ହାମିଲଟନ ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆ ପରାସ୍ତ। ଏହି ମ୍ୟାଚ୍‌ରେ ୪ ରନ୍‌ରେ ବିଜୟୀ ହୋଇଛି ନ୍ୟୁଜିଲାଣ୍ଡ। ଏହା ସହିତ କିଓ୍ୱି ଟିମ୍ ୨-୧ରେ ଟି-ଟ୍ୱେଣ୍ଟି ସିରିଜ୍‌ ମଧ୍ୟ ଜିତି ନେଇଛି। ଆଜି ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ଓ୍ୱିକେଟ୍‌ ହରାଇ କରିଥିଲା ୨୧୨ ରନ୍। ୨୧୩ ରନ୍ ବିଜୟ ଲକ୍ଷ୍ୟର ପିଛା କରି ଟିମ୍ ଇଣ୍ଡିଆ ମଧ୍ୟ […]

  • Friday, 16 July 2021
india win
ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ଜିତିଲା ଭାରତ

ଅକ୍‌ଲାଣ୍ଡ : ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ଜିତିଲା ଭାରତ। ଆଜି ଅକ୍‌ଲାଣ୍ଡରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ। ଏହି ବିଜୟ ଫଳରେ ୩ଟିକିଆ ସିରିଜ୍‌କୁ ଭାରତ ୧-୧ରେ ବରାବର କରିଛି।  ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୧୫୮ ରନ୍‌ କରିଥିଲା। ଜବାବରେ ୩ ୱିକେଟ୍‌ ହରାଇ ଏହି ବିଜୟ ଲକ୍ଷ୍ୟ ହାସଲ କରିଥିଲା ଭାରତ।  

  • Friday, 16 July 2021
12
ଆଜି ଆଇପିଏଲ୍‌ରେ ସାମ୍ନାସାମ୍ନି ହେବେ ଦିଲ୍ଲୀ-ହାଇଦ୍ରାବାଦ

ନୂଆଦିଲ୍ଲୀ: ଆଇପିଏଲ୍‌ର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସାମ୍ନାସାମ୍ନି ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ। ଏଲିମିନେଟର୍ ପର୍ଯ୍ୟାୟରେ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦର୍ଶକ ଦେଖିବାକୁ ପାଇବେ। ଆଜି ସନ୍ଧ୍ୟା ସାଢ଼େ ୭ଟାରେ ବିଶାଖାପଟଣାରେ ଏହି ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ଯିଏ ଜିତିବ ସେ ଫାଇନାଲ ଖେଳିବା ଲାଗି ଆଉ ପାଦେ ଆଗକୁ ବଢ଼ିବ ଏବଂ ପରାଜିତ ଦଳ ଆଇପିଏଲ୍‌ ଅଭିଯାନରୁ ବାଦ୍ ପଡ଼ିବ। ଆଉ ଏଥିପାଇଁ ମ୍ୟାଚ୍‌ ଜିତି କ୍ୱାଲିଫାୟର […]

  • Friday, 16 July 2021
india
କାଲି ଠାରୁ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍‌

ୱେଲିଂଟନ୍‌ : ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍‌ ବିଜୟ ପରେ ଏବେ ଟିମ୍ ଇଣ୍ଡିଆର ଟି-୨୦ ସିରିଜ୍‌ ଉପରେ ନଜର। ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ଏଇ ୩ ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ୱେଲିଂଟନ୍‌ରେ ଖେଳାଯିବ।ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଭାରତ। ଶିଖର ଧାୱନଙ୍କ ସହ ସେ ଇନିଂସ୍‌ ଓପନିଂ କରିବେ। ସେପଟେ ଦିନିକିଆ ସିରିଜ୍‌ର ପ୍ରତିଶୋଧ ନେବା ଲକ୍ଷ୍ୟରେ କିଓ୍ୱି ଦଳ। ଘରୋଇ ପରିବେଶରେ ଭାରତକୁ ପରାସ୍ତ […]

  • Friday, 16 July 2021
india-win
ଟିମ୍‌ ଇଣ୍ଡିଆର ରୋମାଞ୍ଚକର ବିଜୟ

ୱେଲିଂଟନ : ୱେଲିଂଟନ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ରୋମାଞ୍ଚକର ବିଜୟ। ନ୍ୟୁଜିଲାଣ୍ଡକୁ ୩୫ ରନ୍‌ରେ ହରାଇଲା ଭାରତ। ପ୍ରତିଦ୍ୱନ୍ଦୀତା ପୂର୍ଣ୍ଣ ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୫୨ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଜବାବରେ କିୱି ଟିମ୍ ୪୪.୧ ଓଭରରେ ୨୧୭ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା। ୱେଲିଂଟନରେ ବିଜୟ ସହ ଟିମ୍‌ ଇଣ୍ଡିଆ ୪-୧ରେ ସିରିଜ କବଜା କରିଛି।   ଭାରତ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ଟିମ୍ ହାମିଲଟନରେ ମ୍ୟାଚ୍‌ ହାତେଇଥିଲା। ପ୍ରଥମେ […]

  • Friday, 16 July 2021
india
ନ୍ୟୁଜିଲାଣ୍ଡକୁ ହରାଇ ଭାରତର ଓ୍ୱାନ୍ ଡେ’ ସିରିଜ୍ ବିଜୟ

ମାଉଣ୍ଟ ମାଙ୍ଗାନୁଇ : ନ୍ୟୁଜିଲାଣ୍ଡ ବିପକ୍ଷ ଓ୍ୱାନ୍ ଡେ ସିରିଜ୍‌କୁ ୩-୦ରେ ଆଗୁଆ କବ୍‌ଜା କଲା ଟିମ୍ ଇଣ୍ଡିଆ।  ୧୦ ବର୍ଷ ମଧ୍ୟରେ ଏହା ହେଉଛି ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପ୍ରଥମ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‌ ବିଜୟ। ବେ-ଓଭାଲରେ ଖେଳା ଯାଇଥିବା ତୃତୀୟ ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ। ୨୪୩ ରନ୍‌ରେ ଅଲ୍ଆଉଟ ହୋଇ ଯାଇଥିଲା। ଜବାବରେ ରୋହିତ ଶର୍ମା ଓ କ୍ୟାପଟେନ୍ କୋହଲି ଅର୍ଦ୍ଧଶତକ ସହ ସ୍କୋରକୁ ବିଜୟ ପାଖାପାଖି ନେଇଥିଲେ। ଅମ୍ବାତି […]

  • Friday, 16 July 2021
saina
ଇଣ୍ଡୋନେସିଆ ମାଷ୍ଟର୍ସ ; ଚାମ୍ପିୟନ ହେଲେ ସାଇନା

ଜାକର୍ତ୍ତା : ବର୍ଷ ଆରମ୍ଭରୁ ସଟଲର ସାଇନା ନେହଓ୍ୱାଲଙ୍କୁ ସଫଳତା। ଇଣ୍ଡୋନେସିଆ ମାଷ୍ଟର୍ସ ୨୦୧୯ ଟାଇଟଲ ହାସଲ କରିଛନ୍ତି ସାଇନା। ଫାଇନାଲରେ ସ୍ପେନର କାରୋଲିନା ମାରିନ ଓହରିଯିବା ପରେ ଚାମ୍ପିୟନ ହୋଇଛନ୍ତି ସାଇନା। ଫାଇନାଲ ମ୍ୟାଚ୍‌ ଚାଲିଥିବା ବେଳେ ମାତ୍ର ୧୦ ମିନିଟ୍‌ର ଟକ୍କର ପରେ ଅଚାନକ ଆହତ ହୋଇପଡ଼ିଥିଲେ ସ୍ପେନର ଷ୍ଟାର୍‌ ଖେଳାଳି କାରୋଲିନା।    କାରୋଲିନାଙ୍କ ଗୋଡ଼ରେ ଆଘାତ ଲାଗିବାରୁ ଅଧାରୁ ମ୍ୟାଚ୍‌ ଛାଡ଼ି ଦେଇଥିଲେ କାରୋଲିନା। ମ୍ୟାଚ୍‌ର ପ୍ରଥମ ଗେମ୍‌ରେ ୧୦-୪ ଆଗରେ ରହିଥିଲେ। […]

  • Friday, 16 July 2021
india
ନ୍ୟୁଜିଲାଣ୍ଡକୁ ୯୦ ରନ୍‌ରେ ହରାଇଲା ଟିମ୍ ଇଣ୍ଡିଆ

ମାଉଣ୍ଟ ମାଙ୍ଗାନୁଇ : ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତର ଦମଦାର ବିଜୟ। ନ୍ୟୁଜିଲାଣ୍ଡକୁ ୯୦ ରନ୍‌ରେ ହରାଇଲା ଟିମ୍ ଇଣ୍ଡିଆ। ୩୨୫ରନ୍‌ର ଟାର୍ଗେଟ ଦେଇଥିବା ଭାରତ ନ୍ୟୁଜିଲାଣ୍ଡକୁ ୨୩୪ରେ ଅଲଆଉଟ କରିଛି। ଫଳରେ ୫ ଟିକିଆ ଦିନିକିଆ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ହାସଲ କରିଛି। ବଡ଼ ଟାର୍ଗେଟକୁ ପିଛା କରୁଥିବା କିଓ୍ୱି ଟିମ୍ ନିୟମିତ ବ୍ୟବଧାନରେ ଓ୍ୱିକେଟ ହରାଇ ଚାଲିଥିଲା। ପୁଣି ଥରେ ଚାଇନାମ୍ୟାନ ବୋଲର କୁଳଦୀପ ଯାଦବଙ୍କ ସ୍ପିନ ଜାଲରେ ଫସିଥିଲେ କିଓ୍ୱି […]

  • Friday, 16 July 2021
t1
ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-ଟ୍ୱେଣ୍ଟି

ନୂଆଦିଲ୍ଲୀ: ଆଜିଠୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦୁଇଟିକିଆ ଟି-୨୦ ସିରିଜ୍‌ ଆରମ୍ଭ ହେଉଛି। ଆନ୍ଧ୍ର ପ୍ରଦେଶର ଭାଇଜାଗ୍‌ରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଭାରତୀୟ ଟିମ୍ ଭାଇଜାଗ୍‌ରେ ପହଞ୍ଚି ଜୋର୍‌ଦାର୍‌ ଅଭ୍ୟାସ କରିଛନ୍ତି। ସିରିଜର ଦ୍ୱିତୀୟ ଟି-୨୦ ବେଙ୍ଗାଲୁରୁରେ ଖେଳାଯିବ। ଏହାସହ ଉଭୟ ଦଳ ମଧ୍ୟରେ ୫ଟି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳାଯିବ। ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଉଭୟ ଟିମ୍ ଲକ୍ଷ୍ୟ ରଖିଛନ୍ତି।

  • Friday, 16 July 2021
cricket
ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌

ଆଡିଲେଡ : ଆସନ୍ତାକାଲି ଆଡିଲେଡରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ। ଏହି ମ୍ୟାଚ୍ ଜିତି ଭାରତ ସିରିଜକୁ ବରାବର କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପରାଜୟର ପ୍ରତିଶୋଧ ନେବା ଅପେକ୍ଷାରେ ରହିଛି। ପ୍ରଥମ ଦିନିକିଆରେ ୩୪ ରନ୍‌ରେ ପରାସ୍ତ ହୋଇଥିବା ଟିମ୍ ଇଣ୍ଡିଆ ସିରିଜ୍‌ ପରାଜୟରୁ ବର୍ତ୍ତିବାକୁ ହେଲେ ଏହି ମ୍ୟାଚ୍‌କୁ ଜିତିବାକୁ ହେବ। ଭାରତୀୟ ଚୂଡାନ୍ତ ଏକାଦଶରେ ୨ଟି ପରିବର୍ତ୍ତନ ହେବା ଯଥେଷ୍ଟ ସମ୍ଭାବନା ରହିଛି। ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଯଜୁବେନ୍ଦ୍ର […]

  • Friday, 16 July 2021
te
ଉତ୍କଳ ଓପନ ଟେବୁଲ ଟେନିସ ଉଦ୍‌ଘାଟିତ

ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଟେନିସ୍ କମ୍ପ୍ଲେକ୍ସରେ ଆରମ୍ଭ ହୋଇଛି ଅଲ୍ ଓଡ଼ିଶା ଉତ୍କଳ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ। ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁରେଶ ମହାପାତ୍ର, ମଧୁସୂଦନ ପାଢୀ ଅତିଥିଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ୮ଟି ଗ୍ରୁପରେ ୪ଶହ ପ୍ରତିଯୋଗୀ ଭାଗ ନେଉଛନ୍ତି। ୧୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୨ ଲକ୍ଷ ଟଙ୍କା ପୁରସ୍କାର ରଖାଯାଇଛି।

  • Friday, 16 July 2021
utkal
୧୧ରୁ କଳିଙ୍ଗ ଷ୍ଟାଡିୟମରେ ଉତ୍କଳ ଓପନ ଟେନିସ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର : ଆସନ୍ତା ୧୧ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହେବ ଷଷ୍ଠ ଅଲ୍‌ ଓଡ଼ିଶା ଉତ୍କଳ ଓପନ ଟେନିସ ଟୁର୍ଣ୍ଣାମେଣ୍ଟ। ଟେନିସ ଫର୍‌ ଫେଣ୍ଟ୍ରସିପ୍ ଆଣ୍ଡ ଫନ୍ ସ୍ଲୋଗାନରେ ୮ଟି ଇଭେଣ୍ଟରେ ପ୍ରତିଯୋଗିତା ହେବ। ସାରା ଓଡ଼ିଶାରୁ  ପ୍ରାୟ ୪୫୦ଜଣ ପ୍ରତିଯୋଗୀ ଭାଗ ନେବେ। ଟୁର୍ଣ୍ଣାମେଣ୍ଟର ପୁରସ୍କାର ରାଶି ୨ଲକ୍ଷ ଟଙ୍କା ରହିଛି। ୧୩ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହେବ। ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ ଏ.ସି.ଇ ଟେନିସ କ୍ଲବ୍‌ ପକ୍ଷରୁ ଏହି ସୂଚନା […]

  • Friday, 16 July 2021
test
ସିଡ୍‌ନୀ ଟେଷ୍ଟରେ ଭାରତର ଦୃଢ ବ୍ୟାଟିଂ , ପ୍ରଥମ ଦିନରେ ଭାରତର ସ୍କୋର ୩୦୩/୪

ସିଡ୍‌ନୀ : ସିଡ୍‌ନୀରେ ଚେତେଶ୍ୱର ପୂଜାରାଙ୍କ ଦମଦାର ଇଂନିସ। ପୂଜାରାଙ୍କ ଶତକ ବଳରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୪ ଓ୍ୱିକେଟ ହରାଇ ୩୦୩ ରନ କରିଛି। ବର୍ଡର-ଗାଭାସ୍କର ସିରିଜରେ ପୂଜାରାଙ୍କ ଏହା ତୃତୀୟ ଶତକ ହୋଇଥିବା ବେଳେ କ୍ୟାରିଅରର ୧୮ ତମ ଶତକ। ସେ୧୩୦ ରନ କରି ଅପରାଜିତ ଅଛନ୍ତି। ତେବେ କ୍ରମାଗତ ଦ୍ୱିତୀୟ ମ୍ୟାଚ୍‌ରେ ଚମକିଛନ୍ତି ଓପନର୍ ମୟଙ୍କ ଅଗ୍ରଓ୍ୱାଲ। ମୟଙ୍କ ଲଗାତର ଦ୍ୱିତୀୟ […]

  • Friday, 16 July 2021
athletic
କଟକରେ ରାଜ୍ୟ ଆଥଲେଟିକ୍ ମିଟ୍ ଉଦ୍‌ଯାପିତ

କଟକ : କଟକରେ ଉଦ୍‌ଯାପିତ ହୋଇଯାଇଛି ରାଜ୍ୟ ଆଥଲେଟିକ୍ ମିଟ୍। ବାରବାଟୀ ଷ୍ଟାଡିୟମରେ ଚାଲିଥିବା ୬୬ତମ ରାଜ୍ୟ ଆଥଲେଟିକ୍ ମିଟ୍‌ରେ କଟକ ଦଳଗତ ଚାଂପିଅନ୍ ହୋଇଥିବାବେଳେ ସୁନ୍ଦରଗଡ଼ ରନର୍ସଅପ୍ ହୋଇଛି। ବେଷ୍ଟ ଆଥଲେଟ୍ ବିବେଚିତ ହୋଇଛନ୍ତି ଅଲମ୍ପିଆନ୍ ଦୂତୀ ଚାନ୍ଦ। ୩ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ୧୫୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ଉଦ୍‌ଯାପନୀ ଉତ୍ସବରେ ପୁଲିସ୍ କମିଶନର ସତ୍ୟଜିତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ।

  • Friday, 16 July 2021
cricket
ମେଲବୋର୍ଣ୍ଣ ଟେଷ୍ଟ : ଅଷ୍ଟ୍ରେଲିଆ ଆଗରେ ୩୯୯ ରନ୍ ବିଜୟ ଲକ୍ଷ୍ୟ

ମେଲବୋର୍ଣ୍ଣ  : ମେଲବୋର୍ଣ୍ଣ ଟେଷ୍ଟରେ ବିଜୟ ଦ୍ୱାର ଦେଶରେ ଭାରତ। ବିଜୟ ପାଇଁ ଟିମ୍‌ ଇଣ୍ଡିଆକୁ ଦରକାର ଆଉ ମାତ୍ର ୨ ୱିକେଟ୍‌। ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଆଜି ଅଷ୍ଟ୍ରେଲିଆ ୮ ୱିକେଟ୍‌ ହରାଇ କରିଛି ୨୫୮ ରନ୍। ପ୍ରଥମ ଇନିଂସ୍‌ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ କଙ୍ଗାରୁ ଟିମ୍ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଆଜି ଚତୁର୍ଥ ଦିନରେ ଭାରତ ଦ୍ୱିତୀୟ ଇନିଂସରେ ୧୦୬ ରନ୍ କରି ପାଳି ଘୋଷଣା କରିଥିଲା। ଟିମ୍‌ […]

  • Friday, 16 July 2021
sunita
ବିବାହ ବନ୍ଧନରେ ଆବଦ୍ଧ ହେଲେ ସୁନୀତା ଲାକ୍ରା

ରାଉରକେଲା : ବିବାହ ବନ୍ଧନରେ ଆବଦ୍ଧ ହେଲେ ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ସୁନୀତା ଲାକ୍ରା। ଟିମ୍ ଇଣ୍ଡିଆର ଏହି ଡିଫେଣ୍ଡର ଓଡ଼ିଶା ପୁଲିସରେ କାମ କରୁଥିବା ଦୀପକ ଲାକ୍ରାଙ୍କୁ ବିବାହ କରିଛନ୍ତି। ଦୀପିକଙ୍କ ଘର ସୁନ୍ଦରଗଡ ଜିଲ୍ଲା ସବଡେଗାର କିରାଲଗା ଗାଁରେ। ସୁନୀତାଙ୍କ ନିଜ ଗାଁ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ କେଶରମାଲ ସ୍ଥିତ ଚର୍ଚ୍ଚରେ ଆଜି ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ୨୭ ବର୍ଷୀୟା ସୁନୀତା ଗତ କିଛି ବର୍ଷ ହେବ ଭାରତୀୟ […]

  • Friday, 16 July 2021
perth
ଭାରତ-ଅଷ୍ଟ୍ରେଲିଆ ପର୍ଥ ଟେଷ୍ଟ ; ପରାଜୟ ଦ୍ୱାରରେ ଟିମ୍ ଇଣ୍ଡିଆ

ପର୍ଥ  : ପର୍ଥ ଟେଷ୍ଟରେ ୨୮୭ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ। ଅଷ୍ଟ୍ରେଲିଆ ଦେଇଥିବା ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ଦଳ ଚତୁର୍ଥ ଦିନ ଖେଳ ସୁଦ୍ଧା ୫ ଓ୍ୱିକେଟ ହରାଇ ୧୧୨ ରନ କରିଛି। ଆଜି ପୁଣି ଥରେ ଭାରତୀୟ ବ୍ୟାଟ୍‌ସମ୍ୟାନ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ। ଭାରତକୁ ଏହି ମ୍ୟାଚ୍‌ ଜିତିବାକୁ ହେଲେ ଆହୁରି ୧୭୫ରନ ସଂଗ୍ରହ କରିବାକୁ ପଡିବ। ଦୁଇ ଯୁବ ବ୍ୟାଟ୍‌ସମ୍ୟାନ […]

  • Friday, 16 July 2021
kk
ହକି ବିଶ୍ୱକପ୍‌ : ବେଲଜିୟମ ଚାମ୍ପିଅନ୍‌

ଭୁବନେଶ୍ୱର :  ବେଲଜିୟମ୍ ହକି ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି। ସଂଘର୍ଷ ପୂର୍ଣ୍ଣ ଫାଇନାଲ୍ ମ୍ୟାଚରେ ନେଦରଲାଣ୍ଡସ୍‌କୁ ପେନାଲ୍‌ଟି ସୁଟ୍ ଆଉଟରେ ପରାସ୍ତ କରି ଇତିହାସ ରଚିଛି ବେଲଜିୟମ୍। ପ୍ରଥମ ଥର ପାଇଁ ବିଶ୍ୱକପ୍ ହକି ଫାଇନାଲରେ ପ୍ରବେଶ କରିଥିବା ବେଲ୍‌ଜିୟମ୍ ଶେଷରେ ସମସ୍ତ ଦେଶକୁ ପଛରେ ପକାଇ ଚାମ୍ପିଅନ୍ ହୋଇଛି। ଆରମ୍ଭରୁ ହିଁ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ନିର୍ଦ୍ଧାରିତ ସମୟରେ କେହି କାହାରିକୁ ଗୋଲ୍ ଦେଇନପାରିବାରୁ ପେନାଲ୍‌ଟି ସୁଟ୍ ଆଉଟର ସହାୟତା ନିଆଯାଇଥିଲା।

  • Friday, 16 July 2021
sachin ---2
ଭୁବନେଶ୍ୱରରେ କ୍ରିକେଟ୍ ଲିଜେଣ୍ଡ ସଚିନ୍ ତେନ୍ଦୁଲକର

ଭୁବନେଶ୍ୱର : ଭୁବନେଶ୍ୱରରେ କ୍ରିକେଟ୍ ଲିଜେଣ୍ଡ ସଚିନ୍ ତେନ୍ଦୁଲକର। ହକି ବିଶ୍ୱକପ୍‌ର ଫାଇନାଲ ମ୍ୟାଚ ଦେଖିବାକୁ ଭୁବନେଶ୍ୱରରେ କିଛି ସମୟ ତଳେ ପହଞ୍ଚିଛନ୍ତି ତେନ୍ଦୁଲକର। ସେ କଳିଙ୍ଗ ଷ୍ଟାଡିୟମ୍‌ରେ ଫାଇନାଲ ମ୍ୟାଚ୍‌ ଦେଖିବେ। କିଛି ସମୟ ପରେ ହେବାକୁ ଥିବା ଫାଇନାଲରେ ଦୁଇ ଶକ୍ତିଶାଳୀ ଟିମ୍ ବେଲଜିୟମ ଓ ନେଦଲାରଣ୍ଡ୍ ମଧ୍ୟରେ ମୁକାବିଲା ହେବ। ନେଦରଲ୍ୟାଣ୍ଡ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲକୁ ଯାଇଥିବା ବେଳେ ବେଲଜିୟମ୍ ଇଂଲଣ୍ଡକୁ ହରାଇ ଫାଇନାଲକୁ ଆସିଛି।

  • Friday, 16 July 2021
hc
ଆଜି କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍ ଫାଇନାଲ ମୁକାବିଲା

ଭୁବନେଶ୍ୱର : ଆଜି କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍ ଫାଇନାଲ ମୁକାବିଲା ହେବ। ଏହି ମହା ମୁକାବିଲାରେ ବେଲଜିୟମକୁ ଟକ୍କର ଦେବ ନେଦରଲାଣ୍ଡସ। ସେହିପରି ଆଜି ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ମଧ୍ୟ ଲଢେଇ ହେବ। ସେମିରେ ହାରିଥିବା ଦୁଇ ଦଳ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପରସ୍ପରକୁ ଭେଟିବେ। ଗତକାଲି ନେଦରଲାଣ୍ଡସ ଏକ କଡ଼ା ମୁକାବିଲାପୂର୍ଣ୍ଣ ମ୍ୟାଚ୍‌ରେ ଶକ୍ତିଶାଳି ଅଷ୍ଟ୍ରେଲିଆକୁ ହରାଇ ଫାଇନାଲକୁ ଉନ୍ନୀତ ହୋଇଛି। ନିର୍ଦ୍ଦିଷ୍ଟ ସମୟ ଅବଧିରେ ଉଭୟ ଟିମ୍ ପରସ୍ପରକୁ ଦୁଇଟି […]

  • Friday, 16 July 2021