• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

india-pak
ସବୁ ରେକର୍ଡ ଭାଙ୍ଗିଲା ଭାରତ-ପାକିସ୍ତାନ ମ୍ୟାଚ୍

ନୂଆଦିଲ୍ଲୀ: ପୁରୁଷ କ୍ରିକେଟ୍ ବିଶ୍ୱକପ୍ ୨୦୧୯ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ସବୁଠାରୁ ଅଧିକ ଦେଖାଯାଇଥିବା ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଛି। ସାରା ଦୁନିଆରେ ୧.୬ ବିଲିୟନ ଲୋକେ ଏହାର ସିଧା ପ୍ରସାରଣ ଦେଖିଛନ୍ତି। ସେହିପରି ଡିଜିଟାଲ୍ ପ୍ଲାଟଫର୍ମରେ ମ୍ୟାଚର ସିଧା ପ୍ରସାରଣ ଦେଖିବା ମାମଲାରେ ଭାରତ ଶୀର୍ଷରେ ରହିଛି, ଯେଉଁଥିରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ୍ ମ୍ୟାଚକୁ ୨.୫୩ କୋଟି ଦର୍ଶକ ହଟଷ୍ଟାରରେ ଲାଇଭ୍ ଦେଖି ରେକର୍ଡ କରିଛନ୍ତି। ଏଥିସହ ଆଇସିସି ମଧ୍ୟ ନୂଆ […]

  • Monday, 19 July 2021
match t-20
ବର୍ଷା ଧୋଇଦେଲା ପ୍ରଥମ ଟି-୨୦

ଧର୍ମଶାଳା: ଯାହା ଆଶଙ୍କା କରାଯାଉଥିଲା, ଠିକ୍ ସେୟା ହୋଇଛି। ଲଗାତାର ବର୍ଷା ଯୋଗୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚକୁ ବାତିଲ କରିଦିଆଯାଇଛି। ଏହି ମ୍ୟାଚ୍ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ଏଚପିସିଏ) ଷ୍ଟାଡିୟମରେ ହେବାର ଥିଲା, କିନ୍ତୁ ନିୟମିତ ବର୍ଷା ଯୋଗୁ ଟସ୍ ପଡ଼ିପାରି ନଥିଲା। ଏଚପିସିଏର ଷ୍ଟାଡିୟମରେ ପାଣି ନିଷ୍କାସନ ପାଇଁ ଉନ୍ନତ ବ୍ୟବସ୍ଥା ଅଛି, କିନ୍ତୁ ବର୍ଷା ଏହା କରିବାକୁ ସୁଯୋଗ ଦେଇନାହିଁ। […]

  • Monday, 19 July 2021
ଏଊଓଗହସ
ନାଁ ବଦଳିଲା ; କୋଟଲା ହେଲା ଜେଟଲୀ ଷ୍ଟାଡିୟମ, କୋହଲିଙ୍କ ନାଁରେ ଷ୍ଟାଣ୍ଡ୍

ନୂଆଦିଲ୍ଲୀ: ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମର ନାଁ ଗୁରୁବାର ବଦଳିଯାଇଛି। ଏବେ ଏହାକୁ ଅରୁଣ ଜେଟଲୀ ଷ୍ଟାଡିୟମ ନାଁରେ ସମ୍ବୋଧିତ କରାଯିବ। ଏହାସହ ଷ୍ଟାଡିୟମର ଏକ ଷ୍ଟାଣ୍ଡକୁ ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ନାଁରେ ନାମିତ କରାଯାଇଛି। ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ପୂର୍ବରୁ ହିଁ ସ୍ପଷ୍ଟ କରିଥିଲା ଯେ ଫିରୋଜଶାହ କୋଟଲା ଷ୍ଟାଡିୟମର ନାଁ ଅରୁଣ ଜେଟଲୀ ଷ୍ଟାଡିୟମ ହେବ। କିନ୍ତୁ ଏହି ମଇଦାନର ନାଁ ଫିରୋଜ ଶାହ […]

  • Monday, 19 July 2021
dhoni
ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ; କୋହଲିଙ୍କ ଟ୍ୱିଟ ଆଣିଲା ଟ୍ୱିଷ୍ଟ

ନୂଆଦିଲ୍ଲୀ : କ୍ରିକେଟରୁ ଅବସର ନେଇପାରନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ୨୦୧୯ ବିଶ୍ୱକପ୍‌ ପରେ କ୍ୟାପଟେନ କୁଲ୍ ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବିରାଟ କୋହଲିଙ୍କ ଟ୍ୱିଟ ଏଥିରେ ଟ୍ୱିଷ୍ଟ ଆଣିଛି। ଏହାକୁ କିନ୍ତୁ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ଖଣ୍ଡନ କରିଛନ୍ତି। ପ୍ରଥମ ଅଧିନାୟକ ଭାବେ ଆଇସିସିର ୩ଟି ଟ୍ରଫି ଜିତିବାରେ ସଫଳ ହୋଇଥିଲେ ଧୋନୀ।  ୨୦୦୭ରେ ଟି-୨୦ ବିଶ୍ୱକପ, ୨୦୧୧ରେ ଦିନିକିଆ ବିଶ୍ୱକପ ଓ ୨୦୧୩ରେ […]

  • Monday, 19 July 2021
DUTEE
ଦୋହା ୱାର୍ଲ୍ଡ ଚାମ୍ପିୟନଶିପ୍ ପାଇଁ ମନୋନୀତ ହେଲେ ଦୂତୀ

ନୂଆଦିଲ୍ଲୀ : ଚଳିତ ମାସ ୨୭ ତାରିଖରୁ ଦୋହାରେ ହେବାକୁଥିବା ୱାର୍ଲ୍ଡ ଚାମ୍ପିୟନଶିପ୍ ପାଇଁ ଭାରତର ୨୫ଜଣିଆ ଟିମର ଘୋଷଣା କରାଯାଇଛି। ଏହି ଟିମରେ ଭାରତର ଷ୍ଟାର୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ସ୍ଥାନ ପାଇଛନ୍ତି। ଖୋଦ୍ ଦୂତୀ ଟ୍ୱିଟର୍ ଜରିଆରେ ଏହି ସୂଚନା ଦେଇଛନ୍ତି। ଦୂତୀ କହିଛନ୍ତି, “ସେପ୍ଟେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁଥିବା ଦୋହା ୱାର୍ଲ୍ଡ ଚାମ୍ପିୟନଶିପ୍ ପାଇଁ ମୁଁ ୨୫ଜଣିଆ ଟିମରେ ମନୋନୀତ ହୋଇଛି। ଆପଣମାନେ ମୋତେ ସଫଳତା ପାଇଁ ଶୁଭକାମନା ଜଣାନ୍ତୁ।” ସୂଚନାଯୋଗ୍ୟ, […]

  • Monday, 19 July 2021
nadal
ମେଡଭେଡେଭଙ୍କୁ ହରାଇ ଗ୍ରାଣ୍ଡସ୍ଲାମ୍ ଜିତିଲେ ନାଡାଲ୍

ୟୁଏସ୍ : ୟୁଏସ୍ ଓପନ୍‌ରେ ଆଉ ଏକ ରେକର୍ଡ ରଚିଲେ ରାଫେଲ୍ ନାଡାଲ୍। ଗତକାଲି ଖେଳାଯାଇଥିବା ୟୁଏସ୍ ଓପନ୍‌ର ଫାଇନାଲ୍ ମ୍ୟାଟ୍‌ରେ ରୁଷର ମେଡଭେଡେଭଙ୍କୁ ହରାଇ ନାଡ଼ାଲ ଉନ୍ନବିଂଶତମ ଟାଇଟାଲ୍ ଜିତିଛନ୍ତି। ପୁରୁଷ ସିଙ୍ଗଲ୍ସରେ ମେଡଭେଡେଭଙ୍କୁ ୭-୫, ୬-୩, ୫-୭, ୪-୬, ୬-୪ ସେଟ୍‌ରେ ମାତ ଦେଇଛନ୍ତି। ଚଳିତ ଥର ୟୁଏସ୍ ଓପନ୍‌ରେ ଲଗାତାର ଭାବେ ୧୦ଟି ମ୍ୟାଚ୍ ଜିତିଛନ୍ତି ନାଡ଼ାଲ୍ ।  ଏହାସହ ଆଉ ଏକ ରେକର୍ଡକୁ ନିଜ ନାଁକୁ କରିଛନ୍ତି ନାଡାଲ୍। ୩୦ ବର୍ଷରୁ […]

  • Monday, 19 July 2021
oca
୨୭ରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ନିର୍ବାଚନ

ଭୁବନେଶ୍ୱର : ଶେଷରେ ନିର୍ବାଚନ କରିବାକୁ ରାଜି ହୋଇଛି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌(ଓସିଏ)। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତି ପ୍ରାପ୍ତ ବିସିସିଆଇର ପ୍ରଶାସନିକ କମିଟି(ସିଇଓ)ର ନିର୍ଦ୍ଦେଶକ୍ରମେ ଓସିଏ ବିଭିନ୍ନ ପଦପଦବୀ ପାଇଁ ଭୋଟ କରିବାକୁ ନିଷ୍ପତ୍ତି ନେଇଛି। ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୨୭ ତାରିଖ ଦିନ ୧୧ଟାରେ ଭୋଟ ଗ୍ରହଣ ହେବ। ବାରବାଟୀ ଷ୍ଟାଡିୟମରେ ଥିବା ଓସିଏ କନଫରେନ୍ସ ହଲରେ ହିଁ ଏହି ଭୋଟ ପ୍ରକ୍ରିୟା ଅନୁଷ୍ଠିତ ହେବ। ଭୋଟରେ ଭାଗ ନେବାକୁ ଥିବା ଚୂଡ଼ାନ୍ତ ଭୋଟର ତାଲିକା […]

  • Monday, 19 July 2021
hocky
ହକିକୁ ଜାତୀୟ ଖେଳର ମାନ୍ୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ହକିକୁ ବିଧିବଦ୍ଧ ଭାବେ ଜାତୀୟ ଖେଳର ମାନ୍ୟତା ଦିଆଯାଉ। ଓ ଏ ନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରାଯାଉ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ଦର୍ଶାଇଛନ୍ତି, ହକି ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଏକ ଲୋକପ୍ରିୟ ଖେଳ। ଓଡ଼ିଶା, ଛତିଶଗଡ, ଝାଡଖଣ୍ଡର ଆଦିବାସୀବହୁଳ ଅଞ୍ଚଳରେ ହକିକୁ ଜୀବନର ଅଂଶ  ଭାବେ ଗ୍ରହଣ କରାଯାଇଥାଏ। ଏପରିକି ଓଡ଼ିଶା ସରକାର ଆସନ୍ତା ୫ ବର୍ଷ ପାଇଁ ଭାରତୀୟ ହକି ଦଳର […]

  • Monday, 19 July 2021
sakshidhoni
କାହିଁକି ପିସ୍ତଲ ଖୋଜୁଛନ୍ତି ଧୋନୀଙ୍କ ପତ୍ନୀ ?

ରାଞ୍ଚି: ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀଙ୍କ ପତ୍ନୀ ସାକ୍ଷୀ ଧୋନୀ ପିସ୍ତଲ ଲାଇସେନସ ପାଇଁ ଅାବେଦନ କରିଛନ୍ତି I ସାକ୍ଷୀ ଅାବେଦନ ପତ୍ରରେ ଲେଖିଛନ୍ତି ଯେ ସେ ଅଧିକ ସମୟ ଘରେ ଏକା ରହୁଛନ୍ତି I  ତାଙ୍କ ଜୀବନକୁ ବିପଦ ଅଛି ,ଏଥିପାଇଁ ତାଙ୍କୁ ହତିଅାର ରଖିବାର ଲାଇସେନସ ଦିଅାଯାଉ I ସାକ୍ଷୀ ପିସ୍ତଲ କିମ୍ବା 0.32 ରିଭଲଭର ଲାଇସେନସ ପାଇଁ ଅାବେଦନ କରିଛନ୍ତି I ରାଞ୍ଚି ମାଜିଷ୍ଟ୍ରେଟ ବାଲାଂଗୋଡା ପୋଲିସ […]

  • Monday, 19 July 2021
russia-1
ପ୍ରଥମ ଦଳ ଭାବେ ପ୍ରି କ୍ୱାର୍ଟରରେ ଋଷିଆ

ଭୁବନେଶ୍ୱର : ଆୟୋଜକ ଋଷିଆ ପ୍ରଥମ ଦଳ ଭାବେ ଫିଫା ବିଶ୍ୱକପର ପ୍ରି କ୍ୱାର୍ଟର ଫାଇନାଲରେ ପହଞ୍ଚିଛି। ପ୍ରଥମ ମୁକାବିଲାରେ ସାଉଦି ଆରବକୁ ହରାଇଥିବା ଋଷିଆ ୩-୧ଗୋଲରେ ଇଜିପ୍ଟକୁ ପରାସ୍ତ କରିଛି।  ଦକ୍ଷ ଖେଳାଳି ମହମ୍ମଦ ସଲାହ ଟିମକୁ ଫେରିଥିଲେ ମଧ୍ୟ ଇଜିପ୍ଟକୁ ବିଜୟୀ କରି ପାରି ନଥିଲେ। ପ୍ରଥମାର୍ଦ୍ଧରେ କେହି କାହାରିକୁ ଗୋଲ ଦେଇ ପାରି ନଥିଲେ। କିନ୍ତୁ ଦ୍ୱିତୀୟାର୍ଦ୍ଧ ଖେଳର ଦୁଇ ମିନିଟ ପରେ ଇଜିପ୍ଟର ଅହମ୍ମଦ ଫାତିଙ୍କ ଆତ୍ମଘାତୀ ଗୋଲ ଜରିଆରେ ଋଷିଆ […]

  • Monday, 19 July 2021
shooting-1
୫ ସ୍ୱର୍ଣ୍ଣ ସହ ଶୁଟିଂ ବିଶ୍ୱକପ୍‌ରେ ଅଭିଯାନ ଶେଷ କଲା ଭାରତ

ରିଓ ଡି ଜେନେରୋ: ଭାରତର ଷ୍ଟାର୍ ଶୁଟର ମନୁ ଭାକର ଓ ସୌରଭ ଚୌଧୁରୀ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ଶୁଟିଂ ବିଶ୍ୱକପରେ ଭାରତର ଅଭିଯାନ ଶେଷ କରିଛନ୍ତି। ଏହି ଇଭେଣ୍ଟରେ ଭାରତର ଯଶସ୍ୱିନୀ ଦେସୱାଲ ଏବଂ ଅଭିଷେକ ବର୍ମାଙ୍କ ଯୋଡ଼ି ରୌପ୍ୟ ପଦକ ଜିତିଥିଲେ। ଏହିପରି ଭାବେ ଟୁର୍ଣ୍ଣାମେଣ୍ଟର ଶେଷଦିନରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଛି। ଏହା ପୂର୍ବରୁ ଟୁର୍ଣ୍ଣାମେଣ୍ଟର ଶେଷ ଦିନରେ ୧୦ ମିଟର୍ ଏୟାର ରାଇଫଲ୍ […]

  • Monday, 19 July 2021
mithali
ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ମିତାଲି ରାଜ୍

ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ମହିଳା ବ୍ୟାଟ୍ସମ୍ୟାନ୍ ମିତାଲି ରାଜ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ମିତାଲି ୨୦୨୧ରେ ହେବାକୁଥିବା ୫୦ ଓଭର ବିଶିଷ୍ଟ ବିଶ୍ୱକପ୍ ଖେଳିବାକୁ ଚାହାଁନ୍ତି। ୩୬ ବର୍ଷୀୟା ମିତାଲି ଶେଷଥର ପାଇଁ ଚଳିତ ବର୍ଷ ମାର୍ଚ୍ଚ ମାସରେ ଗୌହାଟୀରେ ଇଂଲଣ୍ଡ ବିପକ୍ଷରେ ଟି-୨୦ ମ୍ୟାଚ୍ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଟି-୨୦ ସିରିଜ୍ ପାଇଁ ଉପଲବ୍ଧ ହେବେ ବୋଲି ନିଜେ ମିତାଲି କହିଥିଲେ। ଆସନ୍ତାବର୍ଷ ହେବାକୁଥିବା ଟି-୨୦ ବିଶ୍ୱକପ୍ ପାଇଁ ଚୟନକର୍ତ୍ତା […]

  • Monday, 19 July 2021
virat
ବିରାଟ୍ ସଫଳ ଟେଷ୍ଟ କ୍ୟାପଟେନ୍

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜକୁ ଦ୍ୱିତୀୟ ଟେଷ୍ଟରେ ୨୫୭ ରନରେ ପରାସ୍ତ କରି ବିରାଟ୍ କୋହଲି ଟେଷ୍ଟ କ୍ରିକେଟ୍ ଇତିହାସରେ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇ ଭାରତର ସବୁଠାରୁ ସଫଳ କ୍ୟାପଟେନ୍ ହୋଇଛନ୍ତି। କୋହଲିଙ୍କ ନେତୃତ୍ୱରେ ଭାରତ ୪୮ ଟେଷ୍ଟ ମ୍ୟାଚରୁ ୨୮ଟିରେ ବିଜୟୀ ହୋଇଛି। ଧୋନି ନିଜ ନେତୃତ୍ୱରେ ୬୦ ଟେଷ୍ଟରେ ଭାରତକୁ ୨୭ଟିରେ ବିଜୟୀ କରାଇଥିଲେ। କ୍ୟାପଟେନ୍ ଭାବେ ଧୋନିଙ୍କର ବିଜୟ ପ୍ରତିଶତ ୪୫ ରହିଛି। ଧୋନିଙ୍କ ନେତୃତ୍ୱରେ ଭାରତ ୧୮ଟିରେ ହାରିଥିବା ବେଳେ ୧୫ଟି […]

  • Monday, 19 July 2021
arundhati
ଆଇସିସି ଟେଷ୍ଟ ରାଙ୍କିଙ୍ଗ୍‌ରେ ତୃତୀୟ ସ୍ଥାନକୁ ଉଠିଲେ ବୁମ୍ରା

ଦୁବାଇ: ଭାରତୀୟ କ୍ରିକେଟ୍ ଟିମର ଷ୍ଟାର ପେସ୍ ବୋଲର ଯଶପ୍ରୀତ ବୁମ୍ରା ଆଇସିସି ଟେଷ୍ଟ ବୋଲର ରାଙ୍କିଙ୍ଗରେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ସେ କ୍ୟାରିୟରର ଶ୍ରେଷ୍ଠ ୮୩୫ ପଏଣ୍ଟ ହାସଲ କରିଛନ୍ତି। ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶେଷ ହୋଇଥିବା ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ବୁମ୍ରା ୧୩ଟି ୱିକେଟ୍ ନେଇଥିଲେ। ପ୍ରଥମ ଟେଷ୍ଟ ମ୍ୟାଚରେ ବୁମ୍ରା ଭାରତ ପକ୍ଷରୁ ସବୁଠାରୁ କମ୍ ମ୍ୟାଚରେ ୫୦ ୱିକେଟ୍ ହାସଲକାରୀ ବୋଲର ହୋଇଥିଲେ। ସେହିପରି ଦ୍ୱିତୀୟ ଟେଷ୍ଟରେ ସେ […]

  • Monday, 19 July 2021
ranking
କୋହଲିଙ୍କୁ ପଛରେ ପକାଇ ନମ୍ବର୍ ୱାନ୍ ହେଲେ ସ୍ମିଥ୍

ଦୁବାଇ: ଜାମାଇକା ଟେଷ୍ଟର ଦ୍ୱିତୀୟ ଇନିଂସରେ ପ୍ରଥମ ବଲରେ ଆଉଟ୍ ହେବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କୁ ମହଙ୍ଗା ପଡ଼ିଛି। ଏହି କାରଣରୁ ଟେଷ୍ଟ ରାଙ୍କିଙ୍ଗରେ କୋହଲିଙ୍କ ହାତରୁ ଶୀର୍ଷ ସ୍ଥାନ ଚାଲିଯାଇଛି। ଅଷ୍ଟ୍ରେଲିଆର ରନ୍ ମେଶିନ୍ ଷ୍ଟିଭ୍ ସ୍ମିଥ୍ ବର୍ତ୍ତମାନ ଟେଷ୍ଟ ବ୍ୟାଟ୍ସମ୍ୟାନ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ କୋହଲି ୭୬ ରନ୍ ଏବଂ ଦ୍ୱିତୀୟ ଇନିଂସରେ ଖାତା ଖୋଲିପାରିନଥିଲେ। ଏହି ବିଫଳତା […]

  • Monday, 19 July 2021
india
କିଙ୍ଗଷ୍ଟନ ଟେଷ୍ଟ ଜିତି କ୍ଲିନ୍ ସୁଇପ୍ କଲା ଟିମ୍ ଇଣ୍ଡିଆ

କିଙ୍ଗଷ୍ଟନ  : କିଙ୍ଗଷ୍ଟନ ଟେଷ୍ଟ ଜିତି କ୍ଲିନ୍ ସୁଇପ୍ କରିଛି ଟିମ୍ ଇଣ୍ଡିଆ। ୨୫୭ ରନ୍‌ର ବଡ଼ ବ୍ୟବଧାନରେ ଭାରତ କାରିବିଆନ୍ ଟିମ୍‌କୁ ପରାସ୍ତ କରିଛି। ୪୬୮ ରନ ବିଜୟ ଲକ୍ଷ୍ୟ ପିଛା କରିଥିବା ୱେଷ୍ଟଇଣ୍ଡିଜ ମାତ୍ର ୨୧୦ ରନ୍ କରି ଅଲଆଉଟ୍ ହୋଇଥିଲା। ପ୍ରଥମ ଇନିଂସରେ ଶତକ ଓ ଦ୍ୱିତୀୟ ଇନିଂସରେ ଅପରାଜିତ ୫୩ ରନ୍ କରିଥିବା ହନୁମା ବିହାରୀ ମ୍ୟାନ୍ ଅଫ୍ ଦି ମ୍ୟାଚ୍‌ ହୋଇଥିଲେ। ମହମ୍ମଦ ସାମି ଓ ରବୀନ୍ଦ୍ର ଜାଡ଼େଜା ଘାତକ […]

  • Monday, 19 July 2021
cricket
ଟିମ୍ ଇଣ୍ଡିଆ କବଜାରେ କିଙ୍ଗଷ୍ଟନ୍ ଟେଷ୍ଟ

କିଙ୍ଗଷ୍ଟନ୍: ଜାମାଇକାର ସବିନା ପାର୍କରେ ଚାଲିଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟେଷ୍ଟ ଭ୍ରମଣକାରୀ ଭାରତ କବଜାରେ ରହିଛି। ୪୬୮ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ୱେଷ୍ଟଇଣ୍ଡିଜ୍ ଚତୁର୍ଥ ଦିବସର ମଧ୍ୟାହ୍ନ ଭୋଜନ ସୁଦ୍ଧା ୪ ୱିକେଟ୍ ହରାଇ ୧୪୫ ରନ୍ କରିଛି। ଫଳରେ ୱେଷ୍ଟଇଣ୍ଡିଜ୍ ଏବେ ପରାଜୟ ଆଡ଼କୁ ଅଗ୍ରସର ହୋଇଛି। ବର୍ତ୍ତମାନ ପରିସ୍ଥିତିରେ କେବଳ ବର୍ଷା ହିଁ ୱେଷ୍ଟଇଣ୍ଡିଜକୁ ପରାଜୟକୁ ରକ୍ଷା କରିପାରିବ। ଶାମାର ବ୍ରୁକ୍ସ ୩୬ ଓ ଜର୍ମେନ୍ ବ୍ଲାକଉଡ୍ ୩୩ […]

  • Monday, 19 July 2021
pak
ହାତରେ ଖଣ୍ଡା ଧରି ବିବାଦୀୟ ବୟାନ ଦେଲେ ଏହି ପୂର୍ବତନ ପାକ୍ କ୍ରିକେଟର

କରାଚୀ: କଶ୍ମୀର ମାମଲାକୁ ନେଇ ପୂରା ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଗୋଟିଏ ପଟେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କଶ୍ମୀରକୁ ନେଇ ଅଧୈର୍ଯ୍ୟ ହୋଇଛନ୍ତି, ସେହିପରି ଏଥିରେ ପାକିସ୍ତାନର ପୂର୍ବତନ କ୍ରିକେଟରମାନେ ମଧ୍ୟ ମନଇଚ୍ଛା ମନ୍ତବ୍ୟ ଦେବାରେ ଲାଗି ପଡ଼ିଛନ୍ତି। ବର୍ତ୍ତମାନ ଏହି ମାମଲାରେ ସାମ୍ନାକୁ ଆସିଛନ୍ତି ଜାଭେଦ୍ ମିଆଁଦାଦ। ସୋଶାଲ ମିଡିଆରେ ମିଆଁଦାଦଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ସେ ପ୍ରଦର୍ଶନ କରୁଥିବା ସମୟରେ ହାତରେ ଖଣ୍ଡା ଧରି କଶ୍ମୀରବାସୀଙ୍କ ସହ […]

  • Monday, 19 July 2021
crickret
କିଙ୍ଗଷ୍ଟନ ଟେଷ୍ଟରେ ୱେଷ୍ଟଇଣ୍ଡିଜର ବିପର୍ଯ୍ୟୟ ; ୧୧୭ ରନରେ ଅଲ୍‌ ଆଉଟ

କିଙ୍ଗଷ୍ଟନ : କିଙ୍ଗଷ୍ଟନ ଟେଷ୍ଟରେ ୱେଷ୍ଟଇଣ୍ଡିଜର ବିପର୍ଯ୍ୟୟ। ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୧୭ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଯାଇଛି ଘରୋଇ ଦଳ। ଭାରତ ପ୍ରଥମ ପାଳିରେ ୪୧୬ ରନ କରିଥିବା ବେଳେ ୱେଷ୍ଟଇଣ୍ଡିଜ ୨୯୯ ରନ ପଛରେ ରହିଛି। ବୁମରାଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଛି କାରବିୟାନ ଟିମ୍‌।  ବୁମରା ସର୍ବାଧିକ ୬ଟି ୱିକେଟ ପାଇଥିବା ବେଳେ ମହମ୍ମଦ ସାମି ୨ଟି ଓ୍ୱିକେଟ ନେଇଛନ୍ତି।  ପ୍ରଥମ ଟେଷ୍ଟ ଜିତି ଭାରତ ୧-୦ରେ ସିରିଜ୍ ଆଗୁଆ […]

  • Monday, 19 July 2021
vihari
ବିହାରୀଙ୍କ ଆଉ ଏକ ଅର୍ଦ୍ଧଶତକ, ଭଲ ସ୍ଥିତିରେ ଟିମ୍ ଇଣ୍ଡିଆ

କିଙ୍ଗଷ୍ଟନ୍: ହନୁମା ବିହାରୀଙ୍କ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଚାଲିଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଅନ୍ତିମ ଟେଷ୍ଟର ଦ୍ୱିତୀୟ ଦିବସରେ ଭଲ ସ୍ଥିତିରେ ରହିଛି। ମଧ୍ୟାହ୍ନ ଭୋଜନ ବେଳକୁ ଭାରତ ୭ ୱିକେଟ୍ ବିନିମୟରେ ୩୩୬ ରନ୍ କରିଛି। ବିହାରୀ ୮୪ ଓ ଇଶାନ୍ତ ଶର୍ମା ୧୧ ରନରେ ବ୍ୟାଟିଂ କରୁଛନ୍ତି । ଦ୍ୱିତୀୟ ଦିବସ ଆରମ୍ଭରୁ ହିଁ ୱେଷ୍ଟଇଣ୍ଡିଜକୁ ସଫଳତା ମିଳିଥିଲା। ଶୁକ୍ରବାର ଅପରାଜିତ ଥିବା ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଦ୍ୱିତୀୟ ଦିବସର […]

  • Monday, 19 July 2021
virat
ବିରାଟଙ୍କ ନାଁରେ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ପ୍ରତି ମ୍ୟାଚରେ କିଛି ନା କିଛି ରେକର୍ଡ ନିଜ ନାଁରେ କରିଚାଲିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ କୋହଲି ନିଜର ଅର୍ଦ୍ଧଶତକୀୟ ଇନିଂସ ବଳରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ଏସିଆର ଚତୁର୍ଥ ବ୍ୟାଟ୍ସମ୍ୟାନ୍ ଭାବେ ମହାଦେଶ ବାହାରେ ୯ହଜାରରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। କିଙ୍ଗଷ୍ଟନ୍ ଟେଷ୍ଟର ପ୍ରଥମ ଦିବସରେ ବିରାଟ୍ ୭୬ ରନର ଇନିଂସ୍ ଖେଳି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର, ପୂର୍ବତନ […]

  • Monday, 19 July 2021
cricket
ଆଜିଠୁ ଆରମ୍ଭ ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ

କିଙ୍ଗଷ୍ଟନ  : ଆଜିଠୁ ଜାମାଇକାର କିଙ୍ଗଷ୍ଟନ ଠାରେ ଆରମ୍ଭ ହେଉଛି ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ। ପ୍ରଥମ ଟେଷ୍ଟକୁ ଜିତିନେଇ ୧-୦ରେ ଆଗୁଆ ଥିବା ଭାରତ ସିରିଜକୁ କ୍ଲିନ୍  ସୁଇପ୍  କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ଅନ୍ୟପକ୍ଷରେ ଏହି ମ୍ୟାଚ୍  ଘରୋଇ ୱେଷ୍ଟଇଣ୍ଡିଜ ପାଇଁ ଶେଷ ସୁଯୋଗ ହେବ।  ଏହା ପୂର୍ବରୁ ଖେଳାଯାଇଥିବା ଟି-ଟ୍ୱେଣ୍ଟି ଶୃଙ୍ଖଳାକୁ ଭାରତ ୩-୦ରେ ଏବଂ ଦିନିକିଆ ଶୃଙ୍ଖଳାକୁ ୨-୦ରେ ଜିତିନେଇଥିଲା। କିଙ୍ଗଷ୍ଟନରେ ଭାରତ ବିଜୟୀ ହେଲେ କୋହଲି ବାହିନୀ ଲଗାତାର […]

  • Monday, 19 July 2021
pramod bhagabat
ଓଡ଼ିଶାର ପ୍ରମୋଦ ଭଗତଙ୍କୁ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର : ଓଡ଼ିଶାର ପ୍ରମୋଦ ଭଗତ ପାଇବେ ସମ୍ମାନଜନକ ଅର୍ଜୁନ ପୁରସ୍କାର। ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦଙ୍କ ସମେତ ୧୯ ଜଣ ଆଥ୍‌ଲେଟଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଛି। କ୍ରିକେଟର ରବୀନ୍ଦ୍ର ଜାଡ଼େଜା, ମହିଳା କ୍ରିକେଟର ପୁନମ ଯାଦବ, ଆଥଲେଟ ତେଜିନ୍ଦର ପାଲ ସିଂ ତୁର୍ ଓ ମହମ୍ମଦ ୟାହିଆଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାର ମିଳିବ। ସେହିପରି କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ଓ ପାରା ଆଥଲେଟ ଦୀପା ମଲିକ ଖେଳରତ୍ନ ପାଇବା ପାଇଁ ମନୋନୀତ […]

  • Monday, 19 July 2021
gale
ତୃତୀୟ ଦିନିକିଆ: ଗେଲ୍ ଝଡ଼ ପରେ ବର୍ଷାର ଆଗମନ

ପୋର୍ଟ ଅଫ୍ ସ୍ପେନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମଧ୍ୟ ବର୍ଷା ବାଧାପ୍ରାପ୍ତ ହୋଇଛି। ବର୍ଷା ବାଧାପ୍ରାପ୍ତ ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ୨୨ ଓଭରରେ ୨ ୱିକେଟ୍ ହରାଇ ୧୫୮ ରନ୍ କରିଛି। ଶାଇ ହୋପ୍ ୧୯ ଓ ଶିମରନ୍ ହେଟମେୟର୍ ୧୮ ରନ୍ କରି ଅପରାଜିତ ଅଛନ୍ତି। ଏହା ପୂର୍ବରୁ ଦୁଇ ଓପ୍ନର୍ କ୍ରିସ୍ ଗେଲ୍ ଓ ଏଭିନ୍ ଲୁଇସ୍ ଧୂଆଁଧାର ବ୍ୟାଟିଂ କରି […]

  • Monday, 19 July 2021
jauna
ପୂର୍ଣ୍ଣିମା ଓ ଜଉନାଙ୍କୁ ପ୍ରତାରଣା!

ଭୁବନେଶ୍ୱର : ରାଜ୍ୟର ଦୁଇ ଅଗ୍ରଣୀ ଆଥଲେଟ୍ ପୂର୍ଣ୍ଣିମା ହେମ୍ବ୍ରମ୍ ଓ ଜଉନା ମୁର୍ମୁଙ୍କୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇ ପରେ ପ୍ରତାରଣା ଦେଇଥିବା ଅଭିଯୋଗ ହୋଇଛି। ପୂର୍ଣ୍ଣିମା ଓ ଜଉନା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ତଥା ଦେଶ ପାଇଁ ଅନେକ ସଫଳତା ମଧ୍ୟ ଆଣିଛନ୍ତି। କିନ୍ତୁ ଏହି ଦୁଇ ଆଥଲେଟଙ୍କୁ ଏପର୍ଯ୍ୟନ୍ତ ସରକାରୀ ଚାକିରି ଖଣ୍ଡେ ମିଳିନଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଖୋଦ୍ ଜଉନା ଓ ପୂର୍ଣ୍ଣିମା କରିଛନ୍ତି। ଜାତୀୟ ଓ […]

  • Monday, 19 July 2021