• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

smith
ପଡ଼ିଆକୁ ଫେରିଲେ ସ୍ମିଥ୍

ସିଡ୍‌ନୀ : ବଲ ଟାମ୍ପରିଂ ମାମଲାରେ ଅଷ୍ଟ୍ରେଲିଆ ଦଳରୁ ବାଦ ପଡିବା ପରେ କ୍ରିକେଟ ଠାରୁ ଦୂରେଇ ରହିଥିବା ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ୍ ପଡିଆକୁ ଫେରିଛନ୍ତି।  ଆଇପିଏଲ୍‌ ସିଜନ -୨୦୧୯ରେ ଖେଳିବା ଲାଗି ସେ ରାଜସ୍ଥାନ ରୟାଲ୍‌ସର ଶିବରରେ ସାମିଲ ହୋଇଛନ୍ତି। ଆଗକୁ ବିଶ୍ୱକପ ଥିବାବେଳେ ଆଇପିଏଲରେ ଉତ୍ତମ ପ୍ରଦର୍ଶନ କରି ସେ ଅଷ୍ଟ୍ରେଲିଆ ଟିମ୍‌ରେ ସ୍ଥାନ ପାଇବା ଲାଗି ନଜର ରଖିଥିବା ଚର୍ଚ୍ଚା ହେଉଛି। ସେପଟେ ଷ୍ଟିଭ ସ୍ମିଥଙ୍କ ଠାରୁ ରାଜସ୍ତାନ ରୟାଲ୍‌ସ ଭଲ […]

  • Friday, 16 July 2021
match
ଆଜି ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ର ନିର୍ଣ୍ଣାୟକ ମ୍ୟାଚ୍‌

ନୂଆଦିଲ୍ଲୀ :  ଆଜି ଦିଲ୍ଲୀର ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଖେଳାଯିବ ଭାରତ- ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ର ୫ମ ତଥା ଶେଷ ନିର୍ଣ୍ଣାୟକ ମ୍ୟାଚ୍‌। ବଡ଼ ସ୍କୋର କରିବା ସତ୍ତ୍ୱେ ମୋହାଲି ମୁକାବିଲାରେ ଭାରତର ପରାଜୟ ଟିମ୍ ପାଇଁ ଚାପ ସୃଷ୍ଟି କରିଛି। ସେପଟେ ଲଗାତାର ଦୁଇଟି ମ୍ୟାଚ୍‌ ଜିତି ଦୃଢ ମନୋବଳରେ ରହିଛି କଙ୍ଗାରୁ ବାହିନୀ ହାଇଦ୍ରାବାଦ ଓ ନାଗପୁର ଦିନିକିଆରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ତେବେ ରାଞ୍ଚି ଓ ମୋହାଲି ଦିନିକିଆରେ ଅଷ୍ଟ୍ରେଲିଆ […]

  • Friday, 16 July 2021
Hockey Men’s World Cup 2018
ବିଶ୍ୱକପ୍ ପୁରୁଷ ହକି ପାଇଁ କାର୍ଯ୍ୟସୂଚୀ ପ୍ରକାଶ

ଭୁବନେଶ୍ୱର: ଚଳିତ ବର୍ଷ ଭୁବନେଶ୍ୱରରେ ହେବାକୁ ଥିବା ବିଶ୍ୱକପ୍ ପୁରୁଷ ହକି ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି ।  ଭାରତ ପୁଲ Cରେ ସ୍ଥାନ ପାଇଛି। ଭାରତ ସହ ଏହି ଗ୍ରୁପରେ ଦକ୍ଷିଣ ଆଫ୍ରିକା, ବେଲଜିୟମ, କାନାଡା ମଧ୍ୟ ସ୍ଥାନ ପାଇଛନ୍ତି।  ଏହି ବିଶ୍ୱକପରେ ୧୬ଟି ଟିମ୍ ଭାଗ ନେବେ।  ୧୬ଟି ଟିମକୁ ୪ଟି ପୁଲରେ ବିଭକ୍ତ କରାଯାଇଛି।  ପ୍ରତ୍ୟେକ ପୁଲରେ ୪ଟି ଟିମ୍ ରହିବେ। ଚଳିତ ବର୍ଷ ନଭେମ୍ବର ୨୮ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱ […]

  • Friday, 16 July 2021
india
ମୋହାଲିରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ମ୍ୟାଚ୍

ମୋହାଲି : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୋହାଲିରେ ଖେଳାଯାଉଛି ଚତୁର୍ଥ ଦିନିକିଆ। ଟସ୍ ଜିତି ଟିମ୍‌ ଇଣ୍ଡିଆ ବ୍ୟାଟିଂ କରୁଛି। ଗତ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ମାତ୍ ଖାଇବା ପରେ ରାହୁଲ, ପନ୍ଥ, ଚଚଲ, ଭୁବନେଶ୍ୱର କୁମାରଙ୍କୁ ଟିମ୍‌ରେ ନିଆଯାଇଛି। ତେବେ ଦଳରୁ ବାଦ୍‌ ପଡ଼ିଛନ୍ତି ରାୟଡ଼ୁ, ଧୋନି, ଜାଡ଼େଜା ଓ ସାମି। ୫ ଟିକିଆ ସିରିଜ୍‌ରେ ଭାରତ ଏବେ ୨-୧ରେ ଆଗୁଆ ରହିଛି। ଆଜିର ମ୍ୟାଚ୍ ଜିତି ସିରିଜ କବ୍‌ଜା କରିବାକୁ ଟିମ୍ ଇଣ୍ଡିଆ […]

  • Friday, 16 July 2021
india
ଟିମ୍ ଇଣ୍ଡିଆ ଆର୍ମି କ୍ୟାପ୍ ପିନ୍ଧି ପଡ଼ିଆକୁ ଓହ୍ଲାଇବା ଘଟଣା : ଆପତ୍ତି ଉଠାଇଲା ପାକିସ୍ତାନ

ରାଞ୍ଚି : ରାଞ୍ଚିରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆରେ ବିରାଟ ବାହିନୀ ଆର୍ମି କ୍ୟାପ୍ ପିନ୍ଧି ପଡ଼ିଆକୁ ଓହ୍ଲାଇବା ଘଟଣାରେ ଆପତ୍ତି ଉଠାଇଛି ପାକିସ୍ତାନ। ଖେଳକୁ ରାଜନୀତିକରଣ କରାଯାଉଛି ବୋଲି ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି କହିଛନ୍ତି। ତେଣୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ-ଆଇସିସି ଏହାକୁ ଗୁରୁତର ସହ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ ବୋଲି ସେ ଦାବି କରିଛନ୍ତି। ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ୍ ଯବାନଙ୍କ ପରିବାରକୁ ସମବେଦନା ଜଣାଇବା ଏବଂ […]

  • Friday, 16 July 2021
itf
ଆଜିଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ITF ପ୍ରୋ ଟେନିସ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଡ୍ର

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଜମିବ ଆନ୍ତର୍ଜାତିକ ଟେନିସର ଆସର। ଆଜିଠାରୁ ଆରମ୍ଭ ହୋଇଛି ITF ପ୍ରୋ ଟେନିସ ଟୁର୍ଣ୍ଣାମେଣ୍ଟ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟର ବିଧିବଦ୍ଧ ଉଦଘାଟନ କରିଥିଲେ। ୩୨ଟି ଡ୍ର ବିଶିଷ୍ଟ ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଭାରତ ସମେତ ୧୧ଟି ଦେଶର ୩୨ଜଣ ଖେଳାଳି ଭାଗ ନେଉଛନ୍ତି।  ଓଡିଶାର ଦୁଇ ଜଣ ଖେଳାଳି ଚିନ୍ମୟ ପ୍ରଧାନ ଏବଂ ଅଂଶୁ ଭୂୟାଁଙ୍କୁ ୱାଇଲ୍ଡ କାର୍ଡ ଏଣ୍ଟ୍ରି ମିଳିଛି।  ଟୁର୍ଣ୍ଣାମେଣ୍ଟର ପୁରସ୍କାର […]

  • Friday, 16 July 2021
ISL
ଆଇଏସଏଲ ୨୦୧୮: ଜାମସେଦପୁର FCକୁ ହରାଇ ବେଙ୍ଗାଲୁରୁ FC ୨-୦ ଗୋଲରେ ଜିତିଲା ମ୍ୟାଚ୍

ଭୁବନେଶ୍ୱର: ଭୁବନେଶ୍ୱର ISL ମୁକାବିଲାରେ ବେଙ୍ଗାଲୁରୁ ବିଜୟ ହାସଲ କରିଛି। କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯାଇଥିବା ମ୍ୟାଚରେ ଜାମସେଦପୁର FCକୁ ହରାଇ ବେଙ୍ଗାଲୁରୁ FC ୨-୦ ଗୋଲରେ ମ୍ୟାଚ୍  ଜିତି ନେଇଛି। ଏହାସହ ପ୍ରଥମ ଲିଗରେ ଜାମସେଦପୁରଠାରୁ ପରାଜୟର ପ୍ରତିଶୋଧ ନେଇଛି ବେଙ୍ଗାଲୁରୁ ଟିମ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ISL ଟୁର୍ଣ୍ଣାମେଣ୍ଟର ଗତକାଲି ଏକମାତ୍ର ମ୍ୟାଚ୍ ଖେଳାଯାଇଥିଲା। ବେଙ୍ଗାଲୁରୁ ପକ୍ଷରୁ ନିକୋଲାସ ଲାଡିସଲାଉ ୨୨ ମିନିଟରେ ପେନାଲଟି ଗୋଲ କରିଥିଲେ  ପରେ ଅଧିନାୟକ ସୁନିଲ ଛେତ୍ରୀ ଦ୍ୱିତୀୟ ଗୋଲ। […]

  • Friday, 16 July 2021
ind
ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ ମ୍ୟାଚ୍

ନାଗପୁର : ଆଜି ନାଗପୁରରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍। ସିରିଜ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଟିମ୍ ଇଣ୍ଡିଆର ଆତ୍ମବିଶ୍ୱାସ ସୁଦୃଢ଼ ରହିଛି। ୫ ଟିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଉଭୟ ଟିମ୍ ପାଇଁ ବେଶ ଗୁରୁତ୍ୱ ରହିଛି।  ଗତ ମ୍ୟାଚ୍ ଓପନର ଶିଖର ଧୱନ ସଫଳ ହୋଇନଥିଲେ। ତେଣୁ ଆଜିର ମ୍ୟାଚ୍‌ରେ ତାଙ୍କ ଉପରେ ବିଶେଷ ନଜର ରହିବ। ଯୁବ ଅଲ୍ ରାଉଣ୍ଡର୍ ବିଜୟ ଶଙ୍କରଙ୍କୁ ଆଜିର ମ୍ୟାଚ୍‌ରେ ସ୍ଥାନ ମିଳିପାରେ। […]

  • Friday, 16 July 2021
hockey
ଅଜନାଲ୍ ଶାହା କପ୍ ପାଇଁ ଭାରତୀୟ ଦଳରେ ୪ଜଣ ଓଡ଼ିଆ

ଭୁବନେଶ୍ୱର/ ନୂଆଦିଲ୍ଲୀ : ଓଡ଼ିଶାର ୪ଜଣ ହକି ଖେଳାଳି -ଦିପସାନ୍ ତିର୍କୀ , ଅମିତ୍ ରୋହିଦାସ୍ , ନିଲମ୍ ସଂଜୀପ୍ ଜେସ୍ ଓ ଶିଲାନନ୍ଦ ଲାର୍କାଙ୍କୁ ଆସନ୍ତା ୨୭ତମ ଜନାଲ୍ ଶାହା କପ୍ ପାଇଁ ଚୟନ କରାଯାଇଛି ।  ଏହି କପ୍ ମାର୍ଚ୍ଚ ୩ରୁ  ମାଲେସିଆରେ ଆରମ୍ଭ ହେବାକୁ ଯାଉଛି । ବିରେନ୍ଦ୍ର ଲାର୍କା ଏକ ମାତ୍ର ଖେଳାଳି ଭାବେ ,ଗତ ମାସରେ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ହୋଇଥିବା ଫୋର୍ ନେସନ୍ସ ଇନଭିଟେସନାଲ୍ ଟୁର୍ଣ୍ଣାମେଣ୍ଟ  ପାଇଁ ଚୟନ ହୋଇଥିଲେ […]

kohali
ଆଜିଠୁ ଆରମ୍ଭ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି –ଟ୍ୱେଣ୍ଟି ସିରିଜ : ଦିନିକିଆ ସିରିଜ ପ୍ରଦର୍ଶନକୁ ଦୋହରାଇବାକୁ ଅଧିନାୟକ କୋହଲିଙ୍କ ଉଦ୍ୟମ

ଆଜିଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି –ଟ୍ୱେଣ୍ଟି ସିରିଜ ଖେଳାଯିବ ।  ଜୋହାନ୍ସବର୍ଗରେ ଆଜି ଉଭୟ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି ।  ଦିନିକିଆ ସିରିଜକୁ ୫-୧ରେ ବିଜୟୀ ହେବା ପରେ ଟିମ୍ ଇଣ୍ଡିଆର ମନୋବଳ ଦୃଢ଼ ରହିଛି । ତେଣୁ ଦିନିକିଆ ସିରିଜ ପ୍ରଦର୍ଶନକୁ ଟି –ଟ୍ୱେଣ୍ଟିରେ ଦୋହରାଇବାକୁ କ୍ୟାପଟେନ୍ କୋହଲି ଉଦ୍ୟମ କରିବେ । ଏବେ ଦଳର ସମସ୍ତ ବ୍ୟାଟସମ୍ୟାନ୍ ପ୍ରାୟ ଫର୍ମରେ ଅଛନ୍ତି । କୋହଲିଙ୍କ […]

  • Friday, 16 July 2021
kohli-india
ସିରିଜ୍‌ ବିଜୟ ଲକ୍ଷ୍ୟରେ ଆଜି ପଡ଼ିଆକୁ ଓହ୍ଲାଇବ ଭାରତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ପଞ୍ଚମ ଦିନିକିଆ ଖେଳାଯିବ। ପୋର୍ଟ ଏଲିଜାବେଥ୍‌ରେ ଏହି ମ୍ୟାଚ ଖେଳାଯିବ। ଏହି ମ୍ୟାଚ ବିଜୟ ସହ ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ଦିନିକିଆ ସିରିଜ ଜିତି ଇତିହାସ ରଚିବାକୁ ଚେଷ୍ଟା କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ। ୬ଟିକିଆ ସିରିଜରେ ଭାରତ ୩-୧ରେ ଆଗୁଆ ଅଛି। ପ୍ରଥମ ତିନି ମ୍ୟାଚକୁ ଭାରତ ଏକତରଫା ଜିତିବା ପରେ ଚତୁର୍ଥ ଦିନିକିଆରେ ପରାସ୍ତ ହୋଇଥିଲା। ଏହି ମ୍ୟାଚରେ ଭାରତୀୟ […]

  • Friday, 16 July 2021
dada
ଗାଙ୍ଗୁଲିଙ୍କୁ ପଛରେ ପକାଇ ଇତିହାସ ରଚିଲେ ବିରାଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟଇମ୍‌ ୬ଟିକିଆ ଦିନିକିଆ ସିରିଜର ପ୍ରଥମ ୩ଟି ମ୍ୟାଚ୍‌ ଜିତି ସାରିଛି। ଏହି ୩ଟି ମ୍ୟାଚରୁ ବିରାଟ କୋହଲି ୨ଟି ଶତକ ହାସଲ କରିସାରିଛନ୍ତି। ଅଧିନାୟକ ଭାବେ ଦକ୍ଷିଣ ଆଫ୍ରିକାରେ ବିରାଟ ପ୍ରଥମ ଖେଳାଳି ଭାବେ ସର୍ବାଧିକ ଶତକ ଲଗାଇଛନ୍ତି। ଏହାସହ ବିରାଟ ୪ର୍ଥ ଖେଳାଳି ଭାବେ ଗୋଟିଏ ସିରିଜରେ ଦକ୍ଷିଣ ଆଫ୍ରିକାରେ ଏକାଧିକ ଶତକ ହାସଲ କରିଛନ୍ତି। ପୂର୍ବରୁ କେଭିନ ପିଟରସନଙ୍କ ନାଁରେ ଗୋଟିଏ ସିରିଜରେ […]

  • Friday, 16 July 2021
fd
ସିରିଜ୍‌ ଜିତିଲା ଅଷ୍ଟ୍ରେଲିଆ

ବେଙ୍ଗାଲୁରୁ: ମ୍ୟାକ୍ସୱେଲଙ୍କ ଧୂଆଁଧାର ଶତକ ବଳରେ ଅଷ୍ଟ୍ରେଲିଆ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତକୁ ୭ ୱିକେଟରେ ହରାଇ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ କ୍ଲିନସ୍ୱିପ୍ କରିନେଇଛି। ଭାରତ ବିପକ୍ଷରେ ଅଷ୍ଟ୍ରେଲିଆର ଏହା ପ୍ରଥମ ଟି-୨୦ ସିରିଜ୍ ବିଜୟ। ଉକ୍ତ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୦ ରନ୍ କରିଥିଲା। କୋହଲି ସର୍ବାଧିକ ୭୨ (୩୮ ବଲ, ୨ ଚୌକା, ୬ ଛକା) ରନ୍ […]

  • Friday, 16 July 2021
5
କମନେଓ୍ୱଲେ୍ଥ ଟେବୁଲ ଟେନିସ୍‌ ଚାମ୍ପିଅନସିପ ପାଇଁ ସମସ୍ତ ପ୍ରସ୍ତୁତି ଶେଷ

କଟକ: କଟକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା କମନେଓ୍ୱଲେ୍ଥ ଟେବୁଲ ଟେନିସ୍‌ ଚାମ୍ପିଅନସିପ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ଚାମ୍ପିଅନସିପରେ ୧୪ ଟି ଦେଶର ଖେଳାଳି ଭାଗ ନେବେ। ଖେଳାଳି ମାନେ କଟକରେ ପହଞ୍ଚୁଥିବାରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କଟକ ଡିସିପି କହିଛନ୍ତି। ଏଥିସହିତ ସହରର ବିଭିନ୍ନ ପ୍ରାଚୀରରେ ପେଣ୍ଟିଂ କରାଯାଉଛି। ଇଣ୍ଡୋର ଷ୍ଟାଡିୟମରେ ରହିଥିବା ୫ ହଜାର ସିଟ୍‌କୁ ୩୦ ଟି ଜୋନ୍‌ରେ ଭାଗ କରାଯାଇଛି। ଦର୍ଶକ ମାନେ ଏହି ଷ୍ଟାଡିୟମକୁ […]

  • Friday, 16 July 2021
cricket
ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦ ମ୍ୟାଚ୍

ବେଙ୍ଗାଲୁରୁ  : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଦ୍ୱିତୀୟ ତଥା ଶେଷ ଟି-୨୦ ମ୍ୟାଚ୍‌ ଖେଳାଯିବ। ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିଅମ୍‌ରେ ଏହି ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଜିତି ସିରିଜ୍‌କୁ ବରାବର କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ୨ଟିକିଆ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିଜୟୀ ହୋଇ ୧-୦ରେ ଆଗୁଆ ରହିଛି। ତେବେ ଏହି ମ୍ୟାଚ୍‌ରେ ରୋଟେସନ ଭିତ୍ତିରେ ରୋହିତ ଶର୍ମାଙ୍କ ସ୍ଥାନରେ ଶିଖର ଧାଓ୍ୱନ ଓପନିଂ କରିବା ଯଥେଷ୍ଟ […]

  • Friday, 16 July 2021
uron-man2
ଓଡ଼ିଶାର ସୌଭାଗ୍ୟ କୁମାର ରଥ ବନିଲେ 'ଆଇରନ୍ ମ୍ୟାନ୍'

ଭୁବନେଶ୍ୱର : ଶ୍ରୀଲଙ୍କାରେ ଆୟୋଜିତ ଅନ୍ତର୍ଜାତୀୟ ଆଇରନ ମ୍ୟାନ କାର୍ଯ୍ୟକ୍ରମରେ ଓଡିଆ ଯୁବକଙ୍କ ସଫଳତା। ନୟାଗଡ଼ର ସୌଭାଗ୍ୟ କୁମାର ରଥଙ୍କୁ ମିଳିଛି ଏହି ସଫଳତା। ‘ଆଇରନ୍‌ ମ୍ୟାନ୍‌ ୭୦.୩’ କୁ ସଫଳ ଭାବରେ ସମ୍ପୂର୍ଣ୍ଣ କରି ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି ସୌଭାଗ୍ୟ। ପ୍ରଥମ ଥର ଲାଗି ଓଡ଼ିଶାରେ ହିଁ ପ୍ରଶିକ୍ଷଣ ପାଇ ଏପରି ଆଇରନ୍‌ ମ୍ୟାନ୍‌ ଉପାଧି ହାସଲ କରିବାରେ ସମର୍ଥ ହୋଇଛନ୍ତି ସୌଭାଗ୍ୟ। ପ୍ରଥମେ ୨ କିଲୋମିଟର ସୁଇମିଂ ,ତାପରେ ୯୦ କିଲୋମିଟର ସାଇକେଲିଂ ଓ […]

  • Friday, 16 July 2021
i1
ଆଇପିଏଲ୍‌ରେ ଆଜି ହେବ ଫାଇନାଲ୍‌ ଫାଇଟ୍‌

ନୂଆଦିଲ୍ଲୀ: ଆଇପିଏଲ୍‌ରେ ଆଜି ହେବ ଫାଇନାଲ୍‌ ଫାଇଟ୍‌। ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱି ଚେନ୍ନାଇ ସୁପର୍‌ କିଙ୍ଗସ୍‌ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ଟାଇଟଲ ଟକ୍କର। ହାଇଦ୍ରାବାଦରେ ଏହି ଫାଇନାଲ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ୍‌ ଚେନ୍ନାଇ ସୁପର କିଙ୍ଗସ୍‌ ପୁଣିଥରେ ଟାଇଟଲ ବଜାୟ ରଖିବାକୁ ଚେଷ୍ଟା କରିବ। ଧୋନୀ ନେତୃତ୍ୱାଧିନ ଚେନ୍ନାଇ କ୍ୱାଲିଫାୟର ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ଟାଇଟଲ ଦାବିଦାର ରହିଛି। ଚେନ୍ନାଇ ସୁପର୍‌ କିଙ୍ଗସ୍‌ ଫାଇନାଲରେ ବେଶ ଭଲ ପ୍ରଦର୍ଶନ କରିଆସିଛି। ଅନ୍ୟପଟେ […]

  • Friday, 16 July 2021
cricket
ପ୍ରଥମ ଟି-୨୦ରେ ଅଷ୍ଟ୍ରେଲିଆ ଠାରୁ ହାରିଲା ଭାରତ

ବିଶାଖାପାଟଣା : ବିଶାଖାପାଟଣା ଟି-୨୦ରେ ଅଷ୍ଟ୍ରେଲିଆ ଠାରୁ ହାରିଲା ଭାରତ। ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତକୁ ୭ ୱିକେଟ୍‌ରେ ପରାସ୍ତ କରି ଦୁଇମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଛି ଅଷ୍ଟ୍ରେଲିଆ । ୱାଇଏସ୍ ରାଜଶେଖର ରେଡ୍ଡି ଏସିଏ-ଭିଡିସିଏ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଲୋ’ ସ୍କୋରିଂ ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୨୬ ରନ୍ କରିବାକୁ ସମର୍ଥ ହୋଇଥିଲା। ଟିମ୍ ଇଣ୍ଡିଆ ଦ୍ରୁତ ଆରମ୍ଭ କରିଥିଲା, […]

  • Friday, 16 July 2021
ind
ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-ଟ୍ୱେଣ୍ଟି

ବିଶାଖାପଟନମ୍‌ : ଆସନ୍ତାକାଲିଠୁ ଆରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦୁଇ ଟିକିଆ ଟି-ଟ୍ୱେଣ୍ଟି ସିରିଜ୍‌ର ପ୍ରଥମ ମ୍ୟାଚ୍‌। ଆନ୍ଧ୍ର ପ୍ରଦେଶର ଭାଇଜାଗ୍‌ରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଭାରତୀୟ ଟିମ୍ ଭାଇଜାଗ୍‌ରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିସାରିଛି। ଦ୍ୱିତୀୟ ଟି-ଟ୍ୱେଣ୍ଟି ବେଙ୍ଗାଲୁରରେ ଆୟୋଜିତ ହେବ। ଟି-ଟ୍ୱେଣ୍ଟି ସିରିଜ୍‌ ପରେ ଭାରତ, ଅଷ୍ଟ୍ରେଲିଆ ମଧ୍ୟରେ ୫ ଟି ଦିନିକିଆ ଖେଳାଯିବ। ସେପଟେ ପୁଲୱାମା ଆକ୍ରମଣ ଘଟଣାକୁ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ନିନ୍ଦା କରିଛନ୍ତି। ଏ ସମ୍ପର୍କରେ […]

  • Friday, 16 July 2021
6
କ୍ୱାଲିଫାୟର ରାଉଣ୍ଡକୁ ପ୍ରବେଶ କଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ: ଆଇପିଏଲ୍-୨୦୧୯ର କ୍ୱାଲିଫାୟରରେ ଦିଲ୍ଲୀ କ୍ୟାପିଟାଲ୍ସ। ଏଲିମିନେଟର ମୁକାବିଲାରେ ସନ ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି କ୍ୱାଲିଫାୟର ରାଉଣ୍ଡକୁ ପ୍ରବେଶ କରିଛି ଦିଲ୍ଲୀ। ପୃଥ୍ୱୀ ସ ଓ ଋଷଭ ପନ୍ତଙ୍କ ଦମଦାର ବ୍ୟାଟିଂରେ ଦିଲ୍ଲୀ ଏହି ରାଉଣ୍ଡକୁ ପ୍ରବେଶ କରିଛି। ଆସନ୍ତାକାଲି ଚେନ୍ନାଇ ବିପକ୍ଷରେ ଖେଳି ଫାଇନାଲକୁ ଯିବା ପାଇଁ ଦିଲ୍ଲୀ ଚେଷ୍ଟା କରିବ। ଗତକାଲି ଖେଳାଯାଇଥିବା ମ୍ୟାଚ୍‌ରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୮ ଓ୍ୱିକେଟ୍‌ ହରାଇ ୧୬୨ ରନ୍ କରିଥିଲା। ଦଳ ପକ୍ଷରୁ ମାର୍ଟିନ […]

  • Friday, 16 July 2021
india-new zeland
ଅନ୍ତିମ ଟି-୨୦ ମ୍ୟାଚ୍‌ରେ ହାରିଲା ଭାରତ

ହାମିଲ୍‌ଟନ୍‌ : ଶେଷ ବଲ୍ ପର୍ଯ୍ୟନ୍ତ ସଂଘର୍ଷ ସତ୍ତ୍ୱେ ରୋମାଞ୍ଚକର ହାମିଲଟନ ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆ ପରାସ୍ତ। ଏହି ମ୍ୟାଚ୍‌ରେ ୪ ରନ୍‌ରେ ବିଜୟୀ ହୋଇଛି ନ୍ୟୁଜିଲାଣ୍ଡ। ଏହା ସହିତ କିଓ୍ୱି ଟିମ୍ ୨-୧ରେ ଟି-ଟ୍ୱେଣ୍ଟି ସିରିଜ୍‌ ମଧ୍ୟ ଜିତି ନେଇଛି। ଆଜି ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ଓ୍ୱିକେଟ୍‌ ହରାଇ କରିଥିଲା ୨୧୨ ରନ୍। ୨୧୩ ରନ୍ ବିଜୟ ଲକ୍ଷ୍ୟର ପିଛା କରି ଟିମ୍ ଇଣ୍ଡିଆ ମଧ୍ୟ […]

  • Friday, 16 July 2021
india win
ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ଜିତିଲା ଭାରତ

ଅକ୍‌ଲାଣ୍ଡ : ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ଜିତିଲା ଭାରତ। ଆଜି ଅକ୍‌ଲାଣ୍ଡରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ। ଏହି ବିଜୟ ଫଳରେ ୩ଟିକିଆ ସିରିଜ୍‌କୁ ଭାରତ ୧-୧ରେ ବରାବର କରିଛି।  ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୧୫୮ ରନ୍‌ କରିଥିଲା। ଜବାବରେ ୩ ୱିକେଟ୍‌ ହରାଇ ଏହି ବିଜୟ ଲକ୍ଷ୍ୟ ହାସଲ କରିଥିଲା ଭାରତ।  

  • Friday, 16 July 2021
12
ଆଜି ଆଇପିଏଲ୍‌ରେ ସାମ୍ନାସାମ୍ନି ହେବେ ଦିଲ୍ଲୀ-ହାଇଦ୍ରାବାଦ

ନୂଆଦିଲ୍ଲୀ: ଆଇପିଏଲ୍‌ର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସାମ୍ନାସାମ୍ନି ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ। ଏଲିମିନେଟର୍ ପର୍ଯ୍ୟାୟରେ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦର୍ଶକ ଦେଖିବାକୁ ପାଇବେ। ଆଜି ସନ୍ଧ୍ୟା ସାଢ଼େ ୭ଟାରେ ବିଶାଖାପଟଣାରେ ଏହି ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ଯିଏ ଜିତିବ ସେ ଫାଇନାଲ ଖେଳିବା ଲାଗି ଆଉ ପାଦେ ଆଗକୁ ବଢ଼ିବ ଏବଂ ପରାଜିତ ଦଳ ଆଇପିଏଲ୍‌ ଅଭିଯାନରୁ ବାଦ୍ ପଡ଼ିବ। ଆଉ ଏଥିପାଇଁ ମ୍ୟାଚ୍‌ ଜିତି କ୍ୱାଲିଫାୟର […]

  • Friday, 16 July 2021
india
କାଲି ଠାରୁ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍‌

ୱେଲିଂଟନ୍‌ : ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍‌ ବିଜୟ ପରେ ଏବେ ଟିମ୍ ଇଣ୍ଡିଆର ଟି-୨୦ ସିରିଜ୍‌ ଉପରେ ନଜର। ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ଏଇ ୩ ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ୱେଲିଂଟନ୍‌ରେ ଖେଳାଯିବ।ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଭାରତ। ଶିଖର ଧାୱନଙ୍କ ସହ ସେ ଇନିଂସ୍‌ ଓପନିଂ କରିବେ। ସେପଟେ ଦିନିକିଆ ସିରିଜ୍‌ର ପ୍ରତିଶୋଧ ନେବା ଲକ୍ଷ୍ୟରେ କିଓ୍ୱି ଦଳ। ଘରୋଇ ପରିବେଶରେ ଭାରତକୁ ପରାସ୍ତ […]

  • Friday, 16 July 2021
india-win
ଟିମ୍‌ ଇଣ୍ଡିଆର ରୋମାଞ୍ଚକର ବିଜୟ

ୱେଲିଂଟନ : ୱେଲିଂଟନ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ରୋମାଞ୍ଚକର ବିଜୟ। ନ୍ୟୁଜିଲାଣ୍ଡକୁ ୩୫ ରନ୍‌ରେ ହରାଇଲା ଭାରତ। ପ୍ରତିଦ୍ୱନ୍ଦୀତା ପୂର୍ଣ୍ଣ ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୫୨ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଜବାବରେ କିୱି ଟିମ୍ ୪୪.୧ ଓଭରରେ ୨୧୭ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା। ୱେଲିଂଟନରେ ବିଜୟ ସହ ଟିମ୍‌ ଇଣ୍ଡିଆ ୪-୧ରେ ସିରିଜ କବଜା କରିଛି।   ଭାରତ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ଟିମ୍ ହାମିଲଟନରେ ମ୍ୟାଚ୍‌ ହାତେଇଥିଲା। ପ୍ରଥମେ […]

  • Friday, 16 July 2021