ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥି କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି, କଶ୍ମୀରକୁ ନେଇ ଯେଉଁ ବିବାଦ ରହିଛି ଏଥିରେ ମୁଖ୍ୟ କାରଣ ଧର୍ମ। ଏହି ବିବାଦର ସମାଧାନ ହେବା ଦରକାର ବୋଲି ଟ୍ରମ୍ପ ଗତକାଲି ଗଣମାଧ୍ୟମକୁ କହିଛନ୍ତି। ସମସ୍ୟାର ସମାଧାନ ପାଇଁ ଯଥା ସମ୍ଭବ ସେ ସମସ୍ତ ପ୍ରକାର ଚେଷ୍ଟା କରିବେ ବୋଲି ମଧ୍ୟ କହିଛନ୍ତି। ଆଗାମୀ ଦିନରେ ଫ୍ରାନ୍ସରେ ହେବାକୁ ଥିବା ଜି-୭ ବୈଠକରେ […]
ସିଓଲ: ଡୋନାଲ୍ଡ ଟ୍ରମ୍ପ ଇତିହାସ ସୃଷ୍ଟି କରିଛନ୍ତି। ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବେ ସେ ଅପ୍ରତ୍ୟାଶିତ ଢଙ୍ଗରେ ଉତ୍ତର କୋରିଆରେ ପହଞ୍ଚି ସେଠାକାର ସୁପ୍ରିମ ଲିଡର କିମ୍ ଜଙ୍ଗ ଉନ୍ଙ୍କୁ ସାକ୍ଷାତ କରିଛନ୍ତି। ଟ୍ରମ୍ପଙ୍କ ପୂର୍ବରୁ ଆମେରିକାର କୌଣସି ରାଷ୍ଟ୍ରପତି ଏଭଳି ପଦକ୍ଷେପ ଗ୍ରହଣ କରି ନଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉତ୍ତର କୋରିଆ ଓ ଦକ୍ଷିଣ କୋରିଆକୁ ଭାଗ କରୁଥିବା ଡି-ମିଲିଟାରାଇଜଡ୍ ଜୋନ୍ଠାରେ ଟ୍ରମ୍ପ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମଙ୍କ ସହ ହାତ […]
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଚନ୍ଦ୍ରକୁ ମଙ୍ଗଳ ଗ୍ରହର ଏକ ଅଂଶ ବୋଲି କହି ଅଡ଼ୁଆରେ ପଡ଼ିଛନ୍ତି। ତାଙ୍କୁ ଏଥିପାଇଁ ଟ୍ୱିଟରରେ ହଟହଟା ହେବାକୁ ପଡ଼ିଛି। ସେ ଗତକାଲି ରାତିରେ ଟ୍ୱିଟ୍ କରି କହିଥିଲେ, ଆମେ (ମହାକାଶ ଅଭିଯାନ ପାଇଁ) ଯେଉଁ ପ୍ରକାର ପାଣି ଭଳି ଅର୍ଥ ବ୍ୟୟ କରୁଛୁ ସେଥିରେ ନାସା ପୁଣିଥରେ ଚନ୍ଦ୍ରପୃଷ୍ଠକୁ ଯିବା କଥା ନ ଉଠାଇଲେ ଭଲ। ତାହା ଆମେ ୫୦ ବର୍ଷ ଆଗରୁ କରିସାରିଛେ। ବରଂ ଏବେ ମଙ୍ଗଳ (ଚନ୍ଦ୍ର ଯାହାର […]
ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ ଉନ୍ଙ୍କ ମଧ୍ୟରେ ଦ୍ୱିତୀୟ ଦ୍ୱିପାକ୍ଷିକ ଚର୍ଚ୍ଚା ହେବାର ସମ୍ଭାବନା ରହିଛି। ଏହି ଦ୍ୱିତୀୟ ବାର୍ତ୍ତା ଉପରେ ସାରା ବିଶ୍ୱର ନଜର ରହିଛି। ଏହି ସାକ୍ଷାତ କାର୍ଯ୍ୟକ୍ରମ ଭିଏମତନାମରେ ହେବ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଆଲୋଚନା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡ଼ିଛି। ଗତ ଜାନୁଆରୀ ୧୮ ତାରିଖରେ ଏହି ସାକ୍ଷାତ କାର୍ଯ୍ୟକ୍ରମ ନେଇ ହ୍ୱାଇଟ୍ ହାଉସ୍ […]
ୱାଶିଂଟନ୍: ଆମେରିକାର ଭୟଙ୍କର ଭାବେ କ୍ଷତି ଘଟାଇଛି ମହାମାରୀ କରୋନା ଭାଇରସ୍। ଏଠାରେ ଏକ ଲକ୍ଷ ମୁହାଁ ହେଲାଣି ମୃତ୍ୟୁ ସଂଖ୍ୟା। ଏଭଳି ସ୍ଥିତିରେ କରୋନାଠୁ ରକ୍ଷା ପାଇଁ ଆମେରିକା ରାଷ୍ଟ୍ରପତି ଜିଙ୍କ୍ ସହିତ ମ୍ୟାଲେରିଆ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଟାବ୍ଲେଟ୍ ଖାଉଛନ୍ତି। ଏନେଇ ନିଜେ ଟ୍ରମ୍ପ ଘୋଷଣା କରିବା ପରେ ସମସ୍ତଙ୍କୁ ଏହା ଆଶ୍ଚର୍ଯ୍ୟ କରିଦେଇଛି। ଏହାପୂର୍ବରୁ ଆମେରିକାର ବୈଜ୍ଞାନିକମାନେ କହିଥିଲେ ଯେ ମ୍ୟାଲେରିଆ ଔଷଧ କରୋନା ଭାଇରସ ପାଇଁ ଉଦ୍ଦିଷ୍ଟ ନୁହେଁ। ତଥାପି ଟ୍ରମ୍ପଙ୍କର ଏପରି ଘୋଷଣା […]
ନୂଆଦିଲ୍ଲୀ: ଅାସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହୋଇପାରନ୍ତି ଅାମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଗତ ଏପ୍ରିଲ୍ରେ ଭାରତ ସରକାର ଏଥିପାଇଁ ଟ୍ରମ୍ପଙ୍କୁ ନିମନ୍ତ୍ରଣ ପ୍ରସ୍ତାବ ପଠାଇଛନ୍ତି। ଯଦି ଟ୍ରମ୍ପ୍ ଏହାକୁ ସ୍ୱୀକାର କରନ୍ତି, ତେବେ ମୋଦି ସରକାର ପାଇଁ ଏହା ଏକ ବଡ଼ ସଫଳତା ଭାବେ ଗ୍ରହଣ କରାଯିବ। ଅାମେରିକା ସରକାର ମଧ୍ୟ ଏଦିଗରେ ସକରାତ୍ମକ ଭାବେ ଚିନ୍ତା କରୁଛି ବୋଲି ଜଣାପଡ଼ିଛି। ତେବେ ଅାମେରିକା […]
ୱାଶିଂଟନ୍ : ବର୍ତ୍ତମାନ ପାଇଁ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ଟଳି ଯାଇଛି। ଆମେରିକା-ଇରାନ ଯୁଦ୍ଧ ହେବାର ଆଶଙ୍କା କମ୍ । କାରଣ ସଂଯମତା ଦେଖାଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ଆମେରିକା ଉତ୍ତେଜନାକୁ ବୃଦ୍ଧି କରିବାକୁ ଚାହୁଁନାହିଁ କିମ୍ବା ଆଉ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ନେବ ନାହିଁ । ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ସ୍ଥିରତା ଦରକାର । ଇରାନର ହିଂସା ଯୋଗୁଁ ମଧ୍ୟପ୍ରାଚ୍ୟରେ ଶାନ୍ତି ଆସିବନି । ତେଣୁ ଏହି ଦେଶକୁ ଏକଘରିକିଆ […]
ନୂଆଦିଲ୍ଲୀ : ଟ୍ରମ୍ଫଙ୍କ ଭଳି ହେବ ମୋଦିଙ୍କ ପ୍ଲେନ୍। ଆଉ ଏୟାର ଇଣ୍ଡିଆ ନୁହେଁ ଏୟାର ଫୋର୍ସର ଅତ୍ୟାଧୁନିକ ବିମାନରେ ଉଡ଼ିବେ ମୋଦି। ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ବ୍ୟବହାର କରୁଥିବା ବିମାନ ବୋଇଂ 747-200B ଭଳି ଭାରତର ପ୍ରଧାନମନ୍ତ୍ରୀଙ୍କ ପାଇଁ ବି ଆସିବ ବୋଇଂ-777-300ER ଏୟାରକ୍ରାଫ୍ଟ। ଯିଏକି ଶତ୍ରୁ ପକ୍ଷର ରାଡ଼ାରକୁ ଚକ୍ମା ଦେବା ସହ ଆଣ୍ଟି ମିଜାଇଲ୍ ଡିଫେନ୍ସ ସିଷ୍ଟମ୍ର ବି ଉପଯୋଗ କରିପାରିବ। ସାଉଥ୍ ବ୍ଲକର ଜଣେ […]
ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ି ଚାଲିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଉଭୟ ଟେଲିଫୋନ ଯୋଗେ ୩୦ ମିନିଟ୍ରୁ ଅଧିକ ସମୟ କଥା ହୋଇଛନ୍ତି। ଟ୍ରମ୍ପଙ୍କ ସହ ମୋଦି କଶ୍ମୀର ଠାରୁ ଆରମ୍ଭ କରି ଦ୍ୱିପାକ୍ଷିକ ଓ ଆଞ୍ଚଳିକ ବିକାଶ ସମ୍ପର୍କରେ କଥା ହୋଇଛନ୍ତି। ଏହି ସମୟରେ ପାକିସ୍ତାନ କେମିତି ଭାରତରେ ବିଶୃଙ୍ଖଳା […]
ନ୍ୟୁୟର୍କ: ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଜୋଏ ବିଡେନ୍ ହେବେ ଡେମୋକ୍ରେଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ। ତାଙ୍କୁ ଦଳ ତରଫରୁ ମନୋନୟନ କରାଯାଇଛି। ଆସନ୍ତା ନଭେମ୍ବର ମାସରେ ହେବ ରାଷ୍ଟ୍ରପତି ନିର୍ବାଚନ। ଏଥିରେ ସେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଲଢିବେ। ତେବେ ଡେମୋକ୍ରାଟିକ ପାର୍ଟିରେ ତାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ଗତ ଶୁକ୍ରବାର ଆୟୋଜିତ ଏକ ସଭାରେ ଜୋଏ ଆମେରିକାର ଜବ୍ ରିପୋର୍ଟକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ସମାଲୋଚନା କରିଥିଲେ। ଏହାସହ ଯୁକ୍ତରାଷ୍ଟ୍ରର ଅର୍ଥ […]
ବେଜିଂ: ଚର୍ଚ୍ଚାରେ ଡୋନାଲ୍ଡ ଟ୍ରମ୍ପଙ୍କ ବୁଦ୍ଧ ଷ୍ଟାଚ୍ୟୁ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୁଦ୍ଧ ଅବତାର ଏବେ ଚାଇନାର ଅନଲାଇନ୍ ସପିଂ ପ୍ଲାଟଫର୍ମରେ ଟ୍ରେଣ୍ଡ୍ କରୁଛି । ଯାହାର ଦାମ୍ ରହିଛି ୧୧ ହଜାରରୁ ୪୪ ହଜାର ଟଙ୍କା। ମେକ୍ ୟୋର କଂପାନି ଗ୍ରେଟ୍ ଏଗେନ୍ ଟ୍ୟାଗ୍ ଲାଇନ୍ ସହ ଏହି ଷ୍ଟାଚ୍ୟୁ ବିକ୍ରି କରାଯାଉଛି। ଟ୍ରମ୍ପଙ୍କର ଏହି ପ୍ରତିମୂର୍ତ୍ତି ଗୌତମବୁଦ୍ଧଙ୍କ ପ୍ରତିମା ସହ ମେଳ ଖାଉଛି। ଚାଇନାର ଜଣେ ଫର୍ଣ୍ଣିଚର ନିର୍ମାତା ଟ୍ରମ୍ପଙ୍କ ଏହି […]
ୱାସିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଆଶ୍ୱସ୍ତି। କ୍ୟାପିଟାଲ୍ ହିଲ୍ ହିଂସା ମାମଲାରେ ଟ୍ରମ୍ପଙ୍କୁ ମିଳିବନି ଦଣ୍ଡ। ଆମେରିକା ସିନେଟରେ ଟ୍ରମ୍ପଙ୍କ ବିରୋଧରେ ଗତକାଲି ମହାଭିଯୋଗ ମାମଲାରେ ଭୋଟିଂ ହୋଇଥିଲା। ଯେଉଁଥିରେ ଟ୍ରମ୍ପଙ୍କ ବିରୋଧରେ ୫୭ ସିନେଟରେ ଭୋଟ୍ ପଡ଼ିଥିବାବେଳେ ସପକ୍ଷରେ ୪୩ଟି ଭୋଟ୍ ପଡ଼ିଥିଲା। ଫଳରେ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ବହୁମତ ମିଳିପାରି ନଥିଲା। ଏହାସହ ଦ୍ୱିତୀୟ ଥର ପାଇଁ ମହାଭିଯୋଗ ପ୍ରସ୍ତାବ ଖାରଜ ହୋଇଛି। US Senate voted 57-43 […]
ଆମେରିକାର ଓ୍ୱାଶିଂଟନରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ହଙ୍ଗାମା କରିଛନ୍ତି । ସଂସଦ ପରିସରରେ ହୋଇଥିବା ହିଂସାକାଣ୍ଡରେ ଏବେ ସୁଦ୍ଧା ୪ ଜଣ ପ୍ରାଣ ହରାଇଛନ୍ତି । ହିଂସାକୁ ଦୃଷ୍ଟିରେ ରଖି ଓ୍ୱାଶିଂଟନ ମେୟର ୧୫ ଦିନ ପାଇଁ ଏମରଜେନ୍ସି ଘୋଷଣା କରିଛନ୍ତି । ଆମେରିକା : ଆମେରିକା ସଂସଦ ପରିସରରେ ଟ୍ରମ୍ପଙ୍କ ସମର୍ଥକ ଲଙ୍କାକାଣ୍ଡ ଘଟାଇଛନ୍ତି। ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏବେ ସୁଦ୍ଧା ଦେଶରେ ଉତ୍ତେଜନା ଜାରି ରହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳର ଶେଷ ଦିନରେ […]
ୱାଶିଂଟନ: ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପୁଣି ଥରେ ଆସିଛି ମହାଭିଯୋଗ। କ୍ୟାପିଟାଲ୍ ହିଲ୍ରେ ହୋଇଥିବା ହିଂସା ପରେ ଦ୍ୱିତୀୟ ଥର ପାଇଁ ଟ୍ରମ୍ପଙ୍କ ବିରୋଧରେ ପ୍ରସ୍ତାବ ପାରିତ ହୋଇଛି। ସିନେଟ୍ରେ ପୁଣି ଥରେ ଟ୍ରମ୍ପଙ୍କୁ ବିତାଡ଼ିତ କରିବାକୁ ପ୍ରସ୍ତାବ ପାରିତ କରାଯାଇଛି। ଟ୍ରମ୍ପଙ୍କ ବିରୋଧରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରାଯିବା ସହ ତାଙ୍କ ମହାଭିଯୋଗ ପ୍ରସ୍ତାବକୁ ଖୋଦ୍ ତାଙ୍କ ଦଳ ତଥା ରିପବ୍ଲିକାନରୁ ୧୦ ଜଣ ସଭ୍ୟ ବି ଏହାକୁ ସମର୍ଥନ ଜଣାଇଛନ୍ତି। ଆମେରିକା ଇତିହାସରେ ପ୍ରଥମ […]
ନୂଆଦିଲ୍ଲୀ: ଫେସ୍ବୁକ୍ ଏବଂ ଟ୍ୱିଟର ପରେସ ଏବେ ୟୁଟ୍ୟୁବ ମଧ୍ୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ସପ୍ତାହ ପାଇଁ ବ୍ୟନ କରିଛି। ଆମେରିକାରେ ହିଂସାତ୍ମକ କାର୍ଯ୍ୟକଳାପକୁ ନେଇ ଚିନ୍ତା ପ୍ରକଟ କରିବା ସହ ଅନଲାଇନ ଓ ଭିଡିଓ ପ୍ଲାଟଫର୍ମ ଏପରି ଘୋଷଣା କରିଛି। ୟୁଟ୍ୟୁବ୍ ଏକ ସପ୍ତାହ ପାଇଁ ଏହି କଟକଣା ଲଗାଇଛି। ଏହାର କାରଣ ସମ୍ପର୍କରେ ଉତ୍ତର ରଖି ୟୁଟ୍ୟୁବ କହିଛି, ସେ କରିଥିବା ଯେ କୌଣସି ପୋଷ୍ଟକୁ ନେଇ ହିଂସା ବ୍ୟାପିପାରେ। ଆଗାମୀ ୭ ଦିନ ପାଇଁ […]
ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପୁଣି ଥରେ ଆସିଛି ମହାଭିଯୋଗ ପ୍ରସ୍ତାବ । ଡେମୋକ୍ରାଟଙ୍କ ତରଫରୁ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି। ସମ୍ବିଧାନର ୨୫ ତମ ସଂଶୋଧନ ଲାଗୁ କରି ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ବହିଷ୍କାର କରିବା ପାଇଁ ଉପରାଷ୍ଟ୍ରପତି ପେନ୍ସଙ୍କୁ କହିଛନ୍ତି ଡେମୋକ୍ରାଟ୍ ନେତାମାନ॥ ଏ ସଂପର୍କିତ ଏକ ପ୍ରସ୍ତାବ ଆଗତ କରାଯାଇଛି । ଏଥିରେ କୁହାଯାଇଛି, ଟ୍ରମ୍ପ ରାଷ୍ଟ୍ରପତି ପଦରେ ରହିବାକୁ ଯୋଗ୍ୟ ନୁହନ୍ତି। ତେବେ ଏହି ପ୍ରସ୍ତାବ ଉପରେ ତୁରନ୍ତ […]
ୱାଶିଂଟନ: କ୍ୟାପିଟାଲ ହିଂସା ପରେ ବନ୍ଦ ହେଲା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ବିଟର ଆକାଉଣ୍ଟ । ସ୍ଥାୟୀ ଭାବେ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରାଯାଇଥିବା ନେଇ ସୂଚନା ଦେଇଛି ଟ୍ୱିଟର । ଟ୍ରମ୍ପଙ୍କ ଉଭୟ ବ୍ୟକ୍ତିଗତ ଓ ଅଫିସିଆଲ୍ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି। ଆମେରିକା ସଂସଦ କ୍ୟାପିଟାଲ ହିଲ୍ର ଟ୍ରମ୍ପ ସମର୍ଥକଙ୍କ ହିଂସାକାଣ୍ଡ ପରେ ଟ୍ୱିଟର ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଆଗକୁ ମଧ୍ୟ ଟ୍ରମ୍ପଙ୍କ ସମର୍ଥକମାନେ ହିଂସାକାଣ୍ଡ ଘଟାଇବା ଆଶଙ୍କା ଥିବାରୁ ଏପରି […]
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ବିବାଦ ଆମେରିକାରେ ଥମିନି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପରାଜୟ ସ୍ୱୀକାର କରିବାକୁ ରାଜି ନ ଥିବାବେଳେ ଏହି ଫଳାଫଳକୁ ବେଆଇନ ବୋଲି କହି ଇଲେକ୍ଟୋରାଲ ପ୍ରସେସ୍କୁ ପ୍ରଭାବିତ କରିବାକୁ ଚାହୁଁଛନ୍ତି। ଏପରିକି ଆଜି ଟ୍ରମ୍ପ ସମର୍ଥକଙ୍କ ହିଂସା ବିସ୍ଫୋରକ ରୂପ ନେଇଛି। ହଜାର ହଜାର ଟ୍ରମ୍ପ ସମର୍ଥକ ଅସ୍ତ୍ରଶସ୍ତ୍ର ନେଇ ସଂସଦରେ ଧସେଇ ପଶିବା ସହ ଭଙ୍ଗାରୁଜା କରି ସିନେଟରଙ୍କୁ ବନ୍ଧକ କରିନେଇଛନ୍ତି । ଏହି ହିଂସାକାଣ୍ଡରେ […]
ୱାଶିଂଟନ: ଏକ ମାସ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ। ଏହା ସହ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହ୍ୱାଇଟ ହାଉସକୁ ବିଦାୟ ଦେବାକୁ ପଡିବ। ଯଦିଓ ଟ୍ରମ୍ପ ହ୍ୱାଇଟ ହାଉସ ଛାଡିବା ବିଷୟରେ ଖୋଲାଖୋଲି ଭାବେ କିଛି କହୁ ନାହାଁନ୍ତି, ତେବେ ଅନୁମାନ କରାଯାଉଛି, ରାଷ୍ଟାପତି ଭବନ ଛାଡିବା ପରେ ସେ ଫ୍ଲୋରିଡାର ପାଲମ ବିଚରେ ଥିବା ମାର-ଏ-ଲାଗୋ କ୍ଲବକୁ ଯାଇପାରନ୍ତି। ତେବେ ଟ୍ରମ୍ପଙ୍କ ପଡ଼ୋଶୀମାନେ ତାଙ୍କୁ ମନେ ପକାଇ ଦେଇଛନ୍ତି […]
ପାଟନା: ଲକ୍ଡାଉନ୍ ବେଳେ ଅସୁସ୍ଥ ବାପାଙ୍କୁ ଦୀର୍ଘ ୧୨ଶହ କିଲୋମିଟର ସାଇକେଲରେ ବସାଇ ନିଜ ଘରକୁ ଆଣିଥିବା ଜଣେ ୧୫ ବର୍ଷୀୟା ଝିଅର ସାହସକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ୧୫ ବର୍ଷୀୟା ଜ୍ୟୋତି କୁମାରୀ ତାଙ୍କ ଅସୁସ୍ଥ ବାପାଙ୍କୁ ସାଇକେଲ୍ରେ ବସାଇ ଗୁରୁଗ୍ରାମରୁ ବିହାରର ଦରଭଙ୍ଗା ପର୍ଯ୍ୟନ୍ତ ଆଣିଥିଲେ। ଜ୍ୟୋତିଙ୍କ ଏପରି ସାହସିକ ପଦକ୍ଷେପ ପାଇଁ ସାଇକ୍ଲିଂ ଫେଡେରେସନ ପକ୍ଷରୁ ତାଙ୍କୁ ଡାକରା ମିଳିଛି। ଅଷ୍ଟମ ଶ୍ରେଣୀରେ ପଢୁଥିବା ଜ୍ୟୋତିଙ୍କୁ ତାଙ୍କ ସାଇକ୍ଲିଂ ଦକ୍ଷତା ସମ୍ପର୍କରେ […]