ସରକାରୀ ଚାକିରି କରିଛନ୍ତି କିନ୍ତୁ କୋଟି କୋଟି ଟଙ୍କାର ସମ୍ପତ୍ତି ରଖିଛନ୍ତି, ଯାହାର ହିସାବ ସେ ନିଜେ ବି ଦେଇ ପାରୁନାହାନ୍ତି।
କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଠକି ୨ ନକଲି ଆଇଏଏସ୍ ଗିରଫ । ଟୁଇନ ସିଟିରୁ ଉଭୟ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW । ଗିରଫ୍ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର ସ୍ୱାଇଁ
ଚାଷୀଙ୍କ ନାଁରେ କୋଟି କୋଟି ଟଙ୍କା ଋଣ କରାଯାଇଥିବା ଅଭିଯୋଗ।ଭଦ୍ରକ ବରଗଡ଼ା ସେବା ସମବାୟ ସମିତିରେ ମହା ଦୁର୍ନୀତି ।
ନିର୍ବାଚନ ବର୍ଷର ବିଜ୍ଞାପନ ଖର୍ଚ୍ଚରେ ଦେଶରେ ଏକ୍ ନମ୍ବର କେଜ୍ରିଓ୍ୱାଲ୍ ସରକାର, ଦୁଇ ନମ୍ବର ବିଜେଡି ସରକାର। ପୂର୍ବ ବର୍ଷ ତୁଳନାରେ ୨୦୧୯ରେ ବିଜ୍ଞାପନ ଓ ପ୍ରଚାର ପ୍ରସାର ବାବଦରେ ବିଜେଡି ସରକାରର ବ୍ୟୟ ବଢ଼ିଥିଲା ୨୪୯ ପ୍ରତିଶତ। ଏସ୍ବିଆଇ ଇକୋରାପ୍ ରିପୋର୍ଟର ତଥ୍ୟରେ ଏହା ସାମ୍ନାକୁ ଆସିବାପରେ ତେଜିଛି ରାଜନୀତି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ
ନିର୍ବାଚନ ବର୍ଷର ବିଜ୍ଞାପନ ଖର୍ଚ୍ଚରେ ଦେଶରେ ଏକ୍ ନମ୍ବର କେଜ୍ରିଓ୍ୱାଲ୍ ସରକାର, ଦୁଇ ନମ୍ବର ବିଜେଡି ସରକାର। ପୂର୍ବ ବର୍ଷ ତୁଳନାରେ ୨୦୧୯ରେ ବିଜ୍ଞାପନ ଓ ପ୍ରଚାର ପ୍ରସାର ବାବଦରେ ବିଜେଡି ସରକାରର ବ୍ୟୟ ବଢ଼ିଥିଲା ୨୪୯ ପ୍ରତିଶତ। ଏସ୍ବିଆଇ ଇକୋରାପ୍ ରିପୋର୍ଟର ତଥ୍ୟରେ ଏହା ସାମ୍ନାକୁ ଆସିବାପରେ ତେଜିଛି ରାଜନୀତି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ
ଭୁବନେଶ୍ୱର: ମିଲର୍ ଯେ କେବଳ ଚାଷୀଙ୍କୁ ଲୁଟୁଛନ୍ତି, ତା ନୁହେଁ, ରାଜ୍ୟ ସରକାରଙ୍କୁ ବି କୋଟି କୋଟି ଟଙ୍କାର ଚୂନ ଲଗାଇଛନ୍ତି। ଚାଉଳ ଯୋଗାଣ ନାଁରେ ଧାନ ନେଇ କୋଟି କୋଟି ଟଙ୍କାର ଘୋଟାଲା କରିଛନ୍ତି ମିଲରମାନେ। ଯୋଗାଣ ବିଭାଗର ନବରଙ୍ଗପୁର ଜିଲ୍ଲା ପରିଚାଳକଙ୍କ ଉଦ୍ଦେଶ୍ୟରେ ଜାରି ହୋଇଥିବା ବିଭାଗୀୟ ନିର୍ଦ୍ଦେଶନାମାରେ ଏପରି ତଥ୍ୟ ସାମ୍ନାକୁ ଆସିଛି। ନବରଙ୍ଗପୁର ଜିଲ୍ଲାର ଖିଲାପି ମିଲରଙ୍କ ବିରୋଧରେ ଫୌଜଦାରୀ ଏବଂ ଅପରାଧିକ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ […]
ନୂଆଦିଲ୍ଲୀ: ଆପଣ କେବେ ବିଶ୍ୱାସ କରିପାରିବେ କି କୋଟି କୋଟି ଟଙ୍କା ଦରମା ପାଉଥିବା ବ୍ୟକ୍ତି ସାମାନ୍ୟ ସ୍ୟାଣ୍ଡ୍ୱିଚ୍ ଚୋରି କରିପାରିବ ବୋଲି ? ଆଉ ଏଥିପାଇଁ ଚାକିରିରୁ ମଧ୍ୟ ନିଲମ୍ବନ ହେବାକୁ ପଡ଼ିବ। କଥାଟା ଶୁଣିକି ଅଜବ ଲାଗୁଥିଲେ ବି ଘଟଣାଟି ସତ। ଏମିତି ଏକ ଘଟଣା ଘଟିଛି ବ୍ୟାଙ୍କ୍ରେ ଏକ ଉଚ୍ଚ ପଦବୀରେ ଥିବା କର୍ମଚାରୀଙ୍କ ସହ। ଯିଏକି ୯ କୋଟିରୁ ଅଧିକ ଟଙ୍କାର ଦରମା ପାଉଥିଲେ। ଏକ ବ୍ୟାଙ୍କରେ ଉଚ୍ଚ ପଦବୀରେ ଥିବା […]
ଯାଜପୁର / ଭୁବନେଶ୍ୱର : ଅବାଟରେ ଖର୍ଚ୍ଚ ହେଉଛି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ। ଗରିବ ଲୋକଙ୍କ ଚିକିତ୍ସା ପାଇଁ ଟଙ୍କା ନାହିଁ, ହେଲେ ସହରାଞ୍ଚଳରେ ଚାଲିଥିବା ୫ ଟଙ୍କିଆ ଆହାର ଯୋଜନା ପାଇଁ କିନ୍ତୁ ଏହି ଫଣ୍ଡରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ଆହୁରି ଆଶ୍ଚର୍ଯ୍ୟର କଥା ହେଲା ଆହାର ଯୋଜନାରେ ଖର୍ଚ୍ଚ ଟଙ୍କାକୁ ନେଇ ନଗର ଉନ୍ନୟନ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଦିଆଯାଇଥିବା ଆରଟିଆଇ ତଥ୍ୟରେ ବି କୋଟି କୋଟି […]
ଭୁବନେଶ୍ୱର (ଅତୁଲ୍ୟ ବାଉତ): ରାଜଧାନୀରେ ଚାକିରି କରାଇଦେବା ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଚାକିରିର ପ୍ରଲୋଭନ ଦେଖାଇ ଜଣେ ଯୁବକ କୋଟି କୋଟି ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଯୁବକ ଜଣକ ଠକେଇ କରୁଥିବା ସଂସ୍ଥାର ଏମ୍ଡି ସୁବାସ ନାୟକ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ସୁବାସ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଚାକିରୀ କରାଇଦେବା କହି ଯୁବକ ଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲା ବୋଲି ଅଭିଯୋଗ ହୋଇଛି। ଲୋକଙ୍କୁ […]
ଭୁବନେଶ୍ୱର : ହକି ବିଶ୍ୱକପ୍ ଅାୟୋଜନକୁ ନେଇ ତେଜୁଛି ବିବାଦ। ଖେଳର ବିକାଶ ନୁହେଁ ନବୀନ ନିଜର ପ୍ରଚାର ଲାଗି କରଦାତାଙ୍କ କୋଟି କୋଟି ଟଙ୍କା ଶ୍ରାଦ୍ଧ କରିଥିବା ସଂଗୀନ ଅଭିଯୋଗ ଅାଣିଛି ବିଜେପି। ବିଶ୍ୱକପ୍ ହକି ବ୍ୟୟବହୁଳ ଉଦ୍ଘାଟନୀ ଉତ୍ସବକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି କରିଛି ଟାର୍ଗେଟ୍। ନବୀନ ଅାତ୍ମପ୍ରଚାର ଲାଗି କରଦାତାଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ଦଳ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି। କଟକ ଉତ୍ସବରେ ଅତିଥି ହେବା ଲାଗି […]
ଭୁବନେଶ୍ୱର: ହତ୍ୟା ଅଭିଯୁକ୍ତଙ୍କଠାରୁ ମିଳିଲା ସାଢ଼େ ୩ କୋଟିର ବ୍ରାଉନସୁଗାର। ଖୋର୍ଦ୍ଧା ପୋଲିସ୍ ହାତରେ ଧରାପଡ଼ିଛି ଦଧିମାଛଗାଡ଼ିଆ ହତ୍ୟାକାଣ୍ଡର ଅଭିଯୁକ୍ତ, ଯାହାଠୁ ମିଳିଛି ୩ କେଜି ୬୦୨ ଗ୍ରାମ ବ୍ରାଉନସୁଗାର। ଆଜି ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ DIG ଆଶିଷ ସିଂହ। ଜୁନ ୧୫ ହତ୍ୟାକାଣ୍ଡ ପରଠୁୁ ଅଭିଯୁକ୍ତ ଫେରାର ଥିଲା। ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ୍ ସ୍ପେଶାଲ ଟାସ୍କ ଫୋର୍ସ ଗଠନ କରିଥିଲା। ତେବେ ଅଭିଯୁକ୍ତ ଗିରଫ ହେବା ପରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। […]
ରାଜଧାନୀରେ ବାଟବଣା ହୋଇଛି କି ବିଏମ୍ସିର ମୋ ସାଇକେଲ ଯୋଜନା ? ଗୋଟିଏ ପଟେ ରାସ୍ତା କଡ଼ରେ ବିନା ବ୍ୟବହାରରେ ଛିଡ଼ା ହୋଇଥିବା ଶହ ଶହ ସାଇକେଲ, ବାସ୍ତବ ସ୍ଥିତି ବଖାଣୁଥିବାବେଳେ ଏପଟେ କାବଡ଼ି ଖାନାକୁ ସ୍କ୍ରାପିଂ ପାଇଁ ଗଲାଣି ଶହ ଶହ ସାଇକେଲ।
କବାଡ଼ି ଖାନାରେ ମୋ ସାଇକେଲ। କୁଢ଼ କୁଢ଼ ଗଦା ହୋଇଛି, ଖଣ୍ଡ ଖଣ୍ଡ କଟା ବି ଚାଲିଛି। କିଣା ହୋଇଥିଲା ୨୫ ହଜାରରେ ଆଉ ଏବେ ବିକା ହୋଇଛି ମାତ୍ର ୫ଶହରେ। ଏମିତି ଦୃଶ୍ୟ ଦେଖବାକୁ ମିଳିଛି ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ନିକଟ ଏକ କବାଡ଼ି ଦୋକାନରେ। ସାଧାରଣ ଲୋକର ପ୍ରଶ୍ନ-ଏଠି କାହିଁକି ଏତେ ସାଇକେଲ ? ଗଡ଼ିବା ସ୍ଥିତିରେ ଥାଇ ବି କଣ ପାଇଁ ଏମିତି ପରିତ୍ୟକ୍ତ ଅବସ୍ଥାରେ ? କବାଡ଼ି ଖାନା ମାଲିକଙ୍କ ଉତ୍ତର ବି ବଡ଼ ରୋଚକପୂର୍ଣ୍ଣ କହିଛନ୍ତି
ଭୁବନେଶ୍ୱର: ଏକ ନୂଆ ଠକେଇ। ଠକେଇର ନାଁ କ୍ୟୁ ନେଟ୍ ସ୍କାମ୍ । ଲକ୍ଷ ନୁହେଁ, କୋଟି କୋଟି ଟଙ୍କାର ଏ ଠକେଇ। ୫ ଲକ୍ଷ ଟଙ୍କା ଦିଅ, ୫ ବର୍ଷରେ ୫ କୋଟି ନେବ’- ଏମିତି କହି ଗୁପ୍ତରେ ବିଛା ଚାଲିଛି ଏହି ନେଟ୍ଓ୍ୱର୍କିଂର ମାୟାଜାଲ । ଆଉ ସେ ମାୟାଜାଲରେ ପଡ଼ି ଛଟପଟ ହେଉଛନ୍ତି ନିରୀହ ନିବେଶକାରୀ। ରାଜ୍ୟରେ ଚିଟ୍ଫଣ୍ଡ ଠକେଇଠୁ ବି ଏ ଠକେଇ ଆହୁରି ମାରାତ୍ମକ । ଚିଟିଂର ଏ ନୂଆ […]
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ପ୍ରାୟ ଦେଢ ମାସ ବିତିଗଲାଣି। ପୁଅର ମୃତ୍ୟୁକୁ ନେଇ ଆଜି ଯାଏ ଚୁପ୍ ଥିବା ସୁଶାନ୍ତଙ୍କ ପରିବାର ଏବେ ମୁହଁ ଖୋଲିଛନ୍ତି। ପିତା କେ.କେ.ସିଂହ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦାଏର କରିଥିଲେ। ଖାଲି ସେତିକି ନୁହେଁ, ମୁମ୍ବାଇ ପୋଲିସର ତଦନ୍ତ ପ୍ରତି ମଧ୍ୟ ଅଙ୍ଗଳି ନିର୍ଦ୍ଦେଶ କରିଛନ୍ତି । ମୁମ୍ବାଇ ପୋଲିସର ତଦନ୍ତ ଉପରେ ତାଙ୍କର ଭରସା ନାହିଁ ବୋଲି ସୁଶାନ୍ତଙ୍କ ବାପା କହିଛନ୍ତି। ରାଜୀବ […]
ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ଚତରା ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଇଟଖୋରୀରେ ରହୁଥିବା ପ୍ରିୟଙ୍କା କୁମାରୀଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି। Shaadi.com ମାଧ୍ୟମରେ ଯୁବତୀ ଜଣଙ୍କ ଜଣେ ନୁହଁ ତିନି ତିନି ଜଣଙ୍କୁ ବାହା ହୋଇ ବିଦେଶକୁ ପଳାଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କ ଏତେ ଚାଲାକ୍ ଥିଲେ ଯେ ସେ ବିଭିନ୍ନ ରାଜ୍ୟରୁ ଯୁବକମାନଙ୍କୁ ନିଜ ପ୍ରେମ ଜାଲରେ ଫସେଇ ସେମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିଛି। ଖବର ଅନୁଯାୟୀ, ପ୍ରିୟଙ୍କା ପ୍ରଥମେ […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୁଣିଥରେ ସମନ୍ ଜାରି କରିଛି। ଆସନ୍ତାକାଲି ମୁମ୍ବାଇ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବାକୁ ରିୟାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ରିୟାଙ୍କ ଭାଇ ସୌଭିକଙ୍କୁ ୧୮ ଘଣ୍ଟାର ମାରାଥନ୍ ଜେରା କରିଥିଲା ଇଡି। ତେବେ ସୁଶାନ୍ତଙ୍କ ଆକାଉଣ୍ଟ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବେ ସାମ୍ନାକୁ ଆସିଛି। Times Nowର ଏକ ରିପୋର୍ଟ ଅନୁସାରେ, ସୁଶାନ୍ତ ତାଙ୍କ […]
ଭୁବନେଶ୍ୱର: କୋଟିଏ କି ଦୁଇ କୋଟି ନୁହେଁ, ୧୦୬ କୋଟି ଟଙ୍କାର ଜାଲ୍ ବିଲ୍। ଛାତ୍ର, ଗୃହିଣୀ ଏପରିକି ଚାଷୀଙ୍କ ନାଁରେ ୧୪ଟି ନକଲି ଫାର୍ମ କରି କୋଟି କୋଟି ଟଙ୍କାର ରାଜସ୍ୱ ଚଳୁ। ଖୋର୍ଦ୍ଧା ବେଗୁନିଆରୁ ଏଭଳି ଜଣେ ଧୂୂର୍ତ୍ତ…
ୱାସିଂଟନ୍ : ଭାରତ ସହ ଶତ୍ରୁତା, କିନ୍ତୁ ଭାରତର ନାଁ ନେଇ ଟଙ୍କା ଯୋଗାଡ଼ କରୁଛି ଶତ୍ରୁ ଦେଶ । କରୋନା ଭାଇରସ୍ ସଂକ୍ରମଣ ସମୟରେ ଭାରତକୁ ସାହାଯ୍ୟ କରିବାର ଆଳ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଛି ପାକିସ୍ତାନୀ…