ଶାସକ ଦଳ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।
ତାଲିବାନ୍ ଟାର୍ଗେଟ୍ରେ ଗଣମାଧ୍ୟମ । ଆଫଗାନ୍ରେ ସାମ୍ୱାଦିକଙ୍କ ଅବସ୍ଥା ଏବେ ଦିନ ମଜୁରିଆ ପାଲଟି ଯାଇଛନ୍ତି । ସେମାନଙ୍କ ଅବସ୍ଥା ଏତେ ହୀନ ହେଲାଣି ଯେ, ସେମାନଙ୍କୁ କୌଣସି ଚାକିରୀ ମିଳୁନାହିଁ । ବାଧ୍ୟ ହୋଇ ଶେଷରେ ସେମାନେ ଦିନ ମଜୁରୀଆ କାମ କରି ନିଜ ପେଟ ପୋଷୁଛନ୍ତି । ଆଫଗାନିସ୍ତାନର ବରିଷ୍ଠ ସାମ୍ବାଦିକ ହିଜବୁହ୍ଲା ଖାନଙ୍କ ଅନୁଯାୟୀ ଦେଶର ୮୦ ପ୍ରତିଶତ ଲୋକ ଏବେ ଭୋକବିକଳରେ ବଞ୍ଚିଛନ୍ତି । ଦେଶ ଚାଲାଇବା ପାଇଁ ତାଲିବାନ୍ ପାଖରେ ଅର୍ଥ ମଧ୍ୟ ନାହିଁ ।
ରାଜଧାନୀରେ ବେକାବୁ କରୋନା। ଭୁବନେଶ୍ୱରରେ ଆଜି ସର୍ବାଧିକ ୧୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨୪ ଆକ୍ରାନ୍ତଙ୍କ ମଧ୍ୟରୁ ୭୨ କ୍ୱାରେଣ୍ଟିନ କେନ୍ଦ୍ରରୁ ହୋଇଥିବା ବେଳେ ୫୨ ଲୋକାଲ୍ କେସ୍ ଅଛନ୍ତି। ଏହାକୁ ମିଶାଇ ଏଯାବତ୍ ୧୦୪୩ ଜଣ ଆକ୍ରାନ୍ତ ହେଲେଣି। ସେଥିରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ୫୭୪ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ:- ଲକ୍ଷ୍ମୀବିହାର […]