• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

india -
ମହିଳା ଟି-୨୦ ସିରିଜ୍ ଜିତିଲା ଭାରତ

ପ୍ରୋଭିଡେନ୍ସ: ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଏବଂ ଜେମିମା ରୋଡ୍ରିଗ୍ସଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବଳରେ ଭାରତୀୟ ମହିଳା ଟିମ୍ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତୀୟ ମହିଳା ଟିମ୍ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ଆଗୁଆ ଜିତି ଡ଼େଇଛି। ଭାରତୀୟ ସ୍ପିନରମାନେ ଘରୋଇ ୱେଷ୍ଟଇଣ୍ଡିଜକୁ ୨୦ ଓଭରରେ ୯ ୱିକେଟରେ ୫୯ ରନରେ ରୋକିଥିଲେ। ଏହା ପରେ ରୋଡ୍ରିଗ୍ସ ୮୧ ବଲରେ ଅପରାଜିତ ୪୦ ରନର ଇନିଂସ୍ […]

  • Monday, 19 July 2021
kohli-mayanka
ମୟଙ୍କଙ୍କୁ ଦ୍ୱିଶତକ ମାରିବାକୁ କହିଥିଲେ କୋହଲି

ଇନ୍ଦୋର: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ହୁଏତ ଖାତା ଖୋଲିପାରି ନାହାନ୍ତି। କିନ୍ତୁ ସେ ସାଥୀ ଖେଳାଳିଙ୍କୁ ସର୍ବଦା ପ୍ରୋତ୍ସାହନ ଯୋଗାଇଥାନ୍ତି। ଚଳିତ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିବସରେ ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଭାରତ ପକ୍ଷରୁ ଓପନ୍ କରୁଥିବା ମୟଙ୍କ ଅଗ୍ରୱାଲ ଏହି ମ୍ୟାଚରେ ନିଜ କ୍ୟାରିୟରର ଦ୍ୱିତୀୟ ଦ୍ୱିଶତକ ମାରିଛନ୍ତି। ତେବେ ତାଙ୍କର ଏହି ଦ୍ୱିଶତକ ମାରିବା ପଛରେ କ୍ୟାପଟେନ୍ କୋହଲିଙ୍କର ବଡ଼ ଭୂମିକା […]

  • Monday, 19 July 2021
liandara
୧୯ ବର୍ଷ ପରେ ଟପ୍‌ ୧୦୦ରୁ ବାଦ୍‌ ପଡ଼ିଲେ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ : ଭାରତ ତଥା ବିଶ୍ୱର ଭେଟରାନ ଟେନିସ୍‌ ଖେଳାଳି ଲିଆଣ୍ଡର ପେସ୍‌ଙ୍କୁ ବଡ଼ ଝଟ୍‌କା ଲାଗିଛି। ବିଶ୍ୱର ଶ୍ରେଷ୍ଠ ୧୦୦ ଜଣଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେଲା ରହି ଆସୁଥିବା ପେସ୍‌ ଏବେ ୧୦୧ ତମ ସ୍ଥାନକୁ ଖସି ଯାଇଛନ୍ତି। ଦୀର୍ଘ ୧୯ ବର୍ଷ ପରେ ପେସ୍‌ଙ୍କ ସହ ଏମିତି ଘଟିଛି। ପୂର୍ବରୁ ଏଟିପି ତାଲିକାରେ ୯୬ତମ ସ୍ଥାନରେ ଥିବା ପେସ୍‌କୁ ୫ଟି ସ୍ଥାନ ହରାଇବାକୁ ପଡ଼ିଛି। ଅନ୍ୟପକ୍ଷରେ ୮୫୬ ପଏଣ୍ଟ ସହ ପେସ୍‌ ଭାରତର […]

  • Monday, 19 July 2021
cri
ପୁଣି ଶେଫାଳୀ ଚମକ, ୧୦ ୱିକେଟରେ ଜିତିଲା ଭାରତୀୟ ମହିଳା ଟିମ୍‌

ଆଣ୍ଟିଗୁଆ: ପ୍ରଥମ ଟି-୨୦ ଭଳି ୱେଷ୍ଟଇଣ୍ଡିଜ୍‌ ମହିଳା ଦଳ ବିପକ୍ଷ ଦ୍ୱିତୀୟ ଟି-୨୦ରେ ମଧ୍ୟ ୧୫ ବର୍ଷୀୟ ଶେଫାଳୀ ବର୍ମାଙ୍କ ବ୍ୟାଟରୁ ଜବରଦସ୍ତ ରନ୍‌ ବର୍ଷା ହୋଇଛି। ଶେଫାଳୀଙ୍କ ଆଉ ଏକ ଅପରାଜିତ ଅର୍ଦ୍ଧଶତକ ବଳରେ ଟିମ୍‌ ଇଣ୍ଡିଆ ମହିଳା ଦଳ ୱେଷ୍ଟଇଣ୍ଡିଜକୁ ହରାଇ ୫ଟିକିଆ ଟି-୨୦ ସିରିଜ୍‌ରେ ଏବେ ୨-୦ରେ ଆଗୁଆ ହୋଇଯାଇଛି। ଶେଫାଳୀ ବ୍ୟାଟରେ କମାଲ କରିଥିବା ବେଳେ ବୋଲିଂରେ ଦୀପ୍ତି ଶର୍ମା ନିଜର ଜଲୱା ଦେଖାଇଛନ୍ତି। ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ […]

  • Monday, 19 July 2021
india
ନାଗପୁରରେ ଭାରତ ବିଜୟୀ

ନାଗପୁର: ଯୁବ ଅଲରାଉଣ୍ଡର ଶିବମ ଦୁବେଙ୍କ ନିର୍ଣ୍ଣାୟକ ମୋଡ଼ରେ ୱିକେଟ ଦଖଲ ଓ ଦୀପକ ଚହରଙ୍କ ଘାତକ ବୋଲିଂ ବଳରେ ଟିମ୍‌ ଇଣ୍ଡିଆ ଅନ୍ତିମ ଟି-୨୦ରେ ବାଂଲାଦେଶକୁ ୩୦ ରନ୍‌ରେ ହରାଇ ସିରିଜ୍‌ କବଜା କରିଛି। ଭାରତ ଦେଇଥିବା ୧୭୫ ରନ୍‌ର ଟାର୍ଗେଟ ପିଛା କରୁଥିବା ବାଂଲାଦେଶ ୧୪୪ ରନ କରି ଅଲଆଉଟ୍‌ ହୋଇଯାଇଛି।  ଏଥିସହ ଭାରତ ବିପକ୍ଷରେ ପ୍ରଥମଥର ଟି-୨୦ ସିରିଜ୍‌ ଜିତିବାକୁ ଲକ୍ଷ୍ୟ ରଖିଥିବା ବାଂଲାଦେଶର ସ୍ୱପ୍ନ ମଧ୍ୟ ଭାଙ୍ଗିଚୂରମାର ହୋଇଯାଇଛି। ଦୀପକ ଚହର […]

  • Monday, 19 July 2021
ଗଲ୍ଗୋ
ବାଂଲାଦେଶକୁ ୧୭୫ ରନ୍‌ର ଟାର୍ଗେଟ ଦେଲା ଭାରତ

ନାଗପୁର: ଶ୍ରେୟସ ଆୟରଙ୍କ ବିସ୍ଫୋରକ ୬୨ ଓ କେଏଲ ରାହୁଲଙ୍କ ୩୫ ବଲରେ ୫୨ ରନ୍‌ ବଳରେ ଟିମ୍‌ ଇଣ୍ଡିଆ ବାଂଲାଦେଶ ବିପକ୍ଷ ନିର୍ଣ୍ଣାୟକ ଟି-୨୦ରେ ୫ ୱିକେଟ ହରାଇ ୧୭୪ ରନ୍‌ କରିଛି। ଫଳରେ ବାଂଲାଦେଶ ଏହି ମ୍ୟାଚ୍‌ ସହ ଭାରତ ବିପକ୍ଷରେ ପ୍ରଥମ ଟି-୨୦ ସିରିଜ ଜିତିବାକୁ ୧୭୫ ରନ୍‌ର ଟାର୍ଗେଟ ପାଇଛି। ନାଗରପୁର ପିଚ୍‌ ବ୍ୟାଟସମ୍ୟାନଙ୍କୁ ସୁହାଉଥିବାରୁ ଏବେ ୧୭୦ ରନ୍‌କୁ ଡିଫେଣ୍ଡ କରିବା ଟିମ୍‌ ଇଣ୍ଡିଆ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। […]

  • Monday, 19 July 2021
ind
ମ୍ୟାଚ୍‌ ଜିତି ସିରିଜ ବରାବର କଲା ଟିମ୍‌ ଇଣ୍ଡିଆ

ଅହମଦାବାଦ୍‌: ନିଜର ୧୦୦ତମ ଟି-୨୦ ମ୍ୟାଚ୍‌ ଖେଳୁଥିବା ରୋହିତ ଶର୍ମାଙ୍କ ସୁପର ଶୋ’ରେ ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ବାଂଲାଦେଶକୁ ଏକତରଫା ଭାବେ ପରାସ୍ତ କରିଛି। ଏହି ବିଜୟ ସହ ବାଂଲାଦେଶଠାରୁ ଦିଲ୍ଲୀ ଟି-୨୦ ପରାଜୟର ମଧୁର ପ୍ରତିଶୋଧ ମଧ୍ୟ ନେଇଛି ଟିମ୍‌ ଇଣ୍ଡିଆ। ଖାଲି ସେତିକି ନୁହେଁ ଟିମ ଇଣ୍ଡିଆର ରାଜକୋଟ ବିଜୟ ପରେ ଟି-୨୦ ସିରିଜ୍‌ ଏବେ ୧-୧ରେ ବରାବର ହୋଇଯାଇଛି। ବାଂଲାଦେଶ ଦେଇଥିବା ୧୫୪ ରନ୍‌ ଟାର୍ଗେଟରୁ ରୋହିତ ଏକାକୀ ୮୫ ରନ୍‌ର ମ୍ୟାଚ […]

  • Monday, 19 July 2021
Cricket - India v Bangladesh 1st T20i at Delhi
ଭାରତକୁ ୧୫୪ ରନ୍‌ର ଟାର୍ଗେଟ

ଅହମଦାବାଦ୍‌: ବାଂଲାଦେଶ ବିପକ୍ଷରେ ସିରିଜ୍‌ ବରାବର କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆକୁ ୧୫୪ ରନ୍‌ର ଟାର୍ଗେଟ ମିଳିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୩ ରନ୍‌ କରିଛି। ଅର୍ଥାତ ଭାରତକୁ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଜିତିବା ପାଇଁ ୧୫୪ ରନ୍‌ର ଟାର୍ଗେଟ ମିଳିଛି। ଭାରତ ପ୍ରଥମ ଟି-୨୦ ହାରିଥିବାରୁ ଏହି ମ୍ୟାଚ୍‌ଟି ଜିତି ସ୍ଥିତି ୧-୧ରେ ବରାବର କରିବାକୁ ଲକ୍ଷ୍ୟ ରଖିଛି। […]

  • Monday, 19 July 2021
cri
ଭାରତ ନିରାଶ, ବାଂଲାଦେଶର ଐତିହାସିକ ବିଜୟ

ନୂଆଦିଲ୍ଲୀ: ମୁଶଫିକର ରହିମଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ବାଂଲାଦେଶ ପ୍ରଥମ ଟି-୨୦ ମ୍ୟାଚରେ ଭାରତକୁ ୭ ୱିକେଟରେ ହରାଇ ଐତିହାସିକ ବିଜୟ ହାସଲ କରିଛି। ଭାରତ ବିପକ୍ଷରେ ବାଂଲାଦେଶର ଏହା ପ୍ରଥମ ଟି-୨୦ ବିଜୟ। ଏହା ପୂର୍ବରୁ ବାଂଲାଦେଶ ଲଗାତାର ୮ଟି ମ୍ୟାଚରେ ଭାରତ ନିକଟରୁ ହାରିଥିଲା। ଏହି ବିଜୟ ସହ ବାଂଲାଦେଶ ତିନିମ୍ୟାଚ୍ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ସତ୍ତ୍ବେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ […]

  • Monday, 19 July 2021
cricket
ଭାରତକୁ ୧୪୮ ରନରେ ରୋକିଲା ବାଂଲାଦେଶ

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁ ଭାରତ ଓ ବାଂଲାଦେଶ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ବାତିଲ ହେବା ନେଇ ଯେଉଁ ଚର୍ଚ୍ଚା ଲାଗିଥିଲା, ସେଥିରେ ବିରମ ଲାଗିଛି। ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭ୍ରମଣକାରୀ ଟିମର ବୋଲରମାନେ ପ୍ରଶଂସନୀୟର ପ୍ରଦର୍ଶନ କରିଥିବା ବେଳେ ଭାରତୀୟ ବ୍ୟାଟ୍ସମ୍ୟାନ୍ ନିରାଶ କରିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୪୮ ରନ୍ କରିଛି। ଭାରତ […]

  • Monday, 19 July 2021
rohit
ବାଂଲାଦେଶକୁ ପ୍ରାରମ୍ଭିକ ସଫଳତା, ରୋହିତ୍ ଆଉଟ୍

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଏଠାରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯାଉଛି। ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବାଂଲାଦେଶକୁ ପ୍ରଥମ ଓଭରରେ ବଡ଼ ସଫଳତା ମିଳିଛି। ଭାରତୀୟ ଦଳର କ୍ୟାପଟେନ୍ ରୋହିତ୍ ଶର୍ମା ମାତ୍ର ୯ ରନ୍ କରି ପ୍ରତିପକ୍ଷ ଦଳର ପେସ୍ ବୋଲର ସାଫିଉଲ୍‌ ଇସଲାମଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ରୋହିତ୍ ମ୍ୟାଚର ପ୍ରଥମ ବଲରେ ଚୌକା ମାରି ଶୁଭାରମ୍ଭ କରିଥିଲେ। ଏହା ପରେ ପଞ୍ଚମ […]

  • Monday, 19 July 2021
male
ପୁରୁଷ ହକି ଟିମ୍‌କୁ ଅଲିମ୍ପିକ୍ସ ଟିକେଟ୍‌

ଭୁବନେଶ୍ୱର : ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ଇତିହାସ ସୃଷ୍ଟି କରିଛନ୍ତି ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଅଲିମ୍ପିକ କ୍ୱାଲିଫାୟର ମ୍ୟାଚରେ ଦମଦାର ବିଜୟ ସହ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ୨୦୨୦ ଟୋକିଓ ଟିକେଟ୍‌ ହାସଲ କରିଛନ୍ତି। ଆଜି ସନ୍ଧ୍ୟାର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ୧-୪ରେ ଆମେରିକା ଠାରୁ ପରାସ୍ତ ହୋଇଥିଲେ ହେଁ ଗତକାଲିର ବିଜୟ ଗୋଲ ବ୍ୟବଧାନ ଦୃଷ୍ଟିରୁ ରାନୀ […]

  • Monday, 19 July 2021
tweeter
ଭାରତୀୟ ମହିଳା ହକି ଟିମ୍‌କୁ ଅଲିମ୍ପିକ୍ସ ଟିକେଟ୍

ଭୁବନେଶ୍ୱର: ଭାରତୀୟ ମହିଳା ହକି ଟିମ୍‌କୁ ଅଲିମ୍ପିକ୍ସ ଟିକେଟ୍ । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା FIH କ୍ୱାଲିଫାଇଂ ଦ୍ୱିତୀୟ ମ୍ୟାଚରେ ପରାଜୟ ସତ୍ତ୍ୱେ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛି ମହିଳା ଟିମ୍। ଆଜିର ମ୍ୟାଟ୍‌ରେ ଆମେରିକା ଗତକାଲି ତ୍ରୁଟି ସୁଧାରି ଉନ୍ନତ ପ୍ରଦର୍ଶନ ସହ ଭାରତକୁ ୪-୧ ଗୋଲରେ ହରାଇଥିଲା। ତେବେ ପରାଜୟ ସତ୍ତ୍ୱେ ଅଧିକ ଗୋଲ ବଳରେ ଭାରତ ଅଲିମ୍ପିକ୍ ଟିକେଟ ପାଇଛି। ୨ଟି ମ୍ୟାଟ୍‌ରେ ଭାରତ ୬ଟି ଗୋଲ୍ କରି […]

  • Monday, 19 July 2021
crickter
ଓଡ଼ିଆ କ୍ରିକେଟର୍ ଦୁଇ ବର୍ଷ ପାଇଁ ବାସନ୍ଦ

କଟକ : ଓଡ଼ିଶା ରଣଜୀ ଦଳର ଦ୍ରୁତ ବୋଲର ରାଜେଶ ମହାନ୍ତି ଓ ବାମହାତୀ ସ୍ପିନର କ୍ରିଷ୍ଣା ପଲେଇଙ୍କୁ ବିସିସିଆଇ ଦୁଇ ବର୍ଷ ବାସନ୍ଦ କରିଛି। ବୟସ ପ୍ରମାଣପତ୍ରରେ ଜାଲିଆତି କରିଥିବା ଅଭିଯୋଗରେ ଉଭୟ ଓଡ଼ିଆ କ୍ରିକେଟରଙ୍କ ଉପରେ ଏହି ପ୍ରତିବନ୍ଧ ଲାଗିଛି। ରାଜେଶ ଦେଇଥିବା ବୟସ ପ୍ରମାଣପତ୍ରକୁ ଯାଞ୍ଚ କରିବା ପରେ ସେଥିରେ ଅନ୍ୟ ଜଣଙ୍କ ନାମ ଦେଖାଉଛି। ଏହି କାରଣରୁ ରାଜେଶଙ୍କୁ ବାସନ୍ଦ କରାଯାଇଥିବା କୁହାଯାଉଛି। ସେହିପରି ବର୍ତ୍ତମାନ ଡେରାଡୁନ ଗସ୍ତରେ ଥିବା ୨୩ […]

  • Monday, 19 July 2021
hoceys
ଅଲିମ୍ପିକ୍ କ୍ୱାଲିଫାୟର୍: ଆମେରିକା ପରାସ୍ତ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ଭାରତୀୟ ମହିଳା ଟିମ୍ ଘରୋଇ ଦର୍ଶକଙ୍କ ସାମ୍ନାରେ ଚିତ୍ତାକର୍ଷକ ବିଜୟ ହାସଲ କରି ଅଲିମ୍ପିକ୍ସର ନିକଟତର ହୋଇଛି। ଶୁକ୍ରବାର ଏଠାରେ ଭାରତୀୟ ମହିଳା ଟିମ୍ ଏଫଆଇଏଚ୍ ଅଲିମ୍ପିକ୍ କ୍ୱାଲିଫାୟରର ପ୍ରଥମ ମ୍ୟାଚରେ ଆମେରିକାକୁ ୫-୧ ଗୋଲରେ ପରାସ୍ତ କରିଛି। ଭାରତ ବିଜୟରେ ଗୁରଜିତ୍ କୌର୍ ଦୁଇଟି (୪୨ତମ, ୫୧ତମ) ଗୋଲ୍ ସ୍କୋର କରିଥିବା ବେଳେ ଲିଲିମା ମିଞ୍ଜ୍ (୨୮ତମ), ଶର୍ମିଳା ଦେବୀ (୪୦ତମ) ଓ […]

  • Monday, 19 July 2021
delhi stadium
ଦିଲ୍ଲୀ ଟି-୨୦ ସ୍ଥାନାନ୍ତର କରିବାକୁ ବିସିସିଆଇକୁ ଅନୁରୋଧ

ନୂଆଦିଲ୍ଲୀ : ଦିଲ୍ଲୀରେ ବାୟୁ ପ୍ରଦୁଷଣ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଦୀପାବଳି ପରେ ଦିଲ୍ଲୀର ପରିବେଶ ସମ୍ପୂର୍ଣ୍ଣ ଦୂଷିତ ହୋଇସାରିଛି। ଏଭଳି ସ୍ଥିତିରେ ନଭେମ୍ବର ୩ ତାରିଖରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବାକୁଥିବା ଟି-୨୦ ମ୍ୟାଚକୁ ସ୍ଥାନାନ୍ତର କରିବା ପାଇଁ ପରିବେଶବିତମାନେ ବିସିସିଆଇର ନବନିଯୁକ୍ତ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏହି ମ୍ୟାଚକୁ ଦିଲ୍ଲୀ ବାହାରେ କରାଇବା ପାଇଁ ପରିବେଶବିତ୍ ଅନୁରୋଧ କହିଛନ୍ତି। କେୟାର୍ ଫର୍ ଏୟାରର ଜ୍ୟୋତି […]

  • Monday, 19 July 2021
1st-T20I-
ଆଜିଠୁ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ଟି-ଟ୍ୱେଣ୍ଟି ସିରିଜ

ଲଣ୍ଡନ: ଟେଷ୍ଟ ଓ ଦିନିକିଆ ସିରିଜ ପୂର୍ବରୁ ଭାରତ-ଇଂଲଣ୍ଡ ମଧ୍ୟରେ ତିନିଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ।  ଆଜି ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ ମାଞ୍ଚେଷ୍ଟରରେ ଖେଳାଯିବ। ଆୟର୍ଲାଣ୍ଡ ବିପକ୍ଷରେ ବିଜୟରୁ ଗସ୍ତ ଆରମ୍ଭ କରିଥିବା ଟିମ୍ ଇଣ୍ଡିଆ ଇଂଲଣ୍ଡରେ ନିଜ ଦବ୍‌ଦବା ଜାରି ରଖିବାକୁ ଚେଷ୍ଟା କରିବ।  ସେପଟେ ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ଇଂଲଣ୍ଡର ମଧ୍ୟ ମନବଳ ଦୃଢ ରହିଛି।  ଭାରତୀୟ ସମୟ ରାତି ୧୦ଟାରେ ଆଜିର ମୁକାବିଲା ଅନୁଷ୍ଠିତ ହେବ

  • Monday, 19 July 2021
kohali
ଏମିତି କହିଲେ କୋହଲି

ରାଞ୍ଚି : ରାଞ୍ଚି ଟେଷ୍ଟ ଜିତି ସିରିଜ୍ କ୍ଲିନସୁଇପ୍ କରିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ବିଜୟର ଶ୍ରେୟ ପୂରା ଟିମକୁ ଦେଇଛନ୍ତି। କୋହଲି କହିଛନ୍ତି, “ଆମେ ବିଶ୍ୱର କୌଣସି ସ୍ଥାନରେ ଜିତିପାରିବୁ। ମ୍ୟାଚର ଫଳାଫଳ ମାଇଣ୍ଡସେଟ୍ ଏବଂ ପରିଶ୍ରମ ଉପରେ ନିର୍ଭର କରେ। ବିଶ୍ୱର ସର୍ବଶ୍ରେଷ୍ଠ ଟିମ୍ ହେବା ପାଇଁ ଆମକୁ ସବୁ ବିଭାଗରେ ବେଷ୍ଟ ହେବାକୁ ପଡ଼ିବ। ଏଠାରେ ଆମକୁ ଯେଉଁ ବିଜୟ ମିଳିଛି, ତାହା ଚମତ୍କାର। ଏକ ଟିମ୍ ଭାବେ ଆମେ […]

  • Monday, 19 July 2021
footbal
ଆଜିଠାରୁ ଫିଫା ବିଶ୍ୱକପ୍‌ର ନକ୍ଆଉଟ୍ ରାଉଣ୍ଡ

ମସ୍କୋ : ଆଜିଠାରୁ ଆରମ୍ଭ ହେଉଛି ଫିଫା ବିଶ୍ୱକପର ଅସଲି ମୁକାବିଲା। ପ୍ରି-କ୍ୱାର୍ଟର ରାଉଣ୍ଡର ପ୍ରଥମ ଦିନରେ ଲଢ଼େଇ ହେବ ଲାଟିନ୍ ଆମେରିକା ବନାମ୍ ୟୁରୋପ୍ । ମୁହାଁ ମୁହିଁ ହେବେ ବିଶ୍ୱ ଫୁଟବଲର ଦୁଇ ପାଓ୍ୱାର ହାଉସ୍ ଫ୍ରାନ୍ସ ଓ ଆର୍ଜେଣ୍ଟିନା। ଆଉ ରାତି ସାଢେ ୧୧ଟାରେ ପର୍ତ୍ତୁଗାଲକୁ ଭେଟିବ ଉରୁଗୁଏ। ମେସି ଭର୍ସେସ୍ ଗ୍ରିଜମ୍ୟାନ୍  ଡି ମାରିଆ ବନାମ୍ ପୋଗ୍‌ବା।  ବିଗ୍ ଫାଇଟ୍‌ରେ ବିଗ୍ ଷ୍ଟାରଙ୍କ ଟକ୍କର । ଫିଫା ବିଶ୍ୱକପ୍ ଟ୍ୱେଣ୍ଟି ଏଇଟିନର […]

  • Monday, 19 July 2021
kohali
ମହମ୍ମଦ ଆଝାରୁଦ୍ଦିନଙ୍କୁ ପଛରେ ପକାଇଲେ କୋହଲି

ରାଞ୍ଚି: ଦକ୍ଷିଣ ଆଫ୍ରିକା ବିପକ୍ଷ ରାଞ୍ଚିରେ ଖେଳାଯାଉଥିବା ସିରିଜର ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତ ବିଜୟ ନିକଟତର ପହଞ୍ଚିଛି। ଭାରତର ୪୯୭/୯ ରନ୍ ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୬୨ ରନରେ ଅଲଆଉଟ୍ ହୋଇଛି। ଫଳରେ ଭାରତୀୟ ଟିମକୁ ପ୍ରଥମ ଇନିଂସରେ ୩୩୫ ରନର ବଡ଼ ଅଗ୍ରଣୀ ମିଳିଛି। ଏହା ପରେ କ୍ୟାପଟେନ୍ କୋହଲି ଭ୍ରମଣକାରୀ ଦଳକୁ ଫଲୋଅନ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଅଷ୍ଟମଥର ପାଇଁ କୋହଲି ପ୍ରତିପକ୍ଷ ଦଳକୁ ଫଲୋଅନ୍ […]

  • Monday, 19 July 2021
ranchi
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୬୨ରନରେ ଅଲଆଉଟ୍

ରାଞ୍ଚି  : ରାଞ୍ଚି ଟେଷ୍ଟରେ ମଜବୁତ ସ୍ଥିତିରେ ଟିମ୍‌ ଇଣ୍ଡିଆ। ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୬୨ରନରେ ଅଲଆଉଟ ହୋଇଛି। ଏଥିସହ ଟିମ୍‌ ଇଣ୍ଡିଆ ପ୍ରଥମ ଇନିସଂରେ ୩୩୫ର ଅଗ୍ରଣୀ ଳାଭ କରିଛି। ଗତକାଲି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଦକ୍ଷିଣ ଆଫ୍ରିକା ଆଜି ସମସ୍ତ ୱିକେଟ ହରାଇଥିଲା। ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକାର ୮ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କରେ ପହଞ୍ଚି ପାରି ନଥିଲେ।  ଟିମ୍‌ ଇଣ୍ଡିଆ ପକ୍ଷରୁ ଉମେଶ ଯାଦବ ୩ଟି ୱିକେଟ ନେଇଥିବା ବେଳେ […]

  • Monday, 19 July 2021
DUTEE
ଦୂତି ଚାନ୍ଦଙ୍କୁ ଭୋଗ୍ ସ୍ପୋଟର୍ସ ପର୍ସନ୍ ଅଫ୍ ଦି ଇୟର୍ ସମ୍ମାନ

ମୁମ୍ବାଇ : ଭଗ୍ ମାଗାଜିନ୍ ପକ୍ଷରୁ ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କୁ ମିଳିଲା ସ୍ପୋଟର୍ସ ‘ପରସନ୍ ଅଫ୍ ଦ ଇୟର’ ସମ୍ମାନ। ଗତକାଲି ସଂଧ୍ୟାରେ ମୁମ୍ବାଇରେ ଆୟୋଜିତ ଏକ ରଙ୍ଗାରଙ୍ଗ ଉତ୍ସବରେ ଦୂତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଲମ୍ବା ସମୟ ଧରି କ୍ରୀଡ଼ା କ୍ଷେତ୍ରରେ ଦୂତିଙ୍କ ସଫଳତା ଓ ତାଙ୍କ ସଂଘର୍ଷ କାହାଣୀ ପାଇଁ ତାଙ୍କୁ ସମ୍ମାନ ପ୍ରଦାନ କରାଯାଇଛି। ସେହିଭଳି ଚଳିତ ବର୍ଷ ଭୋଗ୍ ମ୍ୟାନ୍ ଅଫ୍ ଦ ଇୟର ସମ୍ମାନ ଅଭିନେତା ରଣବୀର ସିଂହଙ୍କୁ […]

  • Monday, 19 July 2021
ganguli
ଭାରତ-ପାକ୍ ମ୍ୟାଚ୍‌ ନେଇ ଏମିତି କହିଲେ ଗାଙ୍ଗୁଲି

କୋଲକାତା: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିବାକୁ ଥିବା ସୌରଭ ଗାଙ୍ଗୁଲି ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜକୁ ନେଇ ମୁହଁ ଖୋଲିଛନ୍ତି। ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ଗାଙ୍ଗୁଲି କହିଛନ୍ତି, ଭାରତ-ପାକ୍ ମଧ୍ୟରେ କ୍ରିକେଟ୍ ସମ୍ପର୍କ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ ପରେ ଚର୍ଚ୍ଚା ଆରମ୍ଭ ହୋଇପାରେ। କୋଲକାତାରେ ଗୁରୁବାର ଏକ ମିଡିଆ ବ୍ରେକିଙ୍ଗ୍ ସମୟରେ ଗାଙ୍ଗୁଲିଙ୍କୁ ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ୍ ପୁଣିଥରେ ଆରମ୍ଭ କରିବା […]

  • Monday, 19 July 2021
germany-football
ସାଉଥ କୋରିଆ କିକ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଆଉଟ୍

ଭୁବନେଶ୍ୱର: ଫିଫା ବିଶ୍ୱକପରେ ବଡ଼ ବିପର୍ଯ୍ୟୟ। ଡଫେଣ୍ଡିଂ ଚାମ୍ପିୟନ ଜର୍ମାନୀକୁ ୨-୦ ଗୋଲରେ ହରାଇ ବିପର୍ଯ୍ୟୟ ଆଣିଛି ସାଉଥ୍‌ କୋରିଆ। ଗ୍ରୁପ-Fର ଶେଷ ଲିଗ୍ ମ୍ୟାଚ୍‌ରେ ହାରି ଜର୍ମାନୀ ଫିଫା ବିଶ୍ୱକପରୁ ବିଦାୟ ନେଇଛି। ୨୦୧୪ ବିଶ୍ୱକପରେ ଚାମ୍ପିୟନ ଦଳ ୨୦୧୮ ବିଶ୍ୱକପର ପ୍ରଥମ ରାଉଣ୍ଡରୁ ବିଦା ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି, ବିଶ୍ୱାସ ହେଉନଥିଲେ ବି ସତ। ଲଗ୍‌ ପର୍ଯ୍ୟାୟର ୩ଟି ମ୍ୟାଚ୍‌ରୁ ୨ଟି ମ୍ୟାଚ୍‌ରେ ପରାଜୟ ଫଳରେ ବିଦାୟ ନେଇଛି ଡିଫେଣ୍ଡିଂ ଚାମ୍ପିୟନ। […]

  • Monday, 19 July 2021
jersy
ଆଇଏସଏଲ୍ : ଓଡ଼ିଶା ଏଫସି କିଟ୍ ଉନ୍ମୋଚିତ

ଭୁବନେଶ୍ୱର: ଚଳିତ ମାସ ୨୦ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସଏଲ୍)ର ଷଷ୍ଠ ସଂସ୍କରଣ। ଏହା ପୂର୍ବରୁ ଆଇଏସଏଲର ଅନ୍ୟତମ ଫ୍ରାଞ୍ଚାଇଜି ଓଡ଼ିଶା ଏଫସି ବୁଧବାର ଭୁବନେଶ୍ୱରରେ ତା’ର ନୂଆ କିଟ୍ ଉନ୍ମୋଚିତ କରିଛି। ଚଳିତ ବର୍ଷ ଅଗଷ୍ଟ ୩୧ ତାରିଖରେ ଦିଲ୍ଲୀସ୍ଥ ଫ୍ରାଞ୍ଚାଇଜି ଓଡ଼ିଶା ସରକାରଙ୍କ ସହ ଏକ ଏମଓୟୁ ସ୍ୱାକ୍ଷର କରିଥିଲା। ଯାହା ପରେ ଦିଲ୍ଲୀ ଏଫସିର ନାଁ ବଦଳି ଏହା ଓଡ଼ିଶା ଏଫସି ହୋଇଥିଲା। ଏହି ଏମଓୟୁ ସ୍ୱାକ୍ଷର ସମୟରେ […]

  • Monday, 19 July 2021